ତଥାକଥିତ ମେନ ଷ୍ଟ୍ରିମ ମିଡିଆ ସବୁବେଳେ ଏକ ବିଶେଷ ସଂପ୍ରଦାୟର ଲୋକଙ୍କ ଦ୍ବାରା କରାଯାଇଥିବା ଅପରାଧକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଅପରାଧକାରୀଙ୍କୁ ହିନ୍ଦୁ ଭଳି ଚିତ୍ରଣ କରିଥାଏ ଯାହା ଦ୍ବାରା ହିନ୍ଦୁ ଧର୍ମ ପ୍ରତ୍ୟକ୍ଷ- ପରୋକ୍ଷ ଭାବେ କାଠଗଡାରେ ଆସି ଯିବ । ଏପରି ଏକ ତାଜା ଉଦାହରଣ ଏବେ ଦେଖିବାକୁ ମିଳିଛି । ଆଜତକ ଦ୍ୱାରା ପ୍ରକାଶିତ ଏକ ଖବରରେ ଏଭଳି ଦେଖିବାକୁ ମିଳିଛି ।
ଏହି ଖବର ଓ ଭିଜୁଆଲରେ ଅସଲ ଅପରାଧୀ ଅସଲମର ନାମକୁ ଲୁଚାଇ ଦିଆ ଯାଇ ତା ପାଇଁ ବାବା ଶବ୍ଦ ବ୍ୟବହାର କରାଯାଇଛି ତଥା ଲେଖାରେ ଭକ୍ତ ଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି ଯାହା ଦ୍ବାରା ସମ୍ପ୍ରଦାୟ ବିଶେଷର ଅପରାଧକୁ ଲୁଚାଇବାକୁ ଚେଷ୍ଚା କରାଯାଇଛି
ମାମଲାଟି କଣ ?
ମଧ୍ୟପ୍ରଦେଶର ରତଲାମରେ ଝଡା ଝଡି କରି ଚିକିତ୍ସା କରୁଥିବା ଅସଲମର ମୃତ୍ୟୁ କରୋନା ଭାଇରସରେ ହେବା ପରେ ପ୍ରଶାସନର ନିଦ ହଜି ଯାଇଛି । ତା ସହ ସମ୍ପର୍କରେ ଆସିଥିବା ଲୋକ ମାନଙ୍କର ସାମ୍ପଲ ନିଆଯିବାରୁ 19 ଜଣଙ୍କର କରୋନା ପଜିଟିଭ ରିପୋର୍ଟ ଆସିଛି । ଏ ସମ୍ପର୍କିତ ଖବରରେ ଅସଲମର ନାମ ଲୁଚାଇବା ସହ ତାକୁ ବାବା ବୋଲି ଉଲ୍ଲେଖ କରାଯାଇଛି ତଥା ତା ପାଖକୁ ଆସୁଥିବା ଲୋକ ମାନଙ୍କୁ ଜାଣି ଶୁଣି ଭକ୍ତ ବୋଲି ଲେଖାଯାଇଛି ।
କେବଳ ଆଜ ତକ ନୁହେଁ ନଇ ଦୁନିଆ ପରି ସମ୍ବାଦପତ୍ର ମଧ୍ୟ ଏପରି ରିପୋର୍ଟ ପ୍ରକାଶିତ କରିଥିବା ଦେଖିବାକୁ ମିଳିଛି ।