ପଂଜାବୀ ପପ ସିଙ୍ଗର ମିକା ସିଂହ ପାକିସ୍ତାନରେ ଯାଇ କାର୍ଯ୍ୟକ୍ରମରେ ସାମିଲ ହେବା ଘଟଣାରେ ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ କ୍ଷୁବ୍ଧ ହୋଇଛି । କିଛି ଅର୍ଥ ପାଇଁ ସେ ପାକିସ୍ତାନ ଯାଇ ଏପରି କାମ କରିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଆସୋସିଏସନ ମିକା ସିଂହଙ୍କ ଉପରେ ବ୍ୟାନ ଲଗାଇଛି ।
ଜାମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସହ ଉତେଜନାପୂର୍ଣ ପରିସ୍ଥିତି ଓ ଭାରତୀୟ ଫିଲ୍ମ ଉପରେ ପାକିସ୍ତାନୀ ସରକାର ପ୍ରତିବନ୍ଧକ ଲଗା ଯିବା ଭଳି ଘଟଣା ମଧ୍ୟରେ ମିକା ପାକିସ୍ତାନ ଯାଇ ସେଠାରେ ଗୀତ ଗାଇବା ଠିକ ହୋଇ ନାହିଁ ବୋଲି ଆସୋସିଏସନ ପକ୍ଷରୁ କୁହା ଯାଇଛି ।
ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ କୌଣସି କଳାକାରଙ୍କୁ ମିକା ସିଂହ ସହ କାମ କରିବାକୁ ଅନୁମତି ଦିଆ ଯିବ ନାହିଁ । ଆସୋସିଏସନ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ମଧ୍ୟ ଏହା ଉପରେ ଧ୍ୟାନ ଦେବାକୁ କୁହା ଯାଇଛି ।
ଉଲ୍ଲେଖନୀୟ ଯେ ମିକା ସିଂହ କରାଚୀ ଯାଇ ପରବେଜ ମୁଶରଫଙ୍କ ସମ୍ପର୍କୀୟଙ୍କ ବାହାଘରରେ ଗୀତ ଗାଇଥିବା ଭିଡିଓ ସୋସିଆଲ ମିଡିଆରେ ଆସିଛି ।