ପାକିସ୍ତାନର ବାଲାକୋଟ ଠାରେ ଭାରତୀୟ ବାୟୁସେନା ପ କ୍ଷରୁ କରା ଯାଇଥିବା ଏୟାର ଷ୍ଟ୍ରାଇକ ଆତଙ୍କବାଦୀ ସଂଗଠନ ମାନଙ୍କର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଆତଙ୍କବାଦୀ ସଂଗଠନ ମାନଙ୍କୁ ଏବେ କାଶ୍ମୀରରୁ ଯୁବକ ମିଳୁ ନାହାନ୍ତି । ସ୍ଥାନୀୟ ଯୁବକ ମାନଙ୍କର ଭର୍ତି ୪୦ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୪୩ ପ୍ରତିଶତ ଅନୁପ୍ରବେଶ ହ୍ରାସ ପାଇଛି । କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ପୁଲବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଜବାନ ଶହୀଦ ହୋଇଥିଲେ । ଏହା ପରେ ଭାରତୀୟ ବାୟୁସେନା ବାଲାକୋଟ ଠାରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ଜୈଶ ଏ ମୋହମ୍ମଦର କ୍ୟାମ୍ପକୁ ଧ୍ୱସ୍ଥ କରି ଦିଆ ଯାଇଥିଲା ।