ଭାରତ ସରକାର ଶେଷରେ ଖାଲିସ୍ତାନୀ ସମର୍ଥକ ସଂଗଠନ ସିଖସ ଫର ଜଷ୍ଟିସ (ଏସଏଫଜେ) ଉପରେ ବ୍ୟାନ ଲଗାଇଛନ୍ତି । ଏହି ସଂସ୍ଥାକୁ ଅନ ଲଫୁଲ ଆକ୍ଟିଭିଟିଜ ପ୍ରିଭେନସନ ଆକ୍ଟ ଅନୁସାରେ ବ୍ୟାନ କରାଯାଇଛି ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରୀ ନୋଟିଫିକେସନରେ କୁହା ଯାଇଛି ଯେ କେନ୍ଦ୍ର ସରକାର ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଏହି ସଂସ୍ଥାର ଗତିବିଧି ଭାରତର ସାର୍ବଭୌମତ୍ୱ ଉପରେ ବିପଦ ସୃଷ୍ଟି କରୁଛି । ଏହି ସଂସ୍ଥା ଭାରତ ବିରୋଧୀ କାର୍ଯକଳାପରେ ଲିପ୍ତ ରହିଛି । ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଏହାର ସମ୍ପର୍କ ରହିଛି ।
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ଆଇଏସଆଇ ସମର୍ଥିତ ଏହି ସଂଗଠନର ଭାରତ ବିରୋଧୀ କାର୍ଯକଳାପରୁ ଭାରତକୁ ରକ୍ଷା କରିବା ପାଇଁ ପ୍ରଥମ ପଦକ୍ଷେପ ।