The Independence:Corona-India-Tablighi-Jamaat

 ସବୁ ଠିକ ଠାକ ଥିଲା । କରୋନା ଭାରତରେ ନିୟନ୍ତ୍ରଣ ହେଇଆସୁଥିଲା । କରୋନାକୁ ପ୍ରତିହତ କରିବାରେ ଭାରତ ବିଶ୍ୱରେ ସବୁଠାରୁ ସଫଳ ଥିଲା । ହେଲେ ନିଦ ହଜାଇଦେଲା ତବଲିଗ ଜମାତର କାରନାମା । ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଚାନକ ହଠାତ ବଢିଗଲା । ଏହି ତବଲିଗ ଜମାତର ବିଷ ଭରା ଅନ୍ଧ ଧାର୍ମୀକତା ପାଇଁ ଆମ ଦେଶରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବଢି ୩ ହଜାର ଅତିକ୍ରମ କରିବା ସହିତ ମୃତ୍ୟୁ ସଖ୍ୟା ୭୯ ହେଲାଣି । ଏହି ତବଲିଗ ଜମାତର ମୁସଲମାନମାନେ କରୋନା ବ୍ୟାପିବାର କାରଣ ବନିଥିବା ସମସ୍ତ କାରଣରୁ ଆଉ କୌଣସି ଦିଗକୁ ଛାଡିନାହାନ୍ତି । ଏମାନଙ୍କ ପାଇଁ ଏବେ ପୁରା ଦେଶ ମରଣମୁହଁରେ । ବିଶ୍ୱର ସବୁଠାରୁ ଶକ୍ତିଶାଳି ଦେଶ ଆମେରିକା ଏହି କରୋନା ଆଗରେ ମୁଣ୍ଡ ନୁଆଁଇ ଥିବା ବେଳେ ଭାରତ କରୋନାକୁ ଜିତିବାକୁ ପ୍ରସ୍ତୁତ ହେଉଥିଲା । ହେଲେ ସବୁକିଛି ଗଡବଡ ହୋଇଗଲା ଏହି ତବଲିଗ ଜମାତର ଧର୍ମାନ୍ଧତା ପାଇଁ । ସାରା ଦେଶର ୧୩୦ କୋଟି ଲୋକ ଏବେ ସଂକ୍ରମଣ ଆଡକୁ ଠେଲି ହୋଇଯାଇପାରନ୍ତି ସେମାନଙ୍କର ଭୁଲ ପାଇଁ । 

ବଡ ଚିନ୍ତାଜନକ ହେଉଛି ତବଲିଗ ଜମାତର ମୁଖିଆ ମୌଲାନା ମହମ୍ମଦ ସାଦଙ୍କର ବୟାନ । ମୌଲାନା କହୁଛନ୍ତି ଯେ ଦେଶର ମୁସଲମାନମାନଙ୍କୁ ଅଲଗା ଅଲଗା କରିବା ପାଇଁ ସରକାର ଏହି ସୋସିଆଲ ଡିଷ୍ଟାନସିଙ୍ଗ କରୁଛନ୍ତି । ମୁସଲମାନଙ୍କ ନିଜ ନିଜ ଭିତରେ ସନ୍ଦେହ ତିଆରି କରିବା ପାଇଁ ସରକାର ଏହି ସାମାଜିକ ଦୂରତ୍ୱ ରଖିବା ପାଇଁ ବାଧ୍ୟ କରୁଛନ୍ତି । ବଡ ଆଶ୍ଚର୍ଯ୍ୟ ତାଙ୍କର ଚିନ୍ତାଧାରା । ଯେତିକି ଚିନ୍ତାଜନକ ସେତିକି ବିପଦପୁର୍ଣ୍ଣ । ବର୍ତମାନ କରୋନାକୁ ବ୍ୟାପିବାରେ ରୋକିବା ପାଇଁ ସୋସିଆଲ ଡିଷ୍ଟାନସିଙ୍ଗ ହେଉଛି ଏକମାତ୍ର ଉପାୟ । ସାରା ବିଶ୍ୱ ଏବେ ସୋସିଆଲ ଡିଷ୍ଟାନସିଙ୍ଗ ପାଳନ କରିବା ପାଇଁ ଲକଡାଉନରେ ଅଛି । ଲଣ୍ଡନ, ପ୍ୟାରିସ, ଦୁବାଇ, ନ୍ୟୁୟର୍କ ଭଳି ବଡ ସହର ଏବେ ଲକଡାଉନରେ । ତାହା ସେ ମୌଲାନ ବୁଝିବାକୁ ନାରାଜ । ସେ ପୁଣି ପରାମର୍ଶ ଦେଉଛନ୍ତି ଡାକ୍ତର ପାଖକୁ ଯିବା ଦରକାର ନାହିଁ । ଆଲ୍ଲା ନିଜେ ଏହି ବେମାରି ତିଆରି କରିଛନ୍ତି ତେଣୁ ଏହାର ଆଉ କୌଣସି ଚିକିସ୍ତ୍ରା କରାଯାଇପାରିବ ନାହିଁ । ଆଲ୍ଲା କଣ ନରହନ୍ତା, ମଣିଷ ମରା ଯେ ସେ କରୋନା ଭାଇରସ ତିଆରି କଲେ ? ତବଲିଗି ଜମାତର ନିଜାମ୍ମୁଦିନ ମର୍କଜର ମୁଖ୍ୟ ମୌଲାନା ମହମ୍ମଦ ସାଦଙ୍କୁ ମୋର ଏହି ପ୍ରଶ୍ନ । ସେ ପୁଣି ଦେଶର ସବୁ ମୁସଲମାନମାନଙ୍କୁ ଆହ୍ୱାନ କରୁଛନ୍ତି ସରକାରଙ୍କ କଥା ଉପରେ ବିଶ୍ୱାସ କରନାହିଁ । ମସଜିଦରେ ଆସିକି ନମାଜ କର । ଯଦି ମରିବାର ଅଛି ତାହେଲେ ମସଜିଦରେ ମରିବା । ଲୋକ ମରନ୍ତୁ ହେଲେ ଏମାନେ ଧର୍ମର ବିଷ ଫିଙ୍ଗିବା ବନ୍ଦ କରିବେ ନାହିଁ । ଏବେ ସୁଦ୍ଧା ବୁଝିହେଉନି ଯେ ଏହି ପୁରା କରୋନା ମହାମାରି ଘଟଣାରେ ଇସଲାମ ବିରୋଧରେ ଷଡଯନ୍ତ୍ର କେଉଁଠୁ ଆସିଲା ? ସୋସିଆଲ ଡିଷ୍ଟାନସିଙ୍ଗ କେମିତି ମୁସଲମାନଙ୍କ ବିରୋଧୀ ହେଲା? ଇସଲାମର ଗଡ କୁହାଯାଇଉଥିବା ଦେଶ ଯେପରିକି ସାଉଦି ଆରବ, ଆରବ ଏମିରଟସ ଭି ସେମାନେ ନ୍ଖକ୍ସ ଦେଶର ମସଜିଦକୁ ବନ୍ଦ କରିଦେଇଛନ୍ତି । ତବଲିଗି ଜମାତ ସହିତ ଯୋଡି ହୋଇଥିବା ଲକ୍ଷ ଲକ୍ଷ ଲୋକ କେମିତି ବିଚାର ସହିତ ଅଛନ୍ତି ଏଥିରୁ ଅନୁମାନ କରାଯାଇପାରେ ।

ଦେଶର ଚିନ୍ତା ଏମାନଙ୍କର ଆଦୌ ନାହିଁ । କେବଳ ଧର୍ମର ଚିନ୍ତାରେ ଏମାନେ ଅଛନ୍ତି । ଏମାନେ ଦେଶର ନିୟମ କାନୁନକୁ ମାନିବାକୁ ପସନ୍ଦ କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦେଶକୁ ଯେଉଁ ସମ୍ବୋଧନ କଲେ, ଦେଶବାସୀଙ୍କ ଆଗରେ ହାତଯୋଡି  ବିନତି କଲେ ତଥାପି ଏମାନେ ଶୁଣିଲେ ନାହିଁ । ସେମାନେ ନିଜେ ସମ୍ବିଧାନର ମୌଳିକ ଅଧୀକାର କଥା କହିକି ରାସ୍ତାରେ ଆସିକି ଆନ୍ଦୋଳନ କରୁଥିଲେ ହେଲେ ସେହି ସମ୍ବିଧାନ ନାଗରିକମାନଙ୍କୁ ଯେଉଁ ସବୁ କର୍ତ୍ୟବ କରିବାପାଇଁ କହୁଛି ତାକୁ ମାନିଲେ ନାହିଁ । ସାରା ଦେଶର ଜନତା ଯେଉଁ ଲକଡାଉନ ଓ ସୋସିଆଲ ଡିଷ୍ଟାନସିଙ୍ଗକୁ ମାନୁଥିବାବେଳେ ଏମାନେ ତାର ଧଜିଆ ଉଡାଇଦେଲେ । ମରକଜ ବାହାରେ କଣ ଘଟୁଛି, ଦେଶ ଆଉ ଦୁନିଆରେ କଣ ହେଉଛି ସେମାନେ ବୁଝିଲେନାହିଁ । ସେମାନେ ଏମିତି କରି କେବଳ ନିଜକୁ ନୁହେଁ ବଂର ସାରା ଦେଶକୁ ଏବେ ମରଣମୁହଁକୁ ଠେଲି ଦେଇଛନ୍ତି । ଅଭିବ୍ୟକ୍ତିର ଆଜାଦି, ଧର୍ମର ଆଜାଦି କଥା କହୁଥିବା କିଛି ଲୋକମାନେ ଭାବୁଛନ୍ତି ଯେ ମୁସଲମାନଙ୍କୁ ବେଶି ସମାଲୋଚନା କରାଯାଉଛି । ସେମାନଙ୍କୁ  ମୌଲାନାମାନଙ୍କର ସେହି କଥାର ଗମ୍ଭିରତା ବୁଝିବା ଦରକାର । ସେମାନଙ୍କର ସେହି ବିଷ ଭରା ଚିନ୍ତାଧାରା ପାଇଁ ଦେଶରେ ଅଚାନକ ଭାଇରାସର ପ୍ରଭାବ ବଢିଗଲା । ମୌଲାନା ମହମ୍ମଦ ସାଦଙ୍କର ସେହି ଅଡିଅରେ ଏତେ ବିଷ ଭରିକି ରହିଥିଲା ଯେ ଯେତେବେଳେ ଧର୍ମକୁ ମାନବିକତା, ଦେଶ ପାଇଁ ଥିବା କର୍ତ୍ୟବଠାରୁ ବେଶି ଉଚ୍ଚରେ ଦେଖାଯାଏ ସେତେବେଳେ ଏପରି ମାନସିକତାର ଶବ୍ଦ ବାହାରେ । ଏହି ତବଲିଗି ଜମାତର ସମ୍ମିଳନି ପାଇଁ ୧୫ଟି ଦେଶରୁ ବିଦେଶି ଧର୍ମପ୍ରଚାରକ ମାନେ ପର୍ଯ୍ୟଟନ ଭିସାରେ ଆସି ଧର୍ମସଭାରେ ଯୋଗଦେଲେ ଯାହା ହେଉଛି ବେଆଇନ । ଡାକ୍ତର, ପୋଲିସ, ମିଡିଆ, ବ୍ୟାଙ୍କ କର୍ମଚାରୀ, ସରକାରୀ କଳ ଏମାନେ ସବୁ ନିଜର ଜୀବନକୁ ବାଜି ଲଗାଇ ଏହି କରୋନାରୁ ପୁରା ଦେଶକୁ ବଂଚାଇବା ପାଇଁ ଚାହୁଁଥିବାବେଳେ ତବଲିଗି ଜମାତ ତାର ଧର୍ମନାଁରେ ଲୋକମାନଙ୍କୁ ଭ୍ରମିତ କରିବାରେ ଲାଗିଛି । ଏପରି ଏକ ନିର୍ଣ୍ଣାୟକ ଓ ସଙ୍କଟପୁର୍ଣ୍ଣ ସମୟରେ ଦେଶ ଏବେ ତବଲିଗି ଜମାତର ବିଷଭରା ବିଚାରକୁ ଭୋଗୁଛି ।

@ - ଅନିଲ କୁମାର ବିଶ୍ୱାଳ

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ