କରୋନା ମୁଖପାତ୍ର ସୁବ୍ରତ ବାଗଚି ବାବୁ ପୁରା ପ୍ରଫେସନାଲ ଲୋକ । ଆଗରୁ ଅନେକ ବହୁଦେଶୀୟ କମ୍ପାନିରେ କାମ କରିଛନ୍ତି । ବହୁ ପ୍ରତିଷ୍ଠା ପାଇଛନ୍ତି । ତାଙ୍କ ପାଇଁ ଓଡିଶା ସୁନାମ ଅର୍ଜିଛି । ତାଙ୍କ ଭଳି ଜ୍ଞାନି ଲୋକ ଯେ ଅଜଣାରେ ଏମିତି କରୁଥିବେ ସେମିତି କାହିଁକି ଲାଗୁନାହିଁ । ଏବେ ସୁଦ୍ଧା ସାରା ଦେଶରେ ସମସ୍ତ ରାଜ୍ୟରେ ସମୁଦାୟ କରୋନା ପଜିଟିଭି ସଂଖ୍ୟାରୁ କେତେ ତବଲିଗ ଜମାତର ମରକଜ ପାଇଁ ବଢିଛି ତାହା ଜଣାଇଥିଲାବେଳେ କେବଳ ଓଡିଶା ହିଁ ଏକମାତ୍ର ରାଜ୍ୟ ଯାହା ତବଲିଗ ଜମାତ ମାନଙ୍କ ବିଷୟରେ କୌଣସି ତଥ୍ୟ ଦେଉନାହିଁ । କରୋନା ମୁଖପାତ୍ର କଣ ଜାଣିଶୁଣି ତବଲିଗ ଜମାତର ତଥ୍ୟକୁ ଲୁଚାଉଛନ୍ତି କି? ଏବେ ସୁଦ୍ଧା ଚିତ୍ର ଅସ୍ପଷ୍ଟ ଅଛି କି ଓଡିଶାରେ କରୋନା ପଜିଟିଭ ବାହାରିଥିବା ରୋଗୀଙ୍କ ମଧ୍ୟରୁ ନିଜ୍ମାମୁଦ୍ଦିନ ମରକଜ ଯାଇଥିବା ବା ସେଠାରୁ ଫେରିଥିବା ଲୋକଙ୍କ ସାଙ୍ଗରେ ମିଶିବା କାରଣରୁ କେତେଜଣଙ୍କୁ କରୋନା ହୋଇଛି ।
କର୍ଣ୍ଣାଟକ ସରକାରଙ୍କର ତଥ୍ୟ ଅନୁସାରେ ଆଜି ସୁଦ୍ଧା ତବଲିଗ ଜମାତରୁ ଫେରିଥିବା ୪୦ ଜଣଙ୍କର କରୋନା ପଜିଟିଭ ବାହାରି ସାରିଛି । କର୍ଣ୍ଣାଟକ ସରକାରଙ୍କର ଯୁଗ୍ମ ସଚିବ ଡି ପ୍ରକାଶ କୁମାର ଏକଥା ଗଣମାଧ୍ୟମକୁ କହିଥିବାର ଟାଇମସ ଅଫ ଇଣ୍ଡିଆ ପ୍ରକାଶ କରିଛି ।
ସେହିପରି ରାଜସ୍ଥାନରେ ସରକାର ପ୍ରକାଶ କରିଛନ୍ତି କି ରାଜସ୍ଥାନରେ ଏବେ ସୁଦ୍ଧା କରୋନା ପଜିଟିଭ ବାହାରିଥିବା ୭୫୧ରୁ ୬୦% ହେଉଛନ୍ତି ତବଲିଗ ଜମାତିରୁ ଫେରିଥିବା ଲୋକମାନଙ୍କର । ଏହି ଖବର ଟି ହିନ୍ଦୁସ୍ତାନ ଟାଇମସରେ ଆଜି ପ୍ରକାଶ ପାଇଛି ।
ସେହିପରି ତାମିଲନାଡୁରେ କରୋନା ପଜିଟିଭ ବାହାରିଥିବା ୬୧୦ରୁ ୫୭୦ ହେଉଛନ୍ତି ତବଲିଗ ଜମାତ ସହ ସର୍ମ୍ପକିତ ରୋଗୀବୋଲି ଅଲଜଜିରାରେ ପ୍ରକାଶିତ ଏକ ଖବରରେ କୁହାଯାଇଛି ।
ଉତର ପ୍ରଦେଶର ଆଗ୍ରାରେ ସମୁଦାୟ ୧୦୪ ଜଣଙ୍କର କରୋନା ପଜିଟିଭ ବାହାରିଥିବା ବେଳେ ସେଥିରୁ ୫୨ ହେଉଛନ୍ତି ତବଲିଗ ମରକଜ ପାଇଁ । ଏହି ଖବରଟି ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି ଯାହାକୁ ସାମ୍ବାଦିକ ସିରାଜ କ୍ୟୁରେସି ରିପୋର୍ଟ କରିଛନ୍ତି ।
ଦେଶର ରାଜଧାନୀ ଦିଲ୍ଲୀରେ ସମୁଦାୟ କରୋନା ପଜିଟିଭ ବାହାରିଥିବା ୧୦୬୯ କେସ ମଧ୍ୟରୁ ୭୧୨ ହେଉଛନ୍ତି ତବଲିଗ ଜମାତିର ମରକଜ ପାଇଁ ।
ଦେଶର ଅନ୍ୟ ରାଜ୍ୟ ମାନେ ତବଲିଗ ଜମାତ ବିଷୟରେ ପୁରା ତଥ୍ୟ ପ୍ରତିଦିନ ଦେଉଥିବାବେଳେ ଆମ ରାଜ୍ୟ ସରକାର ତାହା କରୁନାହାନ୍ତି । ପ୍ରତିଦିନ ହେଉଥିବା ପତ୍ରକାର ବାର୍ତାରେ ରାଜ୍ୟ ସରକାରଙ୍କର କରୋନା ମୁଖପାତ୍ର ଏବେସୁଦ୍ଧା ସମୁଦାୟ କରୋନା ପଜିଟିଭରୁ କେତେଟା ଘଟଣାରେ ମୁଳ ସୁତ୍ର ତବଲିଗ ରହିଛି, ଏବେ ସୁଦ୍ଧା କ୍ୟାରୋଂଟିନରେ ତବଲିଗ ଜମାତରୁ ଫେରିଥିବା ଲୋକମାନଙ୍କ ମଧ୍ୟରୁ କେତେ ଜଣଙ୍କ ସାମ୍ପଲ ପରୀକ୍ଷା ହୋଇସାରିଲାଣି ବାକି ଆଉ କେତେଜଣଙ୍କର ବାକି ଅଛି ସେ ସବୁ ବିଷୟରେ କହୁନାହାନ୍ତି ।
ଏ ବିଷୟରେ ପ୍ରଶ୍ନ ପଚାରିବା ମନା କି ବୋଲି ସରକାର ଭାବୁଛନ୍ତି କି? ଯଦି ସରକାର ଭାବୁଥାନ୍ତି ଯେ ପ୍ରଶ୍ନ ପଚାରିବା ମନା ତାହେଲେ କାହିଁକି ସାମ୍ବାଦିକ ସମ୍ମିଳନି ଆରମ୍ଭ କରିଥିଲେ । ସବୁ ରାଜ୍ୟ ପ୍ରକାଶ କରୁଥିବାବେଳେ ଓଡିଶା କେଉଁ ବିଶେଷ କାରଣ ପାଇଁ କରିବ ନାହିଁ ତାହା ସରକାର କହି ଦିଅନ୍ତୁ । ଓଡିଶାର ସାମ୍ବାଦିକମାନେ ତ କରୋନା ମୁକାବିଲାକୁ ୨୦-୨୦ କ୍ରିକେଟ ମ୍ୟାଚ ବୋଲି ଭାବୁଥିଲେ । ହେଲେ ଏବେତ ଆଉ ସେ ସନ୍ଦେହ ନାହିଁ । କାରଣ କରୋନା ମୁକାବିଲା ଟେଷ୍ଟ ମ୍ୟାଚ ବୋଲି ନିଜେ ମୁଖପାତ୍ର ଘୋଷଣା କରିଛନ୍ତି । ତେଣୁ ତଥ୍ୟକୁ ପ୍ରକାଶ କରିଦେବାରେ ଅସୁବିଧା କେଉଁଠି ।