୪ ମାସ ମଧ୍ୟରେ ଅଯୋଧ୍ୟାରେ ନଭଶ୍ଚୁମ୍ବୀ ରାମ ମନ୍ଦିର ନିର୍ମାଣ ହେବ । ଏଭଳି ଏକ ବଡ ଘୋଷଣା କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପାକୁଡ୍ ଠାରେ ଆୟୋଜିତ ଜନସଭାରେ ଶ୍ରୀ ଶାହା ଏହି ଘୋଷଣା କରିଛନ୍ତି ।
ଶ୍ରୀ ଶାହା କହିଛନ୍ତି ଯେ କିଛି ସମୟ ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ରାମ ମନ୍ଦିର ନିର୍ମାଣ ନେଇ ଶୁଣାଣି କରିଛନ୍ତି । ପ୍ରତ୍ୟେକ ଲୋକ ରାମ ମନ୍ଦିରର ନିର୍ମାଣ ଚାହୁଁଥିଲେ । ମାତ୍ର କଂଗ୍ରେସ ଓ ତାଙ୍କ ଓକିଲ ଏଥିରେ ବାଧା ସୃଷ୍ଟି କରୁଥିଲେ । ଏବେ ସେ ସମୟ ନାହିଁ । ୪ ମାସ ମଧ୍ୟରେ ଅଯୋଧ୍ୟାରେ ପ୍ରଭୂ ରାମଙ୍କର ନଭଶ୍ଚୁମ୍ଭୀ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି ।
କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଥିଲେ ଯେ କଂଗ୍ରେସ ନା ବିକାଶ କରିପାରିବ ନା ଦେଶକୁ ସୁରକ୍ଷିତ କରିପାରିବ । କଂଗ୍ରେସ ଦେଶରେ ଜନତାଙ୍କ ଭାବନାକୁ ସମ୍ମାନ ମଧ୍ୟ ଦେଇପାରିବ ନାହିଁ ।