ପାଲଘର ପରେ ଏବେ ପଂଜାବ । ଯେଉଁ କଂଗ୍ରେସ ଦଳ ଦିନେ କିଛି ହିନ୍ଦୁ ସାଧୁଙ୍କ ପ୍ରତି “ହିନ୍ଦୁ ଟେରର” ଶବ୍ଦର ବ୍ୟବହାର କରୁଥିଲା ସେହି କଂଗ୍ରସ ଦଳ ଦ୍ୱାରା ଶାସିତ ରାଜ୍ୟରେ କ୍ରମାଗତ ଭାବେ ହିନ୍ଦୁ ସାଧୁଙ୍କ ଉପରେ ଆକ୍ରମଣ ହେଉଛି । ପାଲଘରରେ ଯେପରି ଭାବେ ଦୁଇ ଜଣ ନିରିହ ସାଧୁଙ୍କର ହତ୍ୟା ପୋଲିସ ସାମନାରେ କରାଗଲା ତାହାର କିଛି ଦିନ ନଜାଉଣୁ ପୁଣି ପଂଜାବରେ ହିନ୍ଦୁ ସାଧୁଙ୍କୁ ଆକ୍ରମଣ କରାଯାଇଛି । ପଂଜାବର ହୋସିଆରପୁରରେ ଥିବା ତାଙ୍କର ଆଶ୍ରମରେ ରହୁଥିବା ସାଧୁ ସ୍ୱାମୀ ପୁଷ୍ପେନ୍ଦ୍ର ସ୍ୱରୁପଙ୍କୁ ଗତକାଲି କିଛି ଦୁବୁର୍ତ ରାତି ୧୦ଟାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସ୍ୱାମୀ ପୁଷ୍ପେନ୍ଦ ନିଜ ରାତ୍ରୀ ଭୋଜନ ସାରି ବିଶ୍ରାମ ନେଉଥିବାବେଳେ ତାଙ୍କ ଆଶ୍ରମରେ ପଶି ଆକ୍ରମଣ କରାଯାଇଛି । ଯାହା ଜଣାପଡୁଛି ଆକ୍ରମଣକାରି ପୁରା ଯୋଜନାବଦ୍ଧ ଭାବେ ଆସିକି ଆକ୍ରମଣ କରିଛନ୍ତି । ଗଭିର ଆହତ ସ୍ୱାମୀଜି ଏବେ ଚିକିସ୍ତ୍ରିତ ହେଉଛନ୍ତି ।