- ତବଲୀଗୀ ଜମାତୀ ମାନେ ବିଭିନ୍ନ ସ୍ଥାନରେ ଛେପ ପକାଇବା, ଚିକିତ୍ସା କର୍ମୀ ମାନଙ୍କ ଉପରେ ଆକ୍ରମଣ କରିବା, ନର୍ସ ମାନଙ୍କୁ ଅସଦାଚରଣ କରିବା ଆଦି ମାମଲା ସାମନାକୁ ଆସିବା ପରେ ଏହା ବିରୁଦ୍ଧରେ ମୁହଁ ଖୋଲିଛନ୍ତି ଆନ୍ତର୍ଜାତିକ ସ୍ତରର ଦେଶ ପାଇଁ ସୁନାମ ଆଣିଥିବା କୁସ୍ତି ଖେଳାଳୀ ବବିତା ଫୋଗଟ । ସେ ଟ୍ବିଟ କରି କହିଛନ୍ତି ଯେ କରୋନା ଭାଇରସ ଦେଶ ପାଇଁ ସବୁଠାରୁ ବଡ ସମସ୍ୟା ନୁହେଁ ବରଂ ଜାହିଲ ଜମାତୀ ମାନେ ହେଉଛନ୍ତି ଦେଶର ବଡ ସମସ୍ୟା ।
ସେ ସତ କହିବାର ସାହସ ଦେଖାଇବା ପରେ ତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଏତିକି ଟ୍ବିଟରରେ ଲେଖିବା ପରେ ଇସଲାମୀ ଶକ୍ତି ଓ କମ୍ୟୁନିଷ୍ଟ ମାନେ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ଲେଖି ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି । କେହି କେହି ଲେଖୁଛନ୍ତି ଯେ ତାଙ୍କ ଉପରେ ସିନେମା ନ ତିଆରି ହୋଇ ନଥିଲେ ସେ ଗୁପଚୁପ ବିକ୍ରି କରୁଥାନ୍ତେ ।