ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଲୋଗୋକୁ ଉନ୍ମେଚନ କରିଛନ୍ତିି । ଭୁବନେଶ୍ୱରପୂର୍ବତଟ ରେଲୱେ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାର ଉନ୍ମୋଚନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଖୁସି । ବର୍ତମାନ ଓଡିଶା କେବଳ କ୍ରୀଡା ଉତ୍ସବ ଗୁଡିକୁ ଆୟୋଜନ କରିବାରେ ପ୍ରଶଂସା ପାଇଛି ତାହା ନୁହେଁ ବରଂ ଏଠାରୁ ବାହାରୁଥିବା କ୍ରୀଡା ବିତ୍ ମାନଙ୍କ ପାଇଁ ମଧ୍ୟ ପରିଚିତି ଲାଭ କରିପାରିଛି । ସେମାନେ ବିଭିନ୍ନ କ୍ରୀଡାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିÂା ଲାଭ କରିପାରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ୨୨ ଫେବୃଆରୀରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଅନୁÂିତ ହେବାକୁ ଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଶର ୧୦୦ଟି ବିଶ୍ୱ ବିଦ୍ୟାଳୟରୁ ୧୭ଟି ବିଭାଗରେ ୪ହଜାରରୁ ଉଦ୍ଧ୍ୱର୍ କ୍ରୀଡାବିତ୍ ଭାଗ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ସଫଳତା କାମନା କରିବାସହ ଏଥିରେ ଭାଗ ନେବାକୁ ଥିବା କ୍ରୀଡାବିତ୍ ମାନେ ଓଡିଶାର ଆତିଥ୍ୟ ଗ୍ରହଣ କରି ସମୃଦ୍ଧ ସଂସ୍କୃତି ବିଷୟରେ ଜାଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ । ରାଜ୍ୟରେ କେବଳ ହକି ନୁହେଁ, ଆଥଲେଟିକ୍ସରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଲମ୍ପିକ ଯାଇ ସଫଳତା ଲାଭ କରିଛନ୍ତି । ଗତ ଅଲମ୍ପିକରେ ଦାରିଦ୍ର୍ୟ ପୃÂଭୂମିରୁ ଆସି ମଧ୍ୟ ଧାବିକା ଦୂତି ଚାନ୍ଦ, ଆଥଲେଟ୍ ଶ୍ରାବଣୀ ନନ୍ଦ ବିଶେଷ ଭାବରେ ଓଡିଆ ଘରର ଝିଅମାନେ ନାଁ କରିପାରିଛନ୍ତି । ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଭାରତ ସରକାର ତଥା ବିଭିନ୍ନ ଅନୁÂାନମାନଙ୍କ ପୃÂପୋଷକତାରେ ରାଜ୍ୟ ଖେଳ ଜଗତରେ ଥିବା ଅବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାର ଆବଶ୍ୟକତା ରହିଛି ।
ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମେତ ସମସ୍ତଙ୍କ ସହଯୋଗ ରହିବା ଦରକାର । ଓଡିଶାର ଅଧିକରୁ ଅଧିକ ପିଲାମାନେ ଖେଳ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ନାଁ କରିପାରିବାର ସକ୍ଷମ ରଖୁଛନ୍ତି । ତେଣୁ ଏହାକୁ ପ୍ରତ୍ସାହିତ କରିବା ସମସ୍ତଙ୍କ ଦାୟିତ୍ୱ । ଖେଲୋ ଇଣ୍ଡିଆ ଦ୍ୱାରା ଓଡିଶାର ପିଲାମାନେ ଲାଭ ପାଇବେ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଡ. ରମେଶ ପୋଖରିଆଲ, କିରେନ୍ ରିଜ୍ଜୁ , ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ , କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।