ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଂସ୍କୃତିକ ଗତିବିଧି, ରାଷ୍ଟ୍ରୀୟ କଳା ମଂଚ ଓଡିଶା ପକ୍ଷରୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ ପ୍ରତିଭା ସଙ୍ଗମର ଜାତୀୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ନୀଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଆଜି ଉଦ୍ଘାଟିତ ହୋଇଯାଇଛି ।
ଉଦ୍ଘାଟନ ଉସôବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସ୍ଥାପତ୍ୟ ବିଶାରଦ ପଦ୍ମ ବିଭୁଷଣ ରଘୁନାଥ ମହାପାତ୍ର ଯୋଗଦେଇ ଭାରତୀୟ କଳା ସଂସ୍କୃତିକୁ ଶ୍ରେÂତ୍ୱରେ ପହଂଚାଇବା ପାଇଁ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ନିଧି ତ୍ରିପାଠୀ ଯୋଗ ଦେଇ ପ୍ରତିଭା ସଙ୍ଗମର ବିଶେଷତା ଉପରେ ଆଲୋକପାତ କରିଥିଲେ ।
ରାଷ୍ଟ୍ରୀୟ କଳା ମଂଚର ଅଖିଳ ଭାରତୀୟ ପ୍ରମୁଖ ତନ୍ମୟ ଦାଶ ଭାରତୀୟ କଳା ସଂସ୍କୃତିର ଉତ୍ଥାନ ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ଉଚିତ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ରାଷ୍ଟ୍ରୀୟ କଳାମଂଚ ଆଗକୁ ଆଣିବ ବୋଲି କହିଥିଲେ । ବିଶିଷ୍ଟ ଅତିଥୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଅଭିନୟ ବିଦ୍ୟାଳୟ ବନାରସର ଅଧ୍ୟକ୍ଷ ରାମଜୀ ବାଲି, ପୂର୍ବତନ ସାଂସଦ ଓ ବିଶିିଷ୍ଟ ଚଳଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓଡିଶା ଚଳଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ସୁନାମଧନ୍ୟ ଚଳଚିତ୍ର ଅଭିନେତା ବାବୁସାନ ମହାନ୍ତି, ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା, ସ୍ୱାଗତ ସମିତିର ସାଧାରଣ ସମ୍ପାଦିକା ନୃତ୍ୟ ଶିଳ୍ପୀ ଶ୍ରୀମତୀ ପଦ୍ମିନୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ସ୍ୱାଗତ ସମିତିର ଅଧ୍ୟକ୍ଷ ବିଶିଷ୍ଟ ଅଭିନେତା ଅଜିତ ଦାଶ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଂପାଦକ ଶ୍ରୀମାନ ଶଶୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ କଳା ମଂଚର ଓଡିଶା ପ୍ରାନ୍ତ ସଂଯୋଜକ ସୌମ୍ୟ ରଞ୍ଜନ ବଡପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ରାକେଶ ପାଢୀ ଉପସ୍ଥିତ ଥିଲେ ।
ତିନି ଦିନ ଧରି ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସାରା ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ କଲେଜ କ୍ୟାମ୍ପସରୁ ୧୦୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ଦେଇଛନ୍ତି । ଭାରତୀୟ କଳା ଯଥା ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା ସ୍ୱରଚିତ କବିତା ଆବୃତି, ରଙ୍ଗୋଲିି ଆଦିରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏହା ଏକ ଅନନ୍ୟ ମାଧ୍ୟମ । ଏହି ପ୍ରତିଯୋଗିତା ରେ ସମୁଦାୟ ୯ଟି ବିଭାଗରେ ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ ।