The Independence:Corona-Odisha-Minister-Politics

 ରାଜ୍ୟ ସରକାର କରୋନାକୁ ମହାମାରି ଘୋଷଣା କରିଲେ । କରୋନା ଯାହା ସାରା ବିଶ୍ୱରେ ମୃତ୍ୟୁର ବିଭିଷିକା ରଚିଛି ଓଡିଶାରେ ତାହାର ମୁକାବିଲା କରିବା ପାଇଁ ସରକାରବି ଅଂଟା ଭିଡିଛନ୍ତି । ବ୍ୟାପକ ପ୍ରସ୍ତୁତି ସରକାର କରୁଛନ୍ତି । ପୁରା ରାଜ୍ୟ ଲକଡାଉନରେ ଅଛି । ରାଜ୍ୟରେ ୧୦ଟିରୁ ଅଧିକ ସ୍ଥାନରେ କୋଭିଡ ହସ୍ପିଟାଲ ହେବା ସହିତ ପ୍ରତି ପଂଚାୟତରେ ଆଇସୋଲସେନ କେନ୍ଦ୍ର ବି ସରକାର ପ୍ରସ୍ତୁତି କରିଛନ୍ତି । ହେଲେ ସରକାର ଏତେ ସବୁ ପଦକ୍ଷେପ ବେଳେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳୁଛି । ଏତେ ସବୁ ପ୍ରସ୍ତୁତି ଓ ବ୍ୟବସ୍ଥା ହେଲାବେଳେ ରାଜ୍ୟର ମନ୍ତ୍ରୀମାନଙ୍କର ଦେଖାନାହିଁ । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି ହେଲେ ଏବେ ସୁଦ୍ଧା ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କର ଦେଖା ନାହିଁ । ସ୍ୱାସ୍ଥ୍ୟ ବିଭାଗର ଏବେ ସବୁଠାରୁ ଅଧିକ ଦାୟୀତ୍ୱ । ହେଲେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଲାପତା ଅଛନ୍ତି । ଥରେ ଆସିଥିଲେ ଗଣମାଧ୍ୟମ ସାମନାକୁ । ହେଲେ ସେ ଯାହା କହିଲେ ତାକୁ ସରକାରଙ୍କର ଅଧିକାରି ତାପରଦିନ ଖଣ୍ଡନ କରିଲେ ଓ ଅଧିକାରିଙ୍କ କଥା ରହିଲା । ସାରା ରାଜ୍ୟରେ ଲକଡାଉନ । ପୋଲିସ ପୁରା ଲକଡାଉନର ଦାୟୀତ୍ୱରେ । ହେଲେ ଗୃହ ବିଭାଗର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ଏବେ ସୁଦ୍ଧା ଦେଖାନାହିଁ । ପ୍ରତି ପଂଚାୟତରେ ଆଇସୋଲେସନ କେନ୍ଦ୍ର ପ୍ରସ୍ତୁତ ହେଲା । ହେଲେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କର ଉପସ୍ଥିତି କେଉଁଠି ନଜର ଆସିଲା ନାହିଁ । ରାଜ୍ୟରେ ଦିଆଯାଇଥିବା ବାର୍ଦ୍ଧ୍ୟକ ଭତା, ଦିବ୍ୟାଙ୍ଗ ଭତା ସବୁ ଆଗୁଆ ଦିଆଗଲା । ହେଲେ ବିଭାଗୀୟ ମନ୍ତ୍ରୀ ଅଶୋକା ପଣ୍ଡା ରାଜଧାନୀ ଭୁବନେଶ୍ୱରରେ ଥିଲେ ବି ତାଙ୍କୁ କେଉଁଠି ଦେଖିବାକୁ ମିଳିଲା ନାହିଁ । ରାଜ୍ୟରେ ହିତାଧିକାରିଙ୍କୁ ଆଗୁଆ ରେସନ ମିଳିଲା । ଖାଲି ସେତିକି ନୁହେଁ ଲକଡାଉନ ବେଳେ ରାଜ୍ୟରେ ଅତ୍ୟାବଶ୍ୟକ ଖାଇବା ସାମଗ୍ରୀ ମହଜୁଦ ଅଛି କି ନାହିଁ ସେସବୁ ଖାଉଟି କଲ୍ୟାଣ ବିଭାଗର କାମ । ହେଲେ ବିଭାଗୀୟ ମନ୍ତ୍ରୀ କୁଆଡେ ଯାଇଛନ୍ତି କେଜାଣି ସବୁ ତାଙ୍କ ବିଭାଗୀୟ ଅଧିକାରି ମାନେ କରିଲେ । ଏପୁରା ପ୍ରକିୟାରେ ମନ୍ତ୍ରୀମାନଙ୍କୁ ପଚାରି ବିଭାଗୀୟ ଅଧିକାରୀମାନେ ନିଷ୍ପତି ନେଉଥିଲେ ନା ବିଭାଗୀୟ ବାବୁମାନେ ନିଜେ ସମସ୍ତ ନିଷ୍ପତି ନେଉଥିଲେ ତାହା ଏବେ ଚର୍ଚ୍ଚାର ବିଷୟ । ଅବଶ୍ୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀଙ୍କର କିଛି ଭିଡିଓ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଥିଲା ଯେଉଁଥିରେ ଅନଲାଇନରେ କେମିତି ଗଣିତ କରିବ, କେମିତି ପରୀକ୍ଷା ପାଇଁ ଛାତ୍ର ଛାତ୍ରୀମାନେ ପାଠ ପଢିବେ ତାହା ସେମାନେ ବୁଝାଉଥିଲେ । 

ଗୋଟିଏ କଥା ପ୍ରମାଣିତ ହେଲା ଯେ ଓଡିଶାରେ ବିନା ମନ୍ତ୍ରୀରେ ସରକାର ଚାଲିପାରୁଛି । କରୋନା ମୁକାବିଲା ସବୁ କିଛି ଅଫିସର ମାନେ କରିଲେ । ଖାଲି ସେତିକି ନୁହେଁ ଜରୁରୀକାଳିନ ପରିସ୍ଥିତିରେ ରାଜ୍ୟର ଅସଲ ଶାସନ ଭାର ଅଫିସରମାନଙ୍କ କାନ୍ଧରେ ରହିଛି ଏକଥା ପ୍ରମାଣିତ ହେଲା । ଦେଶର ସମ୍ବିଧାନ ନିର୍ବାଚିତ ସରକାରଙ୍କୁ ଲୋକମାନଙ୍କ ପାଖରେ ଉତରଦାୟୀ କରିଛି । ସରକାର କହିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳକୁ ବୁଝାଏ । ସେମାନେ ହେଲେ ବ୍ୟବସ୍ଥାପିକା । ବ୍ୟବସ୍ଥାପିକା ପାଖେ କାର୍ଯ୍ୟପାଳିକା ଉତରଦାୟୀ । ମନ୍ତ୍ରୀମଣ୍ଡଳ ପାଖେ ବ୍ୟୁରୋକ୍ରାଟମାନେ ଉତରଦାୟୀ । ସରକାରଙ୍କ ସବୁ ନିଷ୍ପତି ମନ୍ତ୍ରୀମଣ୍ଡଳ ନେବାକଥା ଓ ତାକୁ ସଠିକ ଭାବେ କାର୍ଯ୍ୟକାରି କରିବା କାମ ହେଉଛି ଅଫିସରମାନଙ୍କର । ହେଲେ ଓଡିଶାରେ ହେଉଛି ଓଲଟା । ଘୋଷଣା ବିଭାଗୀୟ ଅଧିକାରିମାନେ କରୁଛନ୍ତି ଓ ପରେ ତାକୁ କ୍ୟାବିନେଟରେ ପାସ କରାଗଲା । ଏବେ କରୋନା ପରିପ୍ରେକ୍ଷିରେ ହୋଇଥିବା କ୍ୟାବିନେଟର ସବୁ ନିଷ୍ପତି ଆଗରୁ ପ୍ରାୟତ ଗଣମାଧ୍ୟମରେ ସୂଚନା ଦିଆଯାଇସାରିଥିଲା । କ୍ୟାବିନେଟ କେବଳ ଏକ ଔପଚାରିକ ଥିଲା ।

ରାଜ୍ୟ ସରକାରଙ୍କର କରୋନା ମୁକାବିଲାର କାର୍ଯ୍ୟପଦ୍ଧତି ଦେଖିଲେ ଲାଗୁଛି କିଛି ପ୍ରଶାସନିକ ଅଧିକାରିମାନେ ହିଁ ସରକାର ଚଲାଉଛନ୍ତି । ଏକଥା ଆଉଥରେ ପୁନଃ ପ୍ରମାଣିତ ହେଉଛି । ଅର୍ଥମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ, ପଂଚାୟତରାଜ ମନ୍ତ୍ରୀ, ଖାଉଟି କଲ୍ୟାଣ ମନ୍ତ୍ରୀ, ଏସବୁ ମନ୍ତ୍ରୀ ମାନେ କୁଆଡେ ଗଲେ ? ନା କାହାର ଏହି କରୋନା ମୁକାବିଲାରେ ଅଂଶଗ୍ରହଣ ଅଛି ନା କାହାର ଉପସ୍ଥିତି ଦେଖାଯାଉଛି । ଏପରିକି ଗଣମାଧ୍ୟମରେ ବିବୃତି ବି ନାହିଁ । କରୋନା ଭଳି ସଙ୍ଗିନ ସ୍ଥିତିରେ ତ ସରକାର ବିରୋଧୀ ଦଳକୁ ବି ସାଙ୍ଗରେ ନେବା କଥା । ହେଲେ ଏଠିତ ମନ୍ତ୍ରୀ ମାନଙ୍କୁ ବି ପଚରାଯାଉନି । ବିଧାୟକ, ବିରୋଧୀଦଳକୁ ପଚାରେ କିଏ ? ଓଡିଶା ରାଜନିତି ଇତିହାସରେ ଏପରି ଆଗରୁ କେବେ ଦେଖାଯାଇନଥିଲା ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ