The Independence:BJP-Mahila-Morcha-demands-action-against
ଭୁବନେଶ୍ୱର,ତା.16 ଜୁଲାଇ - :

 ଦୀର୍ଘ କିଛି ଦିନ ଧରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡ଼ା ଗ୍ରାମ ପଂଚାୟତ ସମେତ ଏକାଧିକ ଗ୍ରାମର ମହିଳାମାନଙ୍କୁ ସେହି ଅଂଚଳର କିଛି ଅସାମାଜିକ ଯୁବକ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ବିଜେଡି ଦଳର ଗୁଣ୍ଡାମାନେ ବୁରୁଜାଲ ଗ୍ରାମର କିଛି ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରିଛନ୍ତି । ଅନ୍ୟପଟେ ହିଂସାର ଶିକାର ହୋଇଥିବା ମହିଳାମାନେ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ଅଭିଯୋଗ ଶୁଣିବା ପରିବର୍ତେର୍ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହିତ ଥାନାରୁ ଧକ୍କା ଦେଇ ବାହାର କରିଦେଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କ ମୋବାଇଲ ଛଡ଼ାଇ ରଖିବା ସହ ଥାନାକୁ ନଆସିବାକୁ ଧମକ୍ ବି ଦେଇଥିଲେ । ଏଥି ସହିତ ଉକ୍ତ ଗ୍ରାମରେ ହିଂସାକାଣ୍ଡ ଭିଆଇଥିବା ଯୁବକଙ୍କ ସହିତ ମିଶି ଘର ଘର ବୁଲି ଖୋଦ ଆଇଆଇସି ମହିଳା ମାନଙ୍କୁ ଧମକ ଦେଇଥିଲେ । ଏହି ଘଟଣା ସଂପର୍କରେ ଜିଲ୍ଲା ଏସପିଙ୍କୁ ଅବଗତ କରାଇବା ପରେ ବି ଏସପି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଏଭଳି ଏକ ଅଭାବନୀୟ ଘଟଣାରେ ମହିଳାମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି । ଏହାର ପ୍ରତିବାଦରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଜିଲ୍ଲା ଏସପି, ଚାନ୍ଦବାଲି ଥାନା ଆଇଆଇସି ଏବଂ ମହିଳାଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ବିଜେଡି ଗୁଣ୍ଡାମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ମହିଳାମାନଙ୍କ ବଂଚିବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ  ଦାବି କରିଛି । 

ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । ଉତୁକୁଡ଼ା ଗ୍ରାମ ପଂଚାୟତର ବୁରୁଜାଲ ଗ୍ରାମର କିଛି ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରାଯାଇଛି । ବିଜେଡି ଗୁଣ୍ଡାମାନେ ପଦ୍ମାବତୀ ବେହେରା ନାମ୍ନୀ ୬୦ ବର୍ଷୀୟା ମହିଳାଙ୍କୁ ବାଡ଼େଇ ତାଙ୍କ ହାତ ଭାଙ୍ଗିଦେଇଛନ୍ତି ଯାହାଫଳରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶ୍ରୀମତୀ ଶକୁନ୍ତଳା ବେହେରା ନାମ୍ନୀ ମହିଳାଙ୍କୁ ଗାଁ ରାସ୍ତାରେ ଗୋଡାଇ ଗୋଡାଇ ମାରିବା ସହିତ ତାଙ୍କ ଆଖି ନଷ୍ଟ କରିଛନ୍ତି । ବାସନ୍ତି ରାଉଲ ନାମ୍ନୀ ଜଣେ ଅତ୍ୟନ୍ତ ଗରିବ ମହିଳାଙ୍କ ଘର ଭାଙ୍ଗି ତାଙ୍କୁ ବେଘର କରିଛନ୍ତି । କବିତା ରାଉଲ ନାମ୍ନୀ ଜଣେ ମହିଳା ରାସନ ସାମଗ୍ରୀ ଆଣିବାକୁ ଯାଉଥିବାବେଳେ ତାଙ୍କୁ ବାଡେଇ ଲହୁ ଲୁହାଣ କରିଛନ୍ତି । ମହିଳା ଅସାମାଜିକ ଯୁବକଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ସୁଲଚନା ବେହେରା ନାମ୍ନୀ ମହିଳାଙ୍କ ଏତଲା ଚାନ୍ଦବାଲି ଥାନା ଆଇଆଇସି ଗ୍ରହଣ ନକରି ଓଲଟା ତାଙ୍କ ସ୍ୱାମୀ ଓ ପୁଅଙ୍କୁ ମିଛ କେସ୍‌ରେ ଗିରଫ କରିଛନ୍ତି ।ଜଣେ ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରିବା ଦ୍ୱାରା ତାଙ୍କର ପ୍ରିମାଚ୍ୟୁର ଡେଲିଭରୀ ହୋଇଯାଇଛି । ଖାଲି ସେତିକି ନୁହେଁ ମହିଳାମାନେ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଯୁବକମାନେ ବିଭିନ୍ନ ଧାରୁଆ ଅସ୍ତ୍ରରେ କବାଟ ଝରକା ଭାଙ୍ଗି ଜୋର ଜବରଦସ୍ତି ତାଙ୍କ ଘରେ ପଶି ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମଧ୍ୟ ମାରୁଛନ୍ତି । କାହାର ପାଇଖାନା ଭାଙ୍ଗିଛନ୍ତି ତ କାହାର ଚାଳ 

ଛପର ଘର ଭାଙ୍ଗିଛନ୍ତି । ପୁଣି କାହାର ଆଜବେଷ୍ଟ ଭାଙ୍ଗି ଗୃହରେ ପଶିବାକୁ ଚେଷ୍ଟା ଚଳାଇଛନ୍ତି । ମହିଳାମାନଙ୍କୁ ଘରୁ ବାହାରିବାକୁ ଦେଉନାହାନ୍ତି । ଜୋର ଜବରଦସ୍ତ ଜଣେ ମହିଳାଙ୍କ କାନ ଛିଣ୍ଡାଇ ତାଙ୍କ କାନଫୁଲ ନେଇଯାଇଛନ୍ତି ଓ ପୁଣି କେଉଁ ମହିଳାଙ୍କୁ କ୍ଷତ ବିକ୍ଷତ କରି ବେକରୁ ଚେନ୍ ଛିଣ୍ଡାଇ ନେଇଛନ୍ତି । ସଂଧ୍ୟା ହେଉ ହେଉ ଡରରେ ମହିଳାମାନେ ଘରର ତାଟି କବାଟ ପକାଇ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଗ୍ରାମରେ ଉକ୍ତ ଅସାମାଜିକ ଯୁବକମାନଙ୍କ ପ୍ରାର୍ଦୁଭାବ ଏତେ ବଢିଗଲାଣି ଯେ, ଅଚଂଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଗ୍ରାମର ଝିଅ ବୋହୁମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । 

ଏହି ଘଟଣାରେ ଚାନ୍ଦବାଲି ଥାନା ଆଇଆଇସି ଶାସକ ଦଳ ଇଙ୍ଗିତରେ ଅପରାଧୀମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । ସମ୍ବିଧାନର ଧାରା ୨୧କୁ ଆଇଆଇସି ଖୋଲା ଖୋଲି ଭାବରେ ଉଲ୍ଲଘଂନ କରି ଆଇନକୁ ଅସମ୍ମାନ କରିବା ସହିତ ସମ୍ବିଧାନକୁ ମଧ୍ୟ ଅବମାନନା କରିଛନ୍ତି । ଏ ସମ୍ପର୍କିତ ସମସ୍ତ ଘଟଣା ସମ୍ପର୍କରେ ଗତ ଜୁଲାଇ ୪ ତାରିଖରେ ଜିଲ୍ଲା ଏସ୍‌ପିଙ୍କୁ ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏସ୍‌ପିଙ୍କ ସ୍ଥାଣୁତା ଓ ନିଷ୍କ୍ରିୟତା ଆଇନ ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । 

ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ଶ୍ରମୀତୀ ସୋନାଲୀ ସାହୁ ଏବଂ ମହିଳା ମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମନସ୍ମିତା ଖୁଂଟିଆ ସାମିଲ ଥିଲେ । 

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ