– ଜାମ୍ମୁ କାଶ୍ମୀରରେ ସୁରକ୍ଷାବଳଙ୍କୁ ଏକ ବଡ ସଫଳତା ମିଳିଛି । ସୁରକ୍ଷା ବଳର ଜବାନ ମାନେ ଶୁକ୍ରବାର ଦିନ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏମାନଙ୍କ ମଧ୍ଯରେ ଜୈଶର ଜଣେ କମାଣ୍ଡର ଥିବା ଜଣା ପଡିଛି । ବାଲିଦ ଜୈଶର ଶୀର୍ଷସ୍ଥ କମାଣ୍ଡର ଥିଲା ତଥା ସେ ଆଇଡି ବିଶେଷଜ୍ଞ ଥିଲା । ଭାରତୀୟ ସୁରକ୍ଷା ବଳଙ୍କ ମୋଷ୍ଟ ୱାଂଟେଡ ଆତଙ୍କବାଦୀ ସୂଚୀରେ ତାର ନାମ ଥିଲା ।
ସେ ପାକିସ୍ତାନରେ ଥିବା ତାର ମାଲିକ ମାନଙ୍କର ନିର୍ଦେଶରେ କାମ କରୁଥିଲା । ସେ ଏହା ପୂର୍ବରୁ ଚାରି – ଚାରି ଥର ସୁରକ୍ଷା ବଳଙ୍କ ଘେରାବନ୍ଦୀରୁ ଖସି ଯିବାରେ ସମର୍ଥ ହେଉଥିଲା । ମାତ୍ର ଏଥର ସେ ମୃତ୍ୟୁବରଣ କରିଛି ।