The Independence:Lockdown-Extension-Odisha-Proposed

 ଓଡିଶା ସରକାରଙ୍କୁ ଘାରିଛି ପ୍ରଥମ ହେବାର ନିଶା । ଆମେ ସବୁଥିରେ ପ୍ରଥମ ଏକଥା କହି ବାହାବା ସାଉଁଟିବାରେ ମସଗୁଲ ଅଛନ୍ତି ରାଜ୍ୟ ସରକାର । ସେଥିପାଇଁ ପ୍ରଥମ ହେବାର କୌଣସି ସୁଯୋଗକୁ ଛାଡୁ ନାହାନ୍ତି । ଏବେ ଆଉ ଗୋଟିଏ ପ୍ରଥମ ଘଟଣା ରାଜ୍ୟ ସରକାର କରିବାକୁ ଯାଉଛନ୍ତି । ଏକାଥରକେ ଲକଡାଉନକୁ ଆହୁରି ୧ମାସ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ହେଲେ ଏହି ୧ ମାସ ଲକଡାଉନ ବଢାଇବା ସତରେ ଆବଶ୍ୟକ ଅଛି କି ? ଯଦି ଅଛି ଏକାଥକେ ୧ ମାସ ବୋଲି ରାଜ୍ୟ ସରକାର କେମିତି ଜାଣିଲେ । ଆଉ ୧ ମାସ ବଢାଇଲେ ରାଜ୍ୟର ୮୦% ଲୋକ କେମିତି ଚଳିବେ ସେକଥା ଚିନ୍ତା କରିଛନ୍ତି କି ରାଜ୍ୟ ସରକାର ? ଆହୁରି ୧ ମାସ ଲକଡାଉନ ବଢାଇଲେ ରାଜ୍ୟର ଶ୍ରମିକ, ଖଟିଖିଆ ମଜୁରିଆ, ଉଠା ଦୋକାନି, କୃଷକ ଓ କୃଷି ଶ୍ରମିକ, ହସ୍ତଶିଳ୍ପ ଓ ହସ୍ତତନ୍ତ୍ର କାରିଗର ଏମାନଙ୍କ ଅବସ୍ଥା କଣ ହେବ ? କଣ ହେବ ରାଜ୍ୟର ଶିଳ୍ପର ଅବସ୍ଥା । କରୋନା ସଂକ୍ରମଣରେ ଆମଠାରୁ ଆହୁରି କେତେଗୁଣ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ସରକାର ମାନେ ଲକଡାଉନ ନବଢାଇ ବଂର ସାମାଜିକ ଦୂରତ୍ୱ ରଖି କେମିତି ସବୁକିଛି ଚଲାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଓଡିଶା ସରକାର ଲକଡାଉନ ବଢାଇବା ସପକ୍ଷରେ ଅଛନ୍ତି ।  ଲକଡାଉନ ବଢାଇବା ପାଇଁ ମନା ନାହିଁ ହେଲେ ଏହାକୁ ପୁରା ଏକଥରକେ ୧ ମାସ ନକରାଯାଇ ୭ ଦିନ ୭ ଦିନ କରି ସ୍ଥିତିର  ସମୀକ୍ଷା କରି ବଢାଯାଉ । କିଏ କାହିଁକି ବିରୋଧ କରିବ ? ହେଲେ ବାହାବା ପାଇଁ ଏକାଥରକେ ୧ ମାସ ବଢାଇବା କେଉଁ ବୁଦ୍ଧିମତାର ପରିଚୟ । ୧ ମାସ ଲକଡାଉନ ବଢାଇବାର ଅଙ୍କଟା କଣ ? ୧ ମାସ କାହିଁକି ୧୫ ଦିନ କାହିଁକି ନୁହେଁ ଏହାର ଉତର ରାଜ୍ୟ ସରକାର ସ୍ପଷ୍ଟ କରିବେ କି ?

ଲକଡାଉନ ବଢାଇବା ଛଡା ରାଜ୍ୟ ସରକାରଙ୍କ ପାଖେ ଆଉ କୌଣସି ବିକଳ୍ପ ନାହିଁ କି ? ଯେଉଁ ଯେଉଁ ଜିଲ୍ଲାରେ କରୋନା ପଜିଟିଭ ବାହାରିଛନ୍ତି ସେହି ସବୁ ଜିଲ୍ଲାରେ ଲକଡାଉନ ରଖି ବାକି ଅନ୍ୟସବୁ ଜିଲ୍ଲାରେ ଲକଡାଉନ ହଟାଇବାରେ ଅସୁବିଧା କଣ ଅଛି ? ପ୍ରଭାବିତ ଜିଲ୍ଲାମାନଙ୍କର ସୀମା ସିଲ କରିଲେ ସଂକ୍ରମଣର ଆଶଙ୍କା ରହିବ ନାହିଁ । ଲକଡାଉନ ନଲଗାଇ ସାମଜିକ ଦୁରତ୍ୱ ବଜାୟ ରଖିବା ପାଇଁ କଡାକଡି ଭାବେ ପୋଲିସ କଟକଣା ରହୁ । ଓଡିଶାରେ ବର୍ତମାନ ଚାରୋଟି ଜିଲ୍ଲା ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ହିଁ ଏବେ କରୋନା ପଜିଟିଭ ବାହାରୁଛି । ସେହି ଚାରୋଟି ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାରେ ସ୍ଥିତି ସମ୍ପୃର୍ଣ୍ଣ ନିୟନ୍ତ୍ରଣରେ ଅଛି । ସୁନ୍ଦରଗଡରେ ସ୍ଥିତି ବିପଦ ଆଡକୁ ଯାଉଥିଲା ହେଲେ ସେଠାରେ ଏବେ ସ୍ଥିତି ଭଲ ଅଛି । ଏହି ଚାଟି ପାଂଚୋଟି ଜିଲ୍ଲାରେ ଲକଡାଉନକୁ ସରକାର ବଢାନ୍ତୁ । ବାକି ସବୁଆଡେ କାହିଁକି ? ହଁ ଲକଡାଉନକୁ ଉଠାଇବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା, ସାମାଜିକ ଓ ବ୍ୟକ୍ତିଗତ ଉସ୍ତ୍ରବ, ବାହାଘର, ଭୋଜିଭାତ, ମେଳା, ମହୋସ୍ତ୍ରବ, ଯାନି, ଯାତ୍ରା, ସଭା ଆଦି ସବୁକୁ ପରବର୍ତୀ ୩ ମାସ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରାଯାଉ ।

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ୧ ମାସ ବଢାଇବା କଥା ଗଣମାଧ୍ୟମରେ କହିଥିଲେ । ହେଲେ ଏହାକୁ ନେଇ ସୋସିଆଲ ମେଡିଆରେ ପ୍ରତିକ୍ରିୟା ହେବାରୁ ଏବେ ସେ ମହାଶୟ ବଲ ଫିଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଡେ ।

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନାରେ ଓଡିଶା ଦେଶରେ ପ୍ରଥମ ବୋଲି କରୋନା ମୁଖପାତ୍ର ଘୋଷଣା କଲେ । ଭଲ କଥା । ରାଜ୍ୟ ପାଇଁ ଗୌରବର ବିଷୟ । ଦେଶରେ ଆଉ କୌଣସି ରାଜ୍ୟ ଘରୋଇ ଡାକ୍ତରଖାନା ସହିତ ଚୁକ୍ତିକରି ସରକାରୀ ଅର୍ଥକୁ ସେମାନଙ୍କୁ ଦେଇ ଏପରି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନା କରିନାହାନ୍ତି । ସେମାନେ ନିଜର ସରକାରୀ ଡାକ୍ତରଖାନାର କ୍ଷମତାକୁ ବଢାଇଛନ୍ତି । ଖାଲି ସେତିକି ନୁହେଁ ଅନଲାଇନ ପଂଜିକରଣ, ଟୋଲ ଫ୍ରି ନମ୍ବର ଜାରି କରିବା, କେନ୍ଦ୍ର ସରକାରଙ୍କର ଯୋଜନାକୁ ଆଗୁଆ ଘୋଷଣା କରିବାରେ ଆଦି ଅନେକରେ ଓଡିଶା ଦେଶରେ ପ୍ରଥମ ହୋଇଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ