ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପତ୍ନୀ ମେଲାନିୟା ଟ୍ରମ୍ପ୍ ଙ୍କ ଭାରତ ଗସ୍ତକୁ ନେଇ ଯୋରଦାର ପ୍ରସ୍ତୁତି ଚାଲିଛି । ଗସ୍ତ ସମୟରେ ଟ୍ରମ୍ପ୍ ଦମ୍ପତିଙ୍କ ଖାଇବା ପିଇବାକୁ ନେଇ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଜୟପୁରରେ ସୁନା ଏବଂ ରୂପା ପାଣି ଚଢା ଖାସ୍ ବାସନ ତିଆରି କରାଯାଇଛି । ଏଥିପାଇଁ ୩ ସପ୍ତାହ ସମୟ ଲାଗିଛି । ଟ୍ରମ୍ପ୍ ଙ୍କ ଡିନର ଓ ବ୍ରେକ୍ ଫାଷ୍ଟ ପାଇଁ ଭାରତୀୟ ପାରମ୍ପରିକ ଶୈଳୀରେ ବାସନ ତିଆରି କରାଯାଇଛି ।
ଏହି ବାସନକୁ ତିଆରି କରିଥିବା ଅରୁଣ ପବୁୱାଲା ତୃତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ବିଶେଷ କଟଲରି ଡିଜାଇନ୍ କରିଛନ୍ତି । ଡିନର ଓ ଟି ସେଟ୍ ରେ ରାଜସ୍ଥାନୀ ସଂସ୍କୃତି ର ଝଲକ୍ ଦେଖିବାକୁ ମିଳିବ । ଏହା ପୂର୍ବରୁ ୨୦୧୦ ଓ ୨୦୧୫ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ତାଙ୍କୁ ବାସନ ତିଆରି ଦାୟିତ୍ୱ ମିଳିଥିଲା ।
ସୂଚନାଯୋଗ୍ୟ ଯେ ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ତାଙ୍କ ସହ ପତ୍ନୀ ମେଲାନିୟା ଏବଂ ଝିଅ ଇବାଙ୍କା ମଧ୍ୟ ଭାରତ ଆସିବେ । ଏହି ଗସ୍ତ ସମୟରେ ଟ୍ରମ୍ପ୍ ପ୍ରଥମେ ଗୁଜରାଟର ଅହମଦାବାଦ୍ ଯିବେ । ସେଠାକାର ମୋଟେରା ଷ୍ଟାଡିୟମ୍ ରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏହାବାଦ୍ ସେମାନେ ତାଜମହଲ ମଧ୍ୟ ବୁଲି ଦେଖିବେ ।