ଢେଙ୍କାନାଳରେ କରୋନା ପଜିଟିଭ ବାହାରିଥିବା ମହିଳା ଜଣଙ୍କ ଜଣେ ଧର୍ମଯାଜକ ଯିଏ ଢେଙ୍କାନାଳକୁ ଆସିଥିଲେ ତାଙ୍କ ସହିତ ଗୋଟିଏ ଦିନ ଶୋଇଥିଲେ, ସେଥିପାଇଁ ସେ ସଂକ୍ରମିତ ହୋଇଗଲେ । ଏହି ଭାଇରସଟା ବହୁତ ଦୁଷ୍ଟ – ଏକଥା ଗତ ଏପ୍ରିଲ ୧୪ରେ ରାଜ୍ୟ ସରକାର ପ୍ରତିଦିନ କରୁଥିବା ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇ ପ୍ରକାଶ କରିଥିଲେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର ।
ଏକଥା କହିବାର ଆଜକୁ ୪ ଦିନ ବିତିଗଲାଣି । ଏବେ ପ୍ରଶ୍ନ ଉଠୁଛି ଯେ ସେ ମହାନୁଭବ ଧର୍ମଯାଜକ ଜଣକ କିଏ ? ସେ ଢେଙ୍କାନାଳରୁ କୁଆଡେ ଗଲେ । ଯେହେତୁ ସେ ନିଜେ କରୋନାରେ ସେତେବେଳକୁ ସଂକ୍ରମିତ ହୋଇସାରିଥିଲେ ତେଣୁ ସେ ଯୁଆଡେ ଯୁଆଡେ ଯାଇଥିବେ ତାଙ୍କ ସହିତ ଯିଏ ମିଶିଥିବ ତାଙ୍କୁ ବି କରୋନା ହେବାର ଭୟ ଅଛି । ତେଣୁ ସେ ବର୍ତମାନ କରୋନା ଚିକିସ୍ତ୍ରାରେ ଅଛନ୍ତି କି ନାହିଁ ତାହା ହେଉଛି ଓଡିଶାର ଲୋକମାନଙ୍କର ସ୍ୱାର୍ଥ୍ୟ ଦୃଷ୍ଟିରୁ ସବୁଠାରୁ ବଡ ପ୍ରଶ୍ନ । ସେ ଧର୍ମଯାଜକ ଜଣଙ୍କୁ ରାଜ୍ୟ ସରକାର ଠାବ କରିଛନ୍ତି କି ନାହିଁ ଏବେ ସୁଦ୍ଧା ରାଜ୍ୟ ସରକାର ସେ ସନ୍ଦେହ ଉପରୁ ପରଦା କାଢିନାହାନ୍ତି । ଯଦି ତାଙ୍କର ପରିଚୟ ଓ ଠିକଣା ମିଳିଛି ତାହେଲେ ତାଙ୍କ ସହିତ କେଉଁମାନେ ସବୁ ମିଶିଛନ୍ତି ସେମାନଙ୍କର କରୋନା ପରୀକ୍ଷା ହୋଇଛି କି ନାହିଁ । ନହେଲେ କରୋନାରୁ ଆମେ ସମ୍ପୃର୍ଣ୍ଣ ମୁକୁଳିଲାବେଳକୁ ପୁଣି କିଛି ନୁଆ ଘଟଣା ବାହାରିପାରେ ।