The Independence:Chinese-atrocity-in-Tibet

ଡ. ସମନ୍ୱୟ ନନ୍ଦ 

ଚୀନ ୧୯୪୯ରେ ତିବତକୁ  ଅଧିକାର କରିବା ଆରମ୍ଭ କଲା । ୧୯୫୯ ମସିହା ବେଳକୁ ସମ୍ପୂର୍ଣ ତିବତକୁ ନିଜର ପଶୁବଳରେ ଅଧିକାର କରି ନେଇ ସାରିଥିଲା । ଏହା ପରେ ଚୀନ ତିବତରେ ତିବତୀୟ ସଂସ୍କୃତି, ତାକୁ ସମାପ୍ତ କରିବା ପାଇଁ କଳ- ବଳ – କୌଶଳ ସବୁ ପ୍ରୟୋଗ କରିବାରେ ଲାଗିଛି ।

 ମାଓଙ୍କ ଲାଲ ସେନା ତିବତକୁ ଅକ୍ତିଆର କରିବା  ପରେ ତିବତରେ ଆରମ୍ଭ କରିଥିଲା ତିବତୀୟ ମାନଙ୍କର ହତ୍ୟାର ଲୋମହର୍ଷଣକାରୀ ଘଟଣା । ଚୀନ ଦ୍ୱାରା ଏହି ଗଣସଂହାରର ନାମ ଦିଆଯାଇଥିଲା ସାଂସ୍କୃତିକ ବିପ୍ଲବ । ସାଂସ୍କୃତିକ ବିପ୍ଳବ ନାମରେ ତିବତରେ ଦଶ ଲକ୍ଷ ଲୋକଙ୍କୁ କମ୍ୟୁନିଷ୍ଟ ମାନେ ହତ୍ୟା କରିଥିଲେ । କେବଳ ଏତିକି ନୁହେଁ ବୌଦ୍ଧ ମନ୍ଦିର ଏବଂ ମଠ ଗୁଡିକୁ ମଧ୍ୟ କମ୍ୟୁନିଷ୍ଟ ମାନେ ଧୁଳିସାତ କରି ଦେଇଥିଲେ । ସାଂସ୍କୃତିକ ବିପ୍ଳବ ବେଳେ ତିବତରେ ଏପରି କୌଣସି ମଠ ମନ୍ଦିର ନଥିଲା ଯାହାକୁ କ୍ଷତିଗ୍ରସ୍ତ  କରାଯାଇ ନଥିଲା । ଛଅ ହଜାରରୁ ଉର୍ଧ ମଠ ଓ ମନ୍ଦିରକୁ ଜଳାଇ ଦିଆଯାଇଥିଲା । 

ତିବତରେ ସେତେ ବେଳେ ତିନୋଟି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଥିଲା । ଏଗୁଡିକ ହେଲା ସେରା, ଦ୍ରେପୁଙ୍ଗ ଓ ଗେନ୍ଦେ  । ଏହି ତିନୋଟି ବିଶ୍ୱବିଦ୍ୟାଳୟକୁ ମାଟିରେ ମିଶାଇ ଦିଆଯାଇଥିଲା । ଏହି ତିନୋଟି ବିଶ୍ୱବିଦ୍ୟାଳୟ ରେ ଥିବା ଲକ୍ଷ- ଲକ୍ଷ ପୁସ୍ତକଗୁଡିକରେ ଅଗ୍ନିସଂଯୋଗ କରିଦିଆଯାଇଥିଲା । ଚୀନ ଭାବୁଥିଲା ଯେ ଏପରି ଅତ୍ୟାଚାର କରି ତିବତୀୟ ସଂସ୍କୃତି କୁ ସମାପ୍ତ କରାଯାଇପାରେ । ତିବତରେ ଥିବା ମହାତ୍ମା ବୁଦ୍ଧଙ୍କ ଧାତୁ ନିର୍ମିତ ମୁର୍ତି ଗୁଡିକୁ ଅଗ୍ନିରେ ତରଳାଇ ଦିଆଗଲା । ଜୋଖାଙ୍ଗ ମନ୍ଦିରକୁ ନଷ୍ଟ କରି ଦିଆଗଲା । ହଜାର -ହାଜର ତିବତୀୟ ମାନଙ୍କୁ ତିବତର ସ୍ୱାଧିନତା ପାଇଁ ସ୍ଲୋଗାନ ଦେଇଥିବାରୁ ଜେଲରେ ଭର୍ତି କରାଗଲା ।

 ଚୀନର କମ୍ୟୁନିଷ୍ଟ ସରକାର ଦଲାଇ ଲାମାଙ୍କ ଠାରୁ କେତେ ଭୟଭୀତ , ଏହାର ଅନୁମାନ ଗୋଟିଏ କଥାରୁ ଲଗାଯାଇପାରେ । ତିବତରେ ଦଲାଇଲାମାଙ୍କ ନାମ ନେମା ଦଣ୍ଡନୀୟ ଅପରାଧ । ଯେଉଁ ତି³ତୀୟ ବ୍ୟକ୍ତି ପାଖରୁ ଦଲାଇଲାମାଙ୍କ ଫଟୋ ମିଳେ , ତାକୁ ଚୀନ ସରକାର ଜେଲରେ ପୁରାଇ ଦିଅନ୍ତି । ଚୀନ ଜାଣେ ଦଲାଇଲାମା ହେଉଛନ୍ତି ତିବତର ମୂର୍ତିମନ୍ତ ପ୍ରତୀକ । 

ଏସବୁ କରିବା ସତ୍ୱେ ଚୀନ  ତିବତୀୟ ମାନଙ୍କ ମନରୁ ତିବତୀୟତାର ଭାବ ଶେଷ କରି ପାରି ନାହିଁ । ଏ ଦିଗରେ ସେ ସମସ୍ତ ପ୍ରକାର ସୁନିୟୋଜିତ ଷଡଯନ୍ତ୍ର କରିବା ସତ୍ୱେ  ତାକୁ ସଫଳତା ମିଳି ନାହିଁ । ଚୀନ ଭଲ ଭାବରେ ଜାଣେ ଯେ ପର୍ଯନ୍ତ ତିବତରୁ  ଓ ତିବତୀୟ ଲୋକ ମାନଙ୍କ ମନରୁ ତିବତୀୟତା ସମାପ୍ତ ନ ହୋଇଛି ସେ ପର୍ଯନ୍ତ ତିବତକୁ ତାର ଅକ୍ତିଆରରେ ବେଶୀ ସମୟ ଧରି ରଖିବା ସମ୍ଭବ ନୁହେଁ । ତେଣୁ ତିବତରେ ତିବତୀୟ ବ୍ୟକ୍ତି ମାନଙ୍କ ଗଣ ସଂହାର ସହ ଚୀନର ଲାଲ ସେନା ସାଂସ୍କୃତିକ ଗଣସଂହାରର କାର୍ଯ ମଧ୍ୟ ଗତ ସାତ  ଦଶକ ହେଲା କରି ଆସୁଛି ।

ଚୀନ କମ୍ୟୁନିଷ୍ଟ ଦେଶ ହୋଇଥିବା କାରଣରୁ  ତିବତରେ କଣ ଘଟୁଛି, ଚୀନର ଲାଲ ସେନା ସେଠାରେ କଣ କରୁଛି ସେ ସମ୍ପର୍କରେ ଖବର ଆସିବା ସହଜ ନୁହେଁ । ତଥାପି ହିମାଚଳ ପ୍ରଦେଶର ଧର୍ମଶାଳାରେ ଥିବା ନିର୍ବାସିତ ତିବତ ସରକାର ଓ ତିବତୀୟ ମାନଙ୍କ ଦ୍ୱାରା ଚଳା ଯାଉଥିବା ବିଭିନ୍ନ ନ୍ୟୁଜ ବେବସାଇଟ ଓ ତାଙ୍କ ଦ୍ୱାରା ଜାରୀ କରା   ଯାଉଥିବା ଫଟୋ ଓ ଭିଡିଓ ଜରିଆରେ ସେଠାରେ କଣ ଘଟୁଛି ତାହାର ସମ୍ୟକ ଉଦାହରଣ ମିଳିଥାଏ ।  

ଏବେ କିଛି ଦିନ ହେଲା ଚୀନ ତିବତରେ ବୌଦ୍ଧ ମତ ଓ ତିବତୀୟତାକୁ ସମାପ୍ତ କରିବାକୁ ନୂଆ ଷଡଯନ୍ତ୍ର ଆରମ୍ଭ କରିଛି । ଚୀନର ବର୍ତମାନ ରାଷ୍ଟ୍ରପତି ଜି ଜିନ ପିଙ୍ଗ କ୍ଷମତାକୁ ଆସିବା ପରେ ତିବତରେ ବୌଦ୍ଧ ମତ ଓ ସେମାନଙ୍କର ଧାର୍ମିକ ପରମ୍ପରାକୁ ବାଧିତ କରିବା ପାଇଁ ଚୀନର ଲାଲ ସେନା ଓ ସରକାରଙ୍କ ପକ୍ଷରୁ ଅନେକ ଷଡଯନ୍ତ୍ର କରା ଯାଇଛି । 

ଗତ ମଇ ମାସରେ ତିବତରେ ଛାତ୍ର ଛାତ୍ରୀ  ଓ ଯୁବକ ମାନଙ୍କୁ ବୁଦ୍ଧ ଜୟନ୍ତୀ ପାଳନ କରିବାକୁ ଦିଆ ଯାଇ ନ ଥିଲା । ଚୀନକୁ ଲାଗୁଛି ବୁଦ୍ଧ ଜୟନ୍ତୀ ପାଳନ କରିବାକୁ ନ ଦେଲେ ଭଗବାନ ବୁଦ୍ଧଙ୍କ ପ୍ରଭାବ ତିବତର ଯୁବ ସମାଜ ଉପରେ କମିବ । 

ଏହା ବ୍ୟତୀତ ଚୀନ ତିବତରେ ବୌଦ୍ଧ ମତକୁ ସମାପ୍ତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ଜଣା ପଡିଛି । ତିବତରୁ ବୌଦ୍ଧ ପରିଚୟକୁ ଶେଷ କରିବାକୁ ସେ ଅନେକ ଅଭିଯାନ ଆରମ୍ଭ କରିଛି । ଆଉ ସବୁଠାରୁ  ଦୁର୍ଭାଗ୍ୟର ବିଷୟ ଯେ ଏହି ସବୁ ଅଭିଯାନ ସେ ପରିବେଶ ସଂରକ୍ଷଣ, ଦେଶାତ୍ମାବୋଧକତା ଓ ଏକତା ଓ ପର୍ଯ୍ୟଟନ ଆଦି ନାମରେ କରୁଛି । 

ଗତ ଜୁନ ମାସରେ ଚୀନ ସରକାର ତିବତରେ ଏକ ଅଦଭୁତ ଆଦେଶ ଜାରୀ କରିଛନ୍ତି ।  ଏହି ଆଦେଶରେ ପ୍ରତ୍ୟେକ ମଠ- ମନ୍ଦିର, ଗାଁରେ ତିବତର ପ୍ରାର୍ଥନା ପତାକା ଗୁଡିକୁ ହଟାଇବା ପାଇଁ ଚୀନ ସରକାର ନିର୍ଦେଶନାମା ଜାରୀ କରିଛନ୍ତି । ତିବତୀୟ ସଂସ୍କୃତିକୁ ଅଧ୍ୟୟନ କରୁଥିବା ଲୋକ ମାନେ ଜାଣନ୍ତି ଯେ ଏହି ପ୍ରାର୍ଥନା ପତାକା ଗୁଡିକର ମହତ୍ୱ କେତେ । ଗତ ଶହ ଶହ ବର୍ଷ ଧରି  ତିବତୀୟ ପ୍ରାର୍ଥନା ପତାକା ଗୁଡିକ ତିବତର ସଂସ୍କୃତିର ଏକ ଅଭିନ୍ନ ଅଂଶବିଶେଷ ଭାବେ ରହି ଆସିଛି । ପାରମ୍ପାରିକ ଭାବେ ଏହି ପତାକା ଗୁଡିକୁ ବୌଦ୍ଧ ମଠ, ବୌଦ୍ଧ ବିହାର, ମନ୍ଦିର ଓ ଘରର ଛାତ ମାନଙ୍କରେ ତିବତୀୟ ମାନେ ଲଗାଇଥାନ୍ତି । ତିବତୀୟ ମାନଙ୍କ ମତରେ ଏହି ପତାକା ଗୁଡିକ ପ୍ରାର୍ଥନାର ପ୍ରତୀକ ଓ ଏହା ଦ୍ୱାରା ଶୁଭ ହୁଏ ଓ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହେ । କେବଳ ତିବତରେ ହିଁ ନୁହେଁ, ଲଦାଖ ଓ ହିମାଚଳ ପ୍ରଦେଶରେ ବୌଦ୍ଧ ପରମ୍ପରା ବିଶିଷ୍ଟ ଅଂଚଳରେ ଲୋକ ମାନେ ଏହି ପତାକା ଲଗାଇଥାନ୍ତି । ତେବେ ଚୀନର କମ୍ୟୁନିଷ୍ଟ ସରକାର ଦ୍ୱାରା ଏହି ପତାକାକୁ ହଟାଇବାକୁ ନିର୍ଦେଶ ଦେବାର ଏକ ମାତ୍ର ଉଦ୍ଦେଶ୍ୟ  ଯେ ତିବତରୁ ବୌଦ୍ଧ ମତକୁ ଶେଷ କରିବା । ସେମାନଙ୍କୁ ସେମାନଙ୍କର ଶହ ଶହ ବର୍ଷର ପରମ୍ପରାରୁ ବଳ ପୂର୍ବକ କାଟିବା ।  ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଯେ ଏହି ସବୁ ଆଦେଶ ଚୀନ ସରକାର ପରିବେଶକୁ ରକ୍ଷା କରିବା ନାମରେ ଜାରୀ କରୁଛନ୍ତି । କେବଳ ସେତିକି ନୁହେଁ ଏହି ନିର୍ଦେଶକୁ ଅବମାନନା କଲେ ବଳପୂର୍ବକ ତିବତୀୟ ମାନଙ୍କୁ ଜେଲରେ ଭର୍ତି କରୁଛନ୍ତି । 

କେବଳ ସେତିକି ନୁହେଁ ଚୀନ ଗତ ମାସରୁ ଏକ ଏଥିନିକ ୟୁନିଟି ଲ ନାମରେ ଏକ ଆଇନକୁ କାର୍ଯ୍ୟକାରୀ କରୁଛି । ଏହା ଦ୍ୱାରା ତିବତର ଲୋକ ମାନଙ୍କୁ ସେମାନେ ଚୀନର ଅଂଶବିଶେଷ ବୋଲି ମନେ କରିବାକୁ ବାଧ୍ୟ କରା ଯାଉଛି । ତିବତର ବୌଦ୍ଧ ମଠ ଓ ବୌଦ୍ଧ ବିହାରରେ ରହୁଥିବା  ବୌଦ୍ଧ ସାଧୁ ଓ ଲାମା ମାନଙ୍କୁ ସମାଜରେ ଯାଇ ତିବତ ସମ୍ପର୍କରେ ନ କହି  ସେମାନଙ୍କୁ ଚୀନ ପ୍ରତି ଅନୁଗତ ହେବାକୁ ଶିକ୍ଷା ଦେବାକୁ ବାଧ୍ୟ କରା ଯାଉଛି । 

ପ୍ରଥମ ଥର ପାଇଁ ଚୀନର କମ୍ୟୁନିଷ୍ଟ ପାର୍ଟି (ସିସିପି) ଏପରି କରୁଛି ତାହା ନୁହୋଁ  ତିବତ ଉପରେ ବଳ ପୂର୍ବକ ଅଧିକାର କରିବା ଦିନରୁ ହିଁ ଚୀନ ଏପରି କରିବାକୁ ଅନେକ ଷଡଯନ୍ତ୍ର କରି ଆସୁଛି । ତେବେ ଗତ କିଛି ମାସ ହେଲା ଚୀନ ତାର ଏହି ଷଡଯନ୍ତ୍ରକୁ ଆହୁରି ଶୀଘ୍ର କାର୍ଯ୍ୟକାରୀ କରିବା ଚେଷ୍ଟାରେ ଅଛି । 

ଚୀନ ତିବତର ଡେମୋଗ୍ରାଫୀକୁ ପରିବର୍ତନ କରିବା ପାଇଁ ଚେଷ୍ଟାରେ ରହିଛି । ସେ ତିବତରେ ଚୀନର ହାନ ଜାତିର ଲୋକ ମାନଙ୍କୁ ବସବାସ କରାଉଛି ଯାହା ଦ୍ୱାରା ଆଗାମୀ କିଛି ବର୍ଷ ମଧ୍ୟରେ ସେଠାରେ ତିବତୀୟ ମାନେ ସଂଖ୍ୟା ଲଘୁ ହୋଇ ଯିବେ ଓ ଚୀନର ହାନ ଲୋକ ମାନେ ସଂଖ୍ୟା ଗରିଷ୍ଠ ହୋଇ ଯିବେ । କେବଳ ସେତିକି ନୁହେଁ ତିବତୀୟ ଝିଅ ମାନଙ୍କୁ ହାନ ଜାତିର ପୁଅ ମାନଙ୍କ ସହ ଜୋର ଜବରଦସ୍ତି ବିବାହ କରା ଯାଉଛିା 

ତେବେ ଯେତେବେଳେ ମାଓଙ୍କ ସେନା ତିବତ ଉପରେ ଅଧିକାର କରୁଥିଲା ସେତେ ବେଳେ ବିଶ୍ୱର ସମସ୍ତ ଦେଶ ମୂକଦର୍ଶକ ଥିଲେ । ସେହିପରି ଆଜି ମଧ୍ୟ ସମାନ ସ୍ଥିତି ରହିଛି । ଆଜି ମଧ୍ୟ ବିଶ୍ୱ ସମୁଦାୟ ମୂକଦର୍ଶକ ରହିଛି । ତିବତୀୟତାକୁ ସମାପ୍ତ କରିବା ପାଇଁ ଚୀନର ପଶୁବଳକୁ ସମସ୍ତେ ଦେଖୁଛନ୍ତି, ହେଲେ କେହିଁ ମୁହଁ ଖୋଲୁ ନାହାନ୍ତି । ଏହା ହିଁ ହେଉଛି ଦୁର୍ଭାଗ୍ୟ । 

(ସୌଜନ୍ୟ - ଡ ସମନ୍ବୟ ନନ୍ଦଙ୍କ ଫେସବୁକ ୱାଲରୁ )

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ