ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ସଭାପତି ଜଗଦେବ ରାମ ଓରାମଙ୍କ ଆକସ୍ମିକ ଦେହାବସାନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଜଗଦେବରାମ ଓରାମ ସାମାଜିକ ସେବା କ୍ଷେତ୍ରରେ ଜଣେ ଆଦର୍ଶ ଥିଲେ ଓ ସେ ଜନଜାତି ବର୍ଗର ଉତଥାନ ପାଇଁ ଅନେକ କିଛି କରିଥିଲେ । ଜନଜାତି ବର୍ଗର ଲୋକ ମାନଙ୍କ ଉତଥାନ ପାଇଁ ତାଙ୍କର ପ୍ରତିବଦ୍ଧତା ଓ କାର୍ଯ୍ୟ ଭବିଷ୍ୟତ ପିଢୀକୁ ପ୍ରେରଣା ଦେବ ବୋଲି ସେ ତାଙ୍କ ଶୋକ ବାର୍ତାରେ କହିଛନ୍ତି । ସେ ସ୍ୱର୍ଗୀୟ ଜଗଦେବ ଓରାମଙ୍କ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।