ହିନ୍ଦୁସ୍ତାନରେ ଲେଖାଯାଇପାରିବନି “ହିନ୍ଦୁ ଫଳ ଦୋକାନ” । ପାଲଘରରେ ହିନ୍ଦୁ ସାଧୁଙ୍କୁ ହତ୍ୟା । ପଂଜାବରେ ହିନ୍ଦୁ ସାଧୁଙ୍କୁ ଆକ୍ରମଣ । ପଂଜାବ ପରେ ଏବେ ଝାରଖଣ୍ଡରେ ଜଣ ଫଳ ଦୋକାନୀ ନିଜ ଦୋକାନରେ ହିନ୍ଦୁ ଫଳ ଦୋକାନ ଲେଖିଥିଲେ ବୋଲି ରାଂଚି ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ସଂଯୋଗବସତଃ ଏ ସମସ୍ତ ଘଟଣା ଘଟିଛି କଂଗ୍ରେସ ଶାସିତ ରାଜ୍ୟରେ । ହେଲେ ପ୍ରଶ୍ନ ଉଠୁଛି ଯେ କଣ କୌଣସି ଦୋକାନୀ ନିଜ ଦୋକାନ ଆଗରେ ହିନ୍ଦୁ ଦୋକାନ ବୋଲି ଲେଖିପାରିବେ ନାହିଁ ? କଣ କହୁଛି ଏହା ଉପରେ ଦେଶର ଆଇନ ?
ଏହି ଘଟଣାକୁ ନେଇ ସୋସିଆଲ ମେଡିଆରେ ବହୁତ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଲୋକ ପ୍ରଶ୍ନ କରିଛନ୍ତି ଯେ ଯଦି ମୁସଲମାନ ରେଷ୍ଟୁରାଂଟ, ହଲାଲ ମିଟ ସପ, ମୁସଲମାନ ଢାବା, ବେଥେଲହେମ କେକ ସପ ଲେଖାଯାଇପାରୁଛି ତାହେଲେ “ହିନ୍ଦୁ ଫଳ ଦୋକାନ” କାହିଁକି ଲେଖାଯାଇପାରିବ ନାହିଁ । ଯଦି ମୁସଲମାନ ମାନେ ସେମାନଙ୍କ ଦୋକାନ ଆଗରେ ମୁସଲମାନ ଲେଖିପାରୁଛନ୍ତି ତାହେଲେ କାହିଁକି ହିନ୍ଦୁ କାହିଁକି ଲେଖିପାରିବ ନାହିଁ । ଯଦି ମୁସଲମାନ ଲେଖିଲେ କାହାର କିଛି ଅସୁବିଧା ହେଉନାହିଁ କି ଦେଶର ବାତାବରଣ କିଛି ଖରାପ ହେଉନାହିଁ ତାହେଲେ ହିନ୍ଦୁ ଲେଖିଲେ କେମିତି ଏହା ଆଇନ ବିରୋଧରେ ଯାଉଛି । ଏମିତି ଦେଶର ଅନେକ ସ୍ଥାନରେ “ହିନ୍ଦୁ ହୋଟେଲ” ଲେଖାଥିବା ହୋଟେଲ ବି ଅଛି । ହେଲେ ଝାରଖଣ୍ଡ ସରକାରଙ୍କ କେଉଁ ଆଇନ ବଳରେ ଏପରି କରାଯାଇଛି ତାହା ବୁଝାପଡୁନାହିଁ ।
ଦି ନିୟୂ ଇଣ୍ଡିୟାନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ପ୍ରଥମେ ରାଂଚି ପୋଲିସ ଆସି ଫଳ ଦୋକାନିଙ୍କୁ ଧମକାଇଥିଲେ । ଏପରି ବ୍ୟାନର କାହିଁକି ରଖିଛ ? ତୁମକୁ ଗିରଫ କରି ଜେଲରେ ପୁରାଇ ଦିଆଯିବ ବୋଲି ଧମକ ଦେଇ ସେହି ବ୍ୟାନରକୁ ଜବତ କରି ନେଇଯାଇଥିଲେ ।