ଏବେ ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣକୁ ଭାରତର ଜନତା ଯେଉଁଭଳି ଭାବେ ଭଲପାଇବା ଦେଉଛନ୍ତି ଏହା କେବଳ ଯେ ରାମାୟଣର ଲୋକପ୍ରିୟତାକୁ ପୁନଃସ୍ଥାପନା କରୁନାହିଁ ବଂର ଏ ଦେଶର କୋଣ ଅନୁକୋଣରେ ଭାରତୀୟ ସଂସ୍କୃତିର ଆଦରକୁ ପ୍ରକାଶ କରୁଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଲକଡାଉନ ସମୟରେ ରାମାୟଣର ଦର୍ଶକ ସଂଖ୍ୟା ଏକ ବିଲିୟନ ପାରି ହୋଇଯାଇଛି । ଯଦି ତାହାକୁ ବିଶ୍ୱାସ କରାଯାଏ ତାହେଲେ ଏହା କେବଳ ଭାରତ ନୁହେଁ ବିଶ୍ୱର ସବୁଠାରୁ ଅଧିକ ଦର୍ଶକ ଦେଖୁଥିବା ଯେକୌଣସି ବର୍ଗର ଟିଭି କାର୍ଯ୍ୟକ୍ରମ । ହେଲେ ଏହି ରାମାୟଣର ନିର୍ମାଣ ସମୟରେ ଏବଂ ତାପରେ ଏମିତି କିଛି ଘଟଣା ଅଛି ଯାହା ଆପଣଙ୍କୁ ଚକିତ କରିପାରେ ଓ କଂଗ୍ରେସର ଧର୍ମନିରପକ୍ଷତା ପାଇଁ କିପରି ରାମାୟଣ ସିରିଏଲ ଅଟକି ଯାଇଥିଲା ତାହା ଆପଣ ବୁଝିପାରିବେ ।
ରାମାନନ୍ଦ ସାଗରଙ୍କର ରାମାୟଣ ପ୍ରଥମ ଟିଭି ସିରିଏଲ ଥିଲା ହେଲେ ଏହା ଟିଭିରେ ପ୍ରସାରିତ ହେବାରେ ଏହା ତାଙ୍କର ଦ୍ୱିତିୟ ସିରିଏଲ ହେଲା । ସେ ୧୯୮୫ ମସିହାରେ ରାମାୟଣ ସିରିଏଲର ପରିକଳ୍ପନା କରିଥିଲେ ଓ ଦୂରଦର୍ଶନ ପକ୍ଷ୍ୟରୁ ତାଙ୍କୁ ଗ୍ରିନ ସିଗନାଲ ମିଳିଯାଇଥିଲା । ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ଅନେକ କଳାକାରମାନଙ୍କ ସହିତ ଚୁକ୍ତିବି କରିଦେଇଥିଲେ । ଗୋଟିଏ ଦୁଇଟି ଏପିସୋଡର ସୁଟିଙ୍ଗ ମଧ୍ୟ କରିଥିଲେ । ହେଲେ ଯେତେବେଳେ ଭାରତ ସରକାରଙ୍କର ସୂଚନା ପ୍ରସାରଣ ବିଭାଗ ମନ୍ତ୍ରଣାଳୟକୁ ସେ ସମ୍ପୃର୍ଣ୍ଣ ପ୍ରସ୍ତାବନା ଦେଇଥିଲେ ତାହାକୁ ଭାରତ ସରକାର ଅନୁମତି ଦେଇନଥିଲେ । ବଂର ସେତେବେଳେର ସୂଚନା ପ୍ରସାରଣ ମନ୍ତ୍ରୀ ଭିଏନ ଗାଡିଲ ତାଙ୍କୁ ଏକ ସେକୁଲାର ସିରିଏଲ (ହିନ୍ଦୁଧର୍ମର ସିରିଏଲ ଛଡା ଆଉ କିଛି) କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏକଥା ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର ତାଙ୍କ ପୁସ୍ତକ “ଆନ ଏପିକ ଲାଇଫ: ରାମାନନ୍ଦ ସାଗର: ଫ୍ରମ ବରସାତଟୁ ରାମାୟଣ” ରେ ଲେଖିଛନ୍ତି । ଯେହେତୁ ରାମନନ୍ଦ ସାଗର କଳାକାରମାନଙ୍କ ସହିତ ଚୁକ୍ତି କରିଥିଲେ ସେ ତେଣୁ ବାଧ୍ୟ ହୋଇ “ବିକ୍ରମ ବେତାଲ” ସିରିଏଲ କରିବା ପାଇଁ ସ୍ଥିର କଲେ ଓ ସେଥିପାଇଁ ଭାରତ ସରକାର ଅନୁମତି ଦେଲେ । ତେଣୁ ରାମାୟଣର ମୁଖ୍ୟ ଚରିତ୍ର ଅଭିନେତାମାନେ ଯଥା ଅରୁଣ ଗୋଭିଲ(ରାମ), ଦିପିକା ଚିଖାଲିଆ(ସୀତା), ଅରବିନ୍ଦ ତ୍ରିବେଦି(ରାବଣ), ଦାରା ସିଂ(ହନୁମାନ), ସୁନିଲ ଲାହିର (ଲକ୍ଷ୍ମଣ) ଏ ସମସ୍ତେ ବିକ୍ରମ ବେତାଲରେ ପ୍ରଥମେ ଅଭିନୟ କରିଲେ । ବିକ୍ରମ ବେତାଲ ଦୂରଦର୍ଶନରେ ୧୯୮୫ ମସିହାରେ ପ୍ରସାରଣ ହୋଇଗଲା ଓ ରାମାୟଣର ପ୍ରସାରଣ ପାଇଁ ଅନୁମତି ସେମିତି ଅଟକି ଗଲା । ସେତେବେଳେ ଆଉ କୌଣସି ଘରୋଇ ଟିଭି ନଥିଲା । ତେଣୁ ରାମାନନ୍ଦ ସାଗର ନିରୁପାୟ ଥିଲେ ।
ହେଲେ ସବୁକିଛି ବଦଳିଗଲା ଶାହା ବାନୋ ମାମଲାରେ ସୁ୍ପ୍ରିମକୋର୍ଟଙ୍କର ରାୟକୁ ରାଜିବ ଗାନ୍ଧୀଙ୍କର ବିରୋଧ । ଟ୍ରିପଲ ତଲାକକୁ ବେଆଇନ ଘୋଷଣା କରି ସୁପ୍ରିମକୋର୍ଟ ଯେଉଁ ରାୟ ଘୋଷଣା କଲେ ତାକୁ ରାଜିବ ଗାନ୍ଧୀଙ୍କର ସରକାର ଅକାମି କରିବା ପାଇଁ ଏହା ବିରୋଧରେ ୧୯୮୬ ମସିହାରେ ସଂସଦରେ ବିଲ ଆଣିଲେ । ଏହା ପରେ ସାରା ଦେଶରେ କଂଗ୍ରେସର ମୁସଲିମ ତୁଷ୍ଟି କରଣ ନେଇ ହିନ୍ଦୁମାନଙ୍କ ମନରେ ଯେଉଁ ପ୍ରତିକ୍ରିୟା ହେଲା ସେଥିରୁ ବାହାରିବା ପାଇଁ ରାଜିବ ଗାନ୍ଧୀ ଅଯୋଧ୍ୟା ରାମ ମନ୍ଦିରର ତାଲା ଖୋଲିବା ପାଇଁ ଅନୁମତି ଦେଇଥିଲେ ଓ ରାମାନନ୍ଦ ସାଗରଙ୍କୁ ରାମାୟଣର ପ୍ରସାର ପାଇଁ ଅନୁମତି ଦେଇଥିଲେ । ତାପରେ ରାମାନନ୍ଦ ସାଗର ତାଙ୍କର ରାମାୟଣର ନିର୍ମାଣ କାମ ଆଗେଇଲେ ଯାହା ଫଳରେ ୧୯୮୭ ମସିହା ଜାନୁୟାରୀ ମାସରେ ରାମାୟଣ ଦୂରଦର୍ଶନରେ ପ୍ରସାରିତ ହୋଇପାରିଲା । ଏସ ଏସ ଗିଲ ଯିଏ କି ଭାରତ ସରକାରଙ୍କର ସେତେବେଳେର ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସଚିବ ଥିଲେ ସେ ନିଜେ ରାମାନନ୍ଦ ସାଗରଙ୍କ ପାଖକୁ ଯେଉଁ ଅନୁମତି ପ୍ରଦାନ ପୂର୍ବକ ଚିଠି ଲେଖିଛନ୍ତି ସେଥିରେ ସେ ରାମାୟଣ କିପରି ଭାବେ ସେକୁଲାର ଓ ୟୁନିଭର୍ସାଲ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଆଜିବି ଏକଥା ବୁଝିହେଉନି କଂଗ୍ରେସ ଦଳ ପାଇଁ ରାମାୟଣ କିପରି ସାମ୍ପ୍ରଦାୟିକ ହେଲା । ଏଥିରୁ ଅନୁମାନ କରାଯାଇପାରେ କଂଗ୍ରେସ ଦଳର ରାମାୟଣ ପ୍ରତି ଥିବା ବିଦ୍ୱେଷ ଓ ଅସମ୍ମାନ ।
କେବଳ ସେତିକି ନୁହେଁ ରାମାୟଣ ପ୍ରସାରଣ ଫଳରେ କାଳେ ଦେଶର ମୁସଲମାନମାନେ ରାଗିଯିବେ ସେଥିପାଇଁ ସେମାନଙ୍କର ତୁଷ୍ଟିକରଣ ପାଇଁ ଦୂରଦର୍ଶନରେ ସେହି ସମୟରେ ଆଉ କିଛି ସିରିଏଲ କରିବା ପାଇଁ ଭାରତ ସରକାର ପ୍ରୋସ୍ତ୍ରାହନ ଦେଲେ । ସେଗୁଡିକ ହେଲା ଦି ସୋର୍ଡ ଅଫ ଟିପୁ ସୁଲତାନ (୧୯୯୦), ମିର୍ଜା ଗାଲିବ (୧୯୮୮), ବାହାଦୁର ଶାହା ଜାଫର (୧୯୮୬), ମୁଲ୍ଲା ନାସିରଉଦ୍ଦିନ (୧୯୯୦) ।
ରାମାୟଣ ସିରିଏଲ ଲୋକପ୍ରିୟତାର ଶିଖରକୁ ଛୁଇଁଲା । ଏହାର କଳାକାରମାନେ ବି ବେଶ ଲୋକପ୍ରିୟ ହୋଇଗଲେ । ଯେଉଁ କଂଗ୍ରେସ ଦିନେ ଧର୍ମନିରପକ୍ଷତା ଆଳରେ ରାମାୟଣର ପ୍ରସାରଣ ପାଇଁ ଅନୁମତି ଦେଇନଥିଲା ସେମାନେ କିନ୍ତୁ ରାମାୟଣର କଳାକାରମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇଥିଲେ । ୧୯୮୯ ସାଧାରଣ ନିର୍ବାଚନରେ କଂଗ୍ରେସର ମୁଖ୍ୟ ବିରୋଧୀ ଥିବା ଜନତା ଦଳର ପ୍ରଧାନମନ୍ତ୍ରୀ ଚେହେରା ଭିପି ସିଂଙ୍କ ବିରୋଧରେ କଂଗ୍ରେସ ଦଳ ରାମାୟଣର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ନେଇ ଫତେହପୁର ଲୋକସଭା ଆସନରେ ପ୍ରଚାର କରାଇଥିଲେ । କିନ୍ତୁ ସେହି ଆସନରେ ଭିପି ସିଂ ଜିତିଥିଲେ ଓ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।
କେବଳ ସେତିକି ନୁହେଁ ମନମୋହନ ସିଂଙ୍କ ସରକାର ସମୟରେ କଂଗ୍ରେସର ବରିଷ୍ଠ ଓକିଲ ଓ ତତ୍କାଳିନ ଆଇନ ମନ୍ତ୍ରୀ କପିଲ ସିବଲ ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷ୍ୟରୁ ଯେଉଁ ସତ୍ୟପାଠ ଦେଇଥିଲେ ସେଥିରେ ସେ କହିଥିଲେ କି ରାମ ଏକ କାଳ୍ପନିକ ଚରିତ୍ର ।
ଲେଖକ - ଅନିଲ କୁମାର ବିଶ୍ୱାଳ