The Independence:Girish-Murmu-Insulted-By-Odia-Journalist

ଭୁବନେଶ୍ୱର - ଯାହାକୁ କାମଳ ରୋଗ ହୋଇଥାଏ ତାହାକୁ ସାରା ଦୁନିଆଟା ହଳଦିଆ ଦେଖାଯାଏ । ଏହି କାମଳ ରୋଗରେ ପିଡିତ ରୋଗୀର ଦୃଷ୍ଟିଭଙ୍ଗିରେ ଅନ୍ୟ ଭଲ ଲୋକର ମୁହଁ ବି ହଳଦିଆ ଦେଖାଯାଏ । ଠିକ ସେମିତି ହେଉଛି କାମଳ ସାମ୍ବାଦିକତା । ନିଜକୁ ଯାହା ଭଲ ଲାଗେନି ବା ଯାହା ନିଜ ବିଚାରଧାରାର ବିରୋଧରେ ଥାଏ ବା ନିଜର ପୃଷ୍ଠପୋଷକଙ୍କର ସ୍ୱାର୍ଥକୁ ହାନି କରେ ତାହା ତାଙ୍କ ପାଇଁ ପୁରା ହଳଦିଆ, ମାନେ ପୁରା ବିଷ । ଏଥିପାଇଁ ସେମାନେ ସବୁ ସୀମା ସରହଦ ଡେଇଁ ଯିବା ପାଇଁ ପ୍ରସ୍ତୁତ । ସାମ୍ବାଦିକତାର ସବୁ ନୀତି ନିୟମ ଏମାନଙ୍କ ପାଇଁ ସେତେବେଳେ ତୁଛ ହୋଇଯାଏ ।

କେବଳ ଆଦିବାସି ସମାଜ ନୁହେଁ ବଂର ସାରା ଓଡିଶା ପାଇଁ ଗର୍ବ ହେଉଛନ୍ତି ମୟୁରଭଂଜର ଓଡିଆ ପୁଅ ଗିରିଶ ମୁର୍ମୁ । ଜଣେ ଦକ୍ଷ ପ୍ରଶାସକ, ଜଣେ ସ୍ୱଛ ପ୍ରଶାସନିକ ଅଧୀକାରି ଭାବେ ତାଙ୍କର ସୁନାମ ସାରା ଦେଶରେ ଅଛି । ସେଥିପାଇଁ ତ ତାଙ୍କୁ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ପରେ ଜାମ୍ମୁ କାଶ୍ମୀରର ମୁଖ୍ୟ ପ୍ରଶାସକ ଭାବେ ଗୁରୁ ଦାୟୀତ୍ୱ ଦିଆଯାଇଥିଲା । ସେ ହୋଇଥିଲେ ସେଠିକାର ପ୍ରଥମ ଲେଫ୍ଟନାଂଟ ଗଭର୍ଣ୍ଣର । ଖାଲି ସେିତିକି ନୁହେଁ ସେ ଏବେ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି । ସେହି ପଦବିରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ଓଡିଶା ପାଇଁ ଏହା ଅତ୍ୟନ୍ତ ଗର୍ବର କଥା । ତାଙ୍କୁ ସରକାର ସିଏଜି ପଦରେ ନିଯୁକ୍ତି କରିବା ପାଇଁ ଜାମ୍ମୁ କାଶ୍ମୀରର ଲେଫ୍ଟନାଂଟ ଗଭର୍ଣ୍ଣର ପଦରୁ ଅବ୍ୟାହତି ଦେଲେ । ହେଲେ ତାଙ୍କର ଏହି ପଦୋନ୍ନତି କିଛି ତଥାକଥିତ ସାମ୍ବାଦିକଙ୍କ ଆଖିରେ ଯାଉନି । ଯିଏ ସାରା ଦେଶର ବର୍ତମାନ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ କାମ କରୁଛନ୍ତି ସିଏ କୁଆଡେ ଅଯୋଗ୍ୟ ଓ ଚାଟୁକାର । କିଛି ନିର୍ଦ୍ଧିଷ୍ଟ ବିଚାରଧାରାର ଝଣ୍ଡା ଧରିଥିବା ଗଣମାଧ୍ୟମ ଏବେ ଏପ୍ରକାର ଖବର ପ୍ରସାରରେ ପୁରା ଜୋର ଲଗାଇଛନ୍ତି । ସେହି ବର୍ଗର ଲେଖକ/ସାମ୍ବାଦିକ ମାନଙ୍କର ଏବେ ଗୋଟିଏ କାମ । ଓଡିଶାର ଗର୍ବ, ଗାରିମା ଉପରେ ପ୍ରଶ୍ନ ଉଠାଓ । ଓଡିଆ ଲୋକମାନଙ୍କ ମନରେ ନିଜର ଅସ୍ମିତା ଉପରେ ସନ୍ଦେହ ତିଆରି କର । ସେହି ଭଳି ସାମ୍ବାଦିକ ଓ ବୁଦ୍ଧିଜିବିମାନେ ଏତେ ଦଳିତ ବିରୋଧି ଯେ ଜଣେ ଆଦିବାସି ଯିଏ ପୁରା ଗରିବ ପରିବାରରୁ ଉଠି ଦେଶର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭଳି ପଦରେ ନିଯୁକ୍ତି ପାଇଲେ ତାଙ୍କୁ ସେମାନେ ସହି ପାରିବେନି ।

ପୂର୍ବରୁ ସେହି ସାମ୍ବାଦିକ ଜଣକ ଓଡିଶାର ଆଉ ଜଣେ ମହାନ ଯୁଗପୁରୁଷ ଭୀମ ଭୋଇଙ୍କ ବିରୋଧରେ ତୁଛା ଡାହା ମିଛ କଥା ଗୁଡିଏ ଲେଖି ବିବାଦକୁ ଆସିଥିଲେ । ଭୀମ ଭୋଇଙ୍କ ଭଳି ଜଣେ ସନ୍ଥ ଯିଏ ଏକ ଗରିବ କନ୍ଧ ଦଳିତ ପରିବାରରେ ଜନ୍ମ ହୋଇଥିଲେ, ପିଲାବେଳେ ତାଙ୍କ ବାପାଙ୍କୁ ହରାଇଥିଲେ, ଜନ୍ମରୁ ପୁଣି ଅନ୍ଧ ଥିଲେ, ତାଙ୍କ ବିରୋଧରେ ବି ଅପପ୍ରଚାର କରିବାକୁ ପଛାଇ ନଥିଲେ ଏହି ସାମ୍ବାଦିକ । ଅପପ୍ରଚାରର ମାତ୍ରା ଓ ଶବ୍ଦ ଏତେ ମାରାତ୍ମକ ଯେ ଏହାକୁ ପ୍ରତିବାଦ ନକଲେ ନିଜକୁ ଧିକ୍କାର ଲାଗିବ । ଘଟଣା ଟି ହେଉଛି ଏପରି । ଜର୍ମାନୀର ହିଡେଲବର୍ଗ ବିଶ୍ୱବିଦ୍ୟାଳୟ ଭୀମଭୋଇଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି । ସେହି ପୁସ୍ତକରେ ଏକ ଲେଖା ଅଛି ଯାହାର ଆଲେଖ୍ୟ ହେଉଛି “ଭୀମଭୋଇ ଆଣ୍ଡ ହିଜ ଫିମେଲ କନସର୍ଟ” । ସେହି ଲେଖାଟିକୁ ଜଣେ ଓଡିଆ ଲେଖକ ଲେଖିଛନ୍ତି । ସେହି ଲେଖାର ସାରାଂଶ ବା ଯାହାକୁ କନକ୍ଲୁଜନ ବୋଲି କୁହାଯାଉଛି ସେଥିରେ ଲେଖାଯାଇଛି ଯେ ଭୀମଭୋଇଙ୍କର ଅନେକ ମହିଳାଙ୍କ ସହିତ ଶାରୀରିକ ସର୍ମ୍ପକ ଥିଲା । ସେ ତାଙ୍କ ଯୁବାବସ୍ଥାରେ ଜଣେ ଲେଡି କିଲର ଥିଲେ । ଭାରତୀୟ ସମାଜରେ ସନ୍ଥମାନଙ୍କର ଯେଉଁ ବ୍ୱକ୍ତିତ୍ୱ (ଇମେଜ) ଅଛି ସେପରି ବ୍ୱକ୍ତିତ୍ୱ ଭୀମ ଭୋଇଙ୍କର ନାହିଁ । ଏଭଳି ଅତ୍ୟନ୍ତ ଆପତିଜନକ କଥା ଲେଖାଯାଇଛି ସେହି ଲେଖାରେ । ଭାବନ୍ତୁ ଯିଏ ଜନ୍ମରୁ ଅନ୍ଧ, ଯାହାର ଜନ୍ମ ଗୋଟିଏ ଗରିବ କନ୍ଧ ପରିବାରରେ, ଯିଏ ସାରା ଜିବନ ବିତାଇଦେଲେ ସମାଜର ନିଷ୍ପେସିତ, ଦଳିତ ବର୍ଗର ପୁନର ଉତ୍‌ଥାନ ପାଇଁ ସେ ପୁଣି ଏପରି ଚରିତ୍ରର ଅଧିକାରି ଥିଲେ । ସେ ଜଣେ ଲେଡି କିଲର ଥିଲେ, ତାଙ୍କର ଅନେକ ମହିଳାଙ୍କ ସହିତ ଶାରିରିକ ସର୍ମ୍ପକ ଥିଲା ଏହା କଣ ବିଶ୍ୱାସଯୋଗ୍ୟ । ଏହା ହେଉଛି ସମଗ୍ର ଦଳିତ ସମାଜର ଅପମାନ, ସମଗ୍ର ଭାରତୀୟ ସଂସ୍କୃତି, ସନ୍ଥ ସମାଜର ଅପମାନ । ଜଣେ ଦଳିତ ବିରୋଧୀ, ସାଧୁ ସନ୍ଥ ବିରୋଧୀ ମାନସିକତାର ଲୋକ ହିଁ ଏପରି ଲେଖା ଲେଖିପାରନ୍ତି । ବୈଦଶିକ ଶକ୍ତି ବିଶେଷ ଭାବେ ଯେଉଁମାନେ ଭାରତରେ ଧର୍ମାନ୍ତିକରଣ କରିବା ପାଇଁ ଚାହାନ୍ତି ସେମାନଙ୍କର ସ୍ୱାର୍ଥ୍ୟ ହାସଲ କରିବା ପାଇଁ ଏମାନଙ୍କର କଲମ କେଉଁ ସ୍ତରକୁ ବି ଖସିଯାଇପାରେ ।

ଏବେ ରାମ ମନ୍ଦିର ଭୂମି ପୁଜନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଗଦାନ ବି ସେମାନଙ୍କର ସେକୁଲାର ଆଖିରେ ଗଲାନି । ସେଥିପାଇଁ ସେହି କାର୍ଯ୍ୟକ୍ରମର ଜିରାରୁ ଶିରା କାଢିବା ପାଇଁ ପଛାଇ ନାହାନ୍ତି । ସାରା ଦେଶ ଯେତେବେଳେ ରାମମୟ ହେଉଛି ସେତେବେଳେ ସେହି ବର୍ଗର ଲେଖକମାନଙ୍କ ପିଡା ହେବା ସ୍ୱାଭାବିକ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ