ସାରା ଦେଶର ସମସ୍ତ ରାଜ୍ୟ ସରକାର ମାନେ ସେମାନଙ୍କ ରାଜ୍ୟରେ ହୋଇଥିବା କରୋନା ପଜିଟିଭ ବାବାଦରେ ସମସ୍ତ ତଥ୍ୟ ଟିକନିକ ଭାବେ ଦେଉଥିବା ବେଳେ ଆମ ରାଜ୍ୟ ସରକାର କିନ୍ତୁ ଏହା କରୁନାହାନ୍ତି । ସାରା ଦେଶରେ ଏପର୍ଯ୍ୟନ୍ତ ୧୪, ୩୭୮ଟି କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪୨୯୧ ଜଣ ଅର୍ଥାତ ୩୦% ହେଉଛନ୍ତି ତବଲିଗ ଜମ୍ମାତ ସହିତ ସର୍ମ୍ପକିତ ଘଟଣାମ । କେବଳ ଗୋଟିଏ ଘଟଣା ପାଇଁ ସାରା ଦେଶରେ ୪ ହଜାରରୁ ଅଧିକ କରୋନା ପଜିଟିଭ ବାହାରି ସାରିଲେଣି । ନିଜାମୁଦ୍ଦିନ ମରକଜରେ ହେଉଥିବା ତବିଲ ଜମ୍ମାତର ସେହି ଧର୍ମ ସମ୍ମିଳନି ପାଇଁ ସାରା ଦେଶରେ କରୋନା ରୋଗୀଙ୍କର ସଂକ୍ରମଣ ସବୁ ସରକାରଙ୍କର ମୁଣ୍ଡ ବିନ୍ଧା ବଢାଇଛି ।
ଜମାତିଙ୍କ ପାଇଁ ଦେଶର ୨୩ଟି ରାଜ୍ୟରେ କରୋନା ରୋଗ ବ୍ୟାପିଛି । ତାମିଲନାଡୁରେ ୮୪%, ଦିଲ୍ଲୀରେ ୬୩%, ତେଲେଙ୍ଗାନାରେ ୭୯%, ଆନ୍ଧ୍ରପ୍ରଦେଶରେ ୬୧%, ଉତର ପ୍ରଦେଶରେ ୫୯% ସଂକ୍ରମିତ ତବଲିଗ ଜମାତ ସହିତ ସଂପୃକ୍ତ । ହେଲେ ଓଡିଶାରେ ଏହା କେତେ ? ଓଡିଶାରେ କରୋନା ପଜିଟିଭ ବାହାରିଥିବା ସମସ୍ତ ରୋଗୀମାନଙ୍କ ଭିତରୁ କେତେ ରୋଗୀ ହେଉଛନ୍ତି ତବଲିଗ ଜମାତି ସହିତ ସର୍ମ୍ପକିତ କେସ ତାହା ଏବେ ସୁଦ୍ଧା ରାଜ୍ୟ ସରକାର ପ୍ରକାଶ କରୁନାହାନ୍ତି । ବାରମ୍ବାର ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ଓଡିଶାର ଲୋକମାନେ ସରକାର ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳୁଛି । ଏପରିକି ସ୍ୱାସ୍ଥ୍ୟବିଭାଗର ଟ୍ୱିଟର ପେଜ, ମୁଖ୍ୟମନ୍ତ୍ରୀଙ୍କର ଟ୍ୱିଟର ପେଜରେ ଲୋକମାନେ ପ୍ରଶ୍ନ ପଚାରୁଥିବାବେଳେ ରାଜ୍ୟ ସରକାର ଜାଣିଶୁଣି ତବଲିଗ ଜମାତ ବିଷୟର ସମସ୍ତ ତଥ୍ୟକୁ ଲୁଚାଉଥିବା ଦେଖିବାକୁ ମିଳୁଛି ।