ପିପିଲିର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ପ୍ରଦିପ ମହାରଥୀଙ୍କର ବିୟୋଗ ହୋଇଛି । ନିଶ୍ଚିନ୍ତ ଭାବରେ ବିଜୁ ଜନତା ଦଳ ଓ ଓଡିଶା ବିଶେଷ ଭାବରେ ପିପିଲି ତାର କଣେ ଟାଣୁଆ ବିଧାୟକଙ୍କୁ ହରାଇଛି ।
ଆମେ ଏଠାରେ ଦିବଂଗତ ବିଧାୟକଙ୍କ ବିଷୟରେ କିଛି ତଥ୍ୟ ରଖିବା ପାଇଁ ଚାହୁଁଛୁ । ମାନ୍ୟବର ବିଧାୟକଙ୍କର ପ୍ରତି ଆମର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି । ହେଲେ ସତ୍ୟ ଦେଖାଇବା ବି ଆମର କର୍ତ୍ୟବ । ଆମେ କୌଣସି ମୃତାତ୍ମାଙ୍କ ପ୍ରତି ଅସମ୍ମାନ କରିବାର ସମର୍ଥନ ନୁହେଁ । ଆମେ କେବଳ ସେଇଆ ହିଁ ଦେଖାଇବୁ ଯାହା ନିଜେ ପ୍ରଦିପ ମହାରଥି ତାଙ୍କର ସତ୍ୟପାଠରେ ଦେଖାଇଥିଲେ ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ପିପିଲିରୁ ଲଗାତର ଭାବେ ନିର୍ବାଚନ ଜିତିଥିଲେ । କିନ୍ତୁ ନବେ ଦଶକରେ ଯେ ପିପିଲିର ରାଜନୀତିକୁ ଦେଖିଥିବା, ସେ ସମୟର ରାଜନୈତିକ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଗୁଳିକାଣ୍ଡ, ବୋମାମାଡର ଖବର ଶୁଣିଥିବ ସେ ନିଶ୍ଚିନ୍ତ ଭାବରେ ପ୍ରଦିପ ମହାରଥୀଙ୍କ ପ୍ରତି ଆଙ୍ଗୁଳି ଉଠାଇବ । ଆଜିବି କିଏ ପୁଅକୁ ହରାଇ, କିଏ ସ୍ତ୍ରୀ କୁ ହରାଇ ସେମିତି ଅଛି । ହେଲେ ନେତାମାନେ ହୋଇଛନ୍ତି କୋଟିପତି ପାଇଛନ୍ତି ନାଲିବତି ।
ନିଜେ ପ୍ରଦିପ ମହାରଥି ୨୦୦୪ ମସିହାରେ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସେତେବେଳେ ତାଙ୍କର ସମ୍ପତିର ପରିମାଣ ଥିଲା ୫୩ ଲକ୍ଷ ଟଙ୍କା । ହେଲେ ୨୦୧୯ରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ତାଙ୍କର ସମ୍ପତିର ପରିମାଣ ବଢି ହେଲା ୬ କୋଟି । ସେହି ସମୟର ଅବଧିରେ ସେ ଦୁଇଥର ମନ୍ତ୍ରୀ ହୋଇଛନ୍ତି ଓ ୩ ଥର ବିଧାୟକ ହୋଇଥିଲେ । ଖାଲି ସେତିକି ୨୦୦୪ ବେଳେ ତାଙ୍କ ନାଁରେ ଥିଲା ୧୦ଟି ଡକାୟତି , ହତ୍ୟା ଭଳି ସଙ୍ଗିନ ଅପରାଧ ମାମଲା । ୭ଟି ମାମଲା ଥିଲା ବେଆଇନ ମାରଣାସ୍ତ୍ର, ୬ଟି ମାମାଲା ଥିଲା ଚୋରିର । ସମୁଦାୟ ୨୬ଟି ଅପରାଧିକ ମାମଲାରେ ସେ ଥିଲେ ଅଭିଯୁକ୍ତ । ସେଥିରୁ କିଛି ମାମଲା ଥିଲା ବିଭିନ୍ନ ରାଜନୈତିକ ପ୍ରତିବାଦର । ବାକି ଅନେକ ମାମଲା ଥିଲା ରାଜନୈତିକ ହିଂସା ସର୍ମ୍ପକିତ । ଅବଶ୍ୟ ୨୦୧୯ରେ ଏହି ମାମଲା ଭିତରୁ ଅଧିକାଂଶରେ ସେ ଖଲାସ ହୋଇଥିଲେ । ଯାହାର ମୁଖ୍ୟ କାରଣ ଥିଲା ମାମଲାରେ ବିଚାରରେ ସାକ୍ଷୀର ଅନୁପସ୍ଥିତି ବା ସାକ୍ଷୀଙ୍କର ବୟାନ ବଦଳାଇବା । ଏପରିକି ୨୦୧୯ ନିର୍ବାଚନ ବେଳେ ବି ସେ ନିଜେ ଗିରଫ ହୋଇଥିଲେ ।
Source -
http://myneta.info/orissa2009/candidate.php?candidate_id=664
http://myneta.info/orissa2004/candidate.php?candidate_id=176
http://myneta.info/odisha2019/candidate.php?candidate_id=5344