ବିଶ୍ୱକପ୍ ରେ ବାଲାଂଦେଶ ବିପକ୍ଷରେ ଖେଳୁଥିବା ବେଳେ ଭାରତୀୟ ଦଳକୁ ଷ୍ଟାଡିୟମରେ ଉତ୍ସାହିତ କରୁଥିବା ୮୭ ବର୍ଷିୟ ଚାରୁଲତା ପଟେଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ତାଙ୍କୁ ପେପସିକୋର ବିଜ୍ଞାପନରେ ଦେଖିବାକୁ ମିଳିବ । ପେପସିର ‘ସ୍ୱାଗ୍’ କ୍ୟାମ୍ପେନ୍ ରେ ଚାରୁଲତାଙ୍କୁ ନୂଆ ‘ସ୍ୱାଗ୍ ଷ୍ଟାର’ ଭାବେ ଦର୍ଶାଯାଇଛି । ଏନେଇ ପେପସିକୋ ପକ୍ଷରୁ କୁହାଯାଇଛି ଯେ ଖେଳ ପ୍ରତି ତାଙ୍କର ରୁଚି ଦର୍ଶାଉଛି ଯେ ଜୀବନକୁ ନିଜ ଇଚ୍ଛାରେ ଜିଇଁବା ପାଇଁ ବୟସ ବାଧକ ସାଜେ ନାହିଁ । ତେଣୁ ତାଙ୍କୁ ଆମ ସଂସ୍ଥାର ଆଡର୍ଭଟାଇଜମେଂଟ କ୍ୟାମ୍ପେନ୍ ରେ ସାମିଲ କରାଯାଇଛି ।
ଇଂଲଣ୍ଡର ବର୍ମିଂହାମ୍ ଷ୍ଟାଡିୟମ୍ ରେ ବାଲାଂଦେଶ – ଭାରତ ମ୍ୟାଚ୍ ରେ ଦର୍ଶକଙ୍କ ମଧ୍ୟରେ ଶ୍ରୀମତୀ ପଟେଲ ପେଁକାଳି ବଜାଇ ଭାରତୀୟ ଟିମ୍ କୁ ଉତ୍ସାହିତ କରୁଥିବାର ନଜର ଆସିଥିଲେ । ମ୍ୟାଚ୍ ପରେ ଭାରତୀୟ କ୍ରିକେଟ୍ କ୍ୟାପଟେନ୍ ବିରାଟ କୋହଲି ଓ ରୋହିତ ଶର୍ମା ତାଙ୍କୁ ଭେଟିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଚାରୁଲତା ଚର୍ଚ୍ଚାକୁ ଅସିଥିଲେ ।
ବିରାଟ ମଧ୍ୟ ଚାରୁଲତାଙ୍କ ସହ ଭେଟିବାର ଫଟୋକୁ ନିଜ ଟ୍ୱିଟରରେ ସେୟାର କରିଥିଲେ । ସେ ଲେଖିଥିଲେ ଯେ ଏବେ ପର୍ଯ୍ୟନ୍ତ ସେ ଚାରୁଲତାଙ୍କ ଭଳି ସମର୍ପିତ ପ୍ରଶଂସକ ଦେଖିନଥିଲେ । ବୟସ କେବଳ ଏକ ସଂଖ୍ୟା । ତାଙ୍କ ଆଶୀର୍ବାଦରୁ ଆମେ ଆଗକୁ ବଢୁଛୁ ।