ସମଗ୍ର ବିଶ୍ୱରେ ଭାରତୀୟତାର ବିଜୟ ବାନା ଉଡାଇଥିବା ସ୍ୱାମୀ ବିବେକାନନ୍ଦ ଜଣେ ଭବିଷ୍ୟ ଦ୍ରଷ୍ଟା ଥିଲେ । ଭବିଷ୍ୟତକୁ ଦେଖି ପାରିବାର କ୍ଷମତା ତାଙ୍କର ଥିଲା । ୧୮୯୯ ମସିହାରେ କନଭର୍ସନ (ଧର୍ମାନ୍ତରୀକରଣ) ସହ ଜଡିତ ବିଭିନ୍ନ ପ୍ରଶ୍ନକୁ ନେଇ ୁ ନେଇ ‘ପ୍ରବୁଦ୍ଧ ଭାରତ’ ପତ୍ରିକାର ପ୍ରତିନିଧିଙ୍କ ସହ ସେ ଆଲୋଚନା କରିଥିଲେ । ଏପ୍ରିଲ, ୧୮୯୯ ମସିହାରେ ସ୍ୱାମୀ ବିବେକାନନ୍ଦ ‘ପ୍ରବୁଦ୍ଧ ଭାରତ’ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ “ହିନ୍ଦୁରୁ ଯଦି ଜଣେ କେହି ଅନ୍ୟ କୌଣସି ରିଲିଜିୟନକୁ କନଭର୍ଟ ହୋଇଥାଏ ତେବେ କେବଳ ଯେ ଜଣେ ହିନ୍ଦୁ କମ ହୁଏ ନାହିଁ ବରଂ ଜଣେ ଶତ୍ରୁ ବଢିଯାଏ ।” ସ୍ୱାମୀ ବିବେକାନନ୍ଦଙ୍କ ପାଖାପାଖି ୧୨୧ ବର୍ଷ ତଳେ ଏହି ଯେଉଁ କଥା କହିଥିଲେ ତାହା ପରବର୍ତୀ ସମୟରେ ଥରେ ନୁହେଁ ବରଂ ବାରମ୍ବାର ଅକ୍ଷରେ - ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇଛି ।
ଲେଖାର ଶୀର୍ଷକରେ ପ୍ରଜ୍ଞା ଦେବନାଥଙ୍କ ନାମ ରହିଛି । ତେବେ ପ୍ରଜ୍ଞା ଦେବନାଥ କିଏ ଓ ତାଙ୍କର ସ୍ୱାମୀ ବିବେକାନନ୍ଦଙ୍କ ଏହି ଭବିଷ୍ୟତବାଣୀ ସହିତ କଣ ସମ୍ପର୍କ ରହିଛି । ସ୍ୱାମୀ ବିବେକାନନ୍ଦଙ୍କ ଶହେ ବର୍ଷ ପୂର୍ବରୁ କରିଥିବା ଭବିଷ୍ୟତବାଣୀକୁ ପ୍ରମାଣିତ କରିଛନ୍ତି ପ୍ରଜ୍ଞା ଦେବନାଥ । ସରଳ ଭାଷାରେ କହିବାକୁ ଗଲେ ସ୍ୱାମୀ ବିବେକାନନ୍ଦଙ୍କ ଶହେ ବର୍ଷ ତଳର ଉକ୍ତିର ସତ୍ୟତାକୁ ଜାଂଚ କରିବା ପାଇଁ ବର୍ତମାନରେ ଘଟିଥିବା ପ୍ରଜ୍ଞା ଦେବନାଥ ପ୍ରସଙ୍ଗ ଯଥେଷ୍ଟ ।
ପ୍ରଜ୍ଞା ଦେବନାଥଙ୍କ ବିଷୟରେ ଜାଣିବା । ତା ସମ୍ପର୍କରେ ବଙ୍ଗଳାଦେଶର ରାଜଧାନୀ ଢାକାରୁ ପ୍ରକାଶିତ ହେଉଥିବା ଢାକା ଟ୍ରିବ୍ୟୁନ ଖବର କାଗଜରେ ଏକ ଖବର ପ୍ରକାଶିତ ହୋଇଛି । ପଶ୍ଚିମ ବଙ୍ଗର ହୁଗଳି ଜିଲ୍ଲାର ପଶ୍ଚିମ କେଶବପୁର ଗାଁର ଝିଅ ପ୍ରଜ୍ଞା । ଏହି ଜିଲ୍ଲାର ଦକ୍ଷିଣକାଳୀ ମହାବିଦ୍ୟାଳୟରେ ସଂସ୍କୃତ ଛାତ୍ରୀ ଥିଲା ପ୍ରଜ୍ଞା । ଜଣେ ପ୍ରେମିକଙ୍କ ସହ ପ୍ରେମ ସମ୍ପର୍କରେ ପଡିବା ପରେ ସେ ନିଜର ଧର୍ମ ପରିତ୍ୟାଗ କରି ଇସଲାମ ଆପଣାଇଥିଲା । ସେ ଇସଲାମ ଗ୍ରହଣ କରି ଆୟଶା ଜନ୍ନତରେ ପରିଣତ ହୋଇଥିଲେ । ତା ପରେ ସେ ନିଜ ପରିବାରକୁ ନ ଜଣାଇ ତାଙ୍କର ପ୍ରେମିକକୁ ବିବାହ କରି ବଙ୍ଗଳାଦେଶ ଚାଲି ଯାଇଥିଲା । ସେ ଯାହାକୁ ବିବାହ କରିଥିଲା ସେ ଆୟଶାକୁ ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗ କରାଇ ଦେଇଥିଲା । ଏହା ପରେ ପ୍ରଜ୍ଞା ବା ଆୟଶା ବଙ୍ଗଳାଦେଶର ଏକ ବଡ ଇସଲାମୀ ଆତଙ୍କବାଦୀ ସଂଗଠନ ଜମାତ ଉଲ ମୁଜାହିଦ୍ଦିନରେ ସାମିଲ ହେଲା । ସେ ସେଠାରେ ଅନଲାଇନ ଜରିଆରେ ପିଲା ମାନଙ୍କ ମନଙ୍କ ମନରେ ବିଷ ଭରିବା ଆରମ୍ଭ କଲା । ସେ ବଙ୍ଗଳାଦେଶରେ ପଶ୍ଚିମ ବଙ୍ଗରେ ପ୍ରବେଶ କରି ଅନେକ ସ୍ଥାନରେ ପିଲା ମାନଙ୍କୁ ଏହି ଇସଲାମୀ ଆତଙ୍କବାଦୀ ସଂଗଠନରେ ସାମିଲ କରାଇବା ଆଦି କାମରେ ଲାଗିଥିଲା । ସେ ଉକ୍ତ ଆତଙ୍କବାଦୀ ସଂସ୍ଥାର ମହିଳା ସଂଗଠନର ପ୍ରମୁଖ ଦାୟିତ୍ୱ ଗ୍ରହଣ କରି କାମ କରୁଥିଲା । ଉକ୍ତ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ଭାରତ ଥିଲା । ହେଲେ ଗତ ଜୁଲାଇ ୧୬ ତାରିଖରେ ଢାକା ପୋଲିସ ଗିରଫ କରିଥିଲା । ବଙ୍ଗଳାଦେଶର ଢାକା ଟ୍ରିବ୍ୟୁନରେ ପ୍ରଜ୍ଞା ଦେବନାଥର ଇସଲାମୀ ଆତଙ୍କବାଦୀ ହେବାର ଯାତ୍ରାର ସଂପୂର୍ଣ ବିବରଣୀ ପ୍ରଦାନ କରିଛି । ଭାରତୀୟ ଗଣମାଧ୍ୟମ ପ୍ରଜ୍ଞାର ଏହି କାହାଣୀକୁ ପ୍ରକାଶିତ କରିବାରେ କୌଣସି ପ୍ରକାର ବିଶେଷ ଆଗ୍ରହ ଦେଖାଇ ନାହାନ୍ତି । ପ୍ରଜ୍ଞା ହିନ୍ଦୁ ଧର୍ମ ପରିତ୍ୟାଗ କରିବା ପରେ କେବଳ ଯେ ଜଣେ ହିନ୍ଦୁ କମ ହୋଇ ନାହିଁ ବରଂ ଜଣେ ଶତ୍ରୁ ମଧ୍ୟ ବୃଦ୍ଧି ବୋଇଛି । ତେବେ ପ୍ରଜ୍ଞାର ଏହି କାହାଣୀ ୧୨୧ ବର୍ଷ ତଳେ ସ୍ୱାମୀ ବିବେକାନନ୍ଦଙ୍କ ସେହି ପ୍ରବୁଦ୍ଧ ଭାରତ ପତ୍ରିକାକୁ ଦେଇଥିବା ମନ୍ତବ୍ୟକୁ ସତ୍ୟ ବୋଲି ପ୍ରମାଣିତ କରୁଛି ।
ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତ କଥନ ପ୍ରଥମ ଥର ପାଇଁ ସତ ହେଉ ନାହିଁ । ଯେଉଁ ଅଂଚଳର ହିନ୍ଦୁ ମାନଙ୍କର ଧର୍ମାନ୍ତରଣ ହୋଇଗଲା ଓ ହିନ୍ଦୁ ମାନେ ସଂଖ୍ୟା ଲଘୁ ହୋଇଗଲେ ଅଖଣ୍ଡ ଭାରତର ସେହି ଅଂଚଳ ଭାରତରୁ ଚାଲିଗଲା ଓ ଭାରତର ବିଭାଜନ ଘଟିଲା । ଧର୍ମାନ୍ତରିତ ହୋଇଥିବା ଲୋକ ମାନେ ନିଜ ପାଇଁ ଅଲଗା ଦେଶ ଦାବି କଲେ । ହିଂସା ଓ ରକ୍ତପାତ ହେଲା ଓ ପରେ ଭାରତର ବିଭାଜନ ହେଲା । ଏପରି ଅନେକ ଉଦାହରଣ ଲଗାତାର ଭାବେ ସମାଜ ଜୀବନରେ ଦେଖିବାକୁ ମିଳିଛି ।
ଏହି ସମାନ କଥା ସ୍ୱାତନ୍ତ୍ର୍ୟବୀର ବିନାୟକ ଦାମୋଦର ସାବରକର କହିଥିଲେ । ସେ ଧର୍ମାନ୍ତରୀକରଣକୁ ରାଷ୍ଟ୍ରାନ୍ତରଣ ବୋଲି ମନେ କରୁଥିଲେ । ସେ କହୁଥିଲେ ଯେ ଧର୍ମାନ୍ତରୀକରଣ ହେବା ଦ୍ୱାରା ବ୍ୟକ୍ତିର ରାଷ୍ଟ୍ରୀୟତା ବଦଳି ଯାଇଥାଏ । ତାର ଆସ୍ଥା, ବିଶ୍ୱାସ ଓ ପ୍ରତୀକ ମାନେ ବଦଳି ଯାଇଥାନ୍ତି । ତେଣୁ ଧର୍ମାନ୍ତରୀକରଣ ସମ୍ପୂର୍ଣ ରୂପେ ବନ୍ଦ ହେବା ଆବଶ୍ୟକ ବୋଲି ସେ ମନେ କରିଥିଲେ । ସାବରକରଙ୍କ ଦ୍ୱାରା ରଚିତ ବିପୁଳ ସାହିତ୍ୟରେ ସେ ଏହି ସମାନ କଥାକୁ ବାରମ୍ବାର କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଧର୍ମାନ୍ତରୀକରଣ ଦ୍ୱାରା କଣ କ୍ଷତି ହୋଇଥାଏ । ଧର୍ମ ତ ବ୍ୟକ୍ତିଗତ ବ୍ୟାପାର, ତେଣୁ କିଏ କାହାକୁ ମାନିବ ବା ସ୍ୱୀକାର କରିବ ବା କରିବ ନାହିଁ ସେଥିରେ କାହାର ଆପତି କାହିଁକି ରହିବା ଆବଶ୍ୟକ, ଏପରି ପ୍ରଶ୍ନ ସ୍ୱତଃ ମନକୁ ଆସେ । ତେବେ ଏହି ପ୍ରଶ୍ନର ଉତର ସେତେ ସରଳ ନୁହେଁ, େ ଯତେ ଉପରକୁ ଦେଖା ଯାଉଛି । ଭାରତରେ ଅନେକ ମତ ପନ୍ଥ ସଂପ୍ରଦାୟ ଜନ୍ମ ଗ୍ରହଣ କରିଛନ୍ତି । କିନ୍ତୁ ଭାରତରେ ଜନ୍ମ ଗ୍ରହଣ କରିଥିବା ମତ ପନ୍ଥ ସଂପ୍ରଦାୟ ଗୋଟିଏ କଥାକୁ ସ୍ୱୀକାର କରନ୍ତି ତାହା ହେଲା ଏକ ସଦ୍ ବିପ୍ରାଃ ବହୁଧା ବଦନ୍ତି । ଅର୍ଥାତ ସତ୍ୟ ଅଥବା ଭଗବାନ ଗୋଟିଏ, ବିଦ୍ୱାନ ଲୋକ ମାନେ ତାହାଙ୍କୁ ଅଲଗା ଅଲଗା ଉପାୟରେ ବ୍ୟାଖ୍ୟା କରିଥାନ୍ତି । ତେଣୁ ଇଶ୍ୱରକୁ ନେଇ କେବେ ହେଲେ ଭାରତରେ ବିବାଦ ହୋଇ ନାହିଁ । ଭାରତର ଲୋକ ମାନେ ବିଶ୍ୱାସ କରନ୍ତି ଯିଏ ଯେଉଁ ମାର୍ଗରେ ଯାଉ ନା କାହିଁକି ଶେଷରେ ଭଗବାନଙ୍କ ନିକଟରେ ପହଂଚିବେ । ଏଥି ପାଇଁ ନିଜ ମଧ୍ୟରେ ବିବାଦର କୌଣସି ଆବଶ୍ୟକତା ନାହିଁ । କାହାକୁ ବଳ ପୂର୍ବକ କିମ୍ବା ପ୍ରଲୋଭନ କିମ୍ବା ଅନ୍ୟ କୌଣସି ଉପାୟରେ ମତାନ୍ତରିତ କରା ଯିବାର କୌଣସି ଉଦାହରଣ ଭାରତର ହଜାର ହଜାର ବର୍ଷର ଇତିହାସରେ କେବେ ମିଳେ ନାହିଁ । ମାତ୍ର ବିଦେଶରେ ଜନ୍ମିତ ସେମେଟିକ ରିଲିଜୟନ ମାନଙ୍କ କ୍ଷେତ୍ରରେ ଏହା ଭିନ୍ନ । ସେମାନେ ମନେ କରନ୍ତି ଯେ ସେମାନଙ୍କର ମାର୍ଗ ହିଁ ଠିକ । ଅନ୍ୟ ମାନଙ୍କୁ କୌ÷ଣସି ନା କୌଣସି ଉପାୟରେ ସେମାନଙ୍କ ମାର୍ଗକୁ ଆଣିବାକୁ ପଡିବ । ସେମାନେ କିପରି ଭାବେ ଲୋକ ମାନଙ୍କୁ ସେମାନଙ୍କ ମାର୍ଗକୁ ନିଅନ୍ତି ତାହା ସର୍ବବିଦିତ, ତେଣୁ ସେ ସମ୍ପର୍କରେ ଚର୍ଚା କରିବାର ଏଠାରେ ଆବଶ୍ୟକତା ନାହିଁ ।
କୌଣସି ଭାରତୀୟ ବ୍ୟକ୍ତି ଯେତେବେଳେ କୌଣସି ସେମେଟିକ ରିଲିଜୟନକୁ କୌଣସି କାରଣରୁ ଆପଣାଏ ସେତେବେଳେ କେବଳ ଯେ ତାର ପୂଜା କରିବାର ପଦ୍ଧତି ବଦଳେ ତା ନୁହେଁ । ତାର ସବୁ କିଛି ବଦଳି ଯାଇଥାଏ । ସେ ତାର ପୂର୍ବପୁରୁଷଙ୍କ ନିରବିଛିନ୍ନ ହଜାର ହଜାର ବର୍ଷର ପରମ୍ପରା ସଂସ୍କୃତିରୁ କଟି ଯାଇଥାଏ । ସେ ଆଉ ତାର ନାମ ଭାରତୀୟ ନାମ ରଖେ ନାହିଁ । ସେ ତାର ଭାରତୀୟ ନାମ ପରିବର୍ତନ କରି ଆରବ କିମ୍ବା ୟୁରୋପର ନାମ ରଖେ, ଯାହାର ଅର୍ଥ ତାକୁ ନିଜେ ଜଣା ନ ଥାଏ । ତାର ବାପା ମା ଯେଉଁ ଭାରତୀୟ ନାମ ଦେଇଥାନ୍ତି ତାକୁ ଛାଡି ସେ ନିଜର ଏପରି ନାମ ରଖେ ଯାହାର ଉଚ୍ଚାରଣ ମଧ୍ୟ ସେ ଠିକ ଭାବେ କରି ପାରେ ନାହିଁ । ଧର୍ମାନ୍ତରଣ ପରେ ତା ଘରେ ଆଉ ତୁଳସୀ ଚଉରା ନ ଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାଦେବ, ମା ଦୁର୍ଗା, ମା କାଳୀଙ୍କ ନିକଟରେ ଯାହାଙ୍କ ନିକଟରେ ହଜାର ହଜାର ବର୍ଷ ଧରି ତାର ପୂର୍ବପୁରୁଷ ମାନଙ୍କର ଆସ୍ଥା ରହି ଆସିଥିଲା, ତାର ସେମାନଙ୍କ ନିକଟରେ ଆସ୍ଥା ଶେଷ ହୋଇ ଯାଏ । କନଭର୍ସନ ପରେ ତାର ଆସ୍ଥା କେନ୍ଦ୍ର ବଦଳି ଯାଇଥାଏ । ପୁରୀର ଶ୍ରୀମନ୍ଦିର, କାଶୀ ବିଶ୍ୱନାଥରେ ଥିବା ତାର ଆସ୍ଥା ପରିବର୍ତନ ହୋଇ ଆରବର ମକ୍କା- ମଦିନା କିମ୍ବା ରୋମର ଭାଟିକାନକୁ ତାର ଆସ୍ଥା ବଦଳି ଯାଇଥାଏ । ତେଣୁ ଉପାସନା ପଦ୍ଧତି ବଦଳିବା କେବଳ ବ୍ୟକ୍ତିଗତ ମାମଲା ନୁହେଁ । ଏହା ଦ୍ୱାରା ଆସ୍ଥା କେନ୍ଦ୍ର ଦେଶ ବାହାରକୁ ଚାଲି ଯିବା ସହ ଆନୁଗତ୍ୟରେ ମଧ୍ୟ ପରିବର୍ତନ ଆସିଥାଏ । ତେଣୁ ଆଜିର ପରିପ୍ରେକ୍ଷୀରେ ଭବିଷ୍ୟଦ୍ରଷ୍ଟା ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତ କଥନରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ।
(ସୌଜନ୍ୟ - ଡ ସମନ୍ବୟ ନନ୍ଦଙ୍କ ଫେସବୁକ ୱାଲରୁ )