ମୋଦି ସରକାର ଏବେ ଭାରତରେ ସ୍ଥିତ ଚୀନର କମ୍ପାନୀ ମାନଙ୍କର ସ୍କାନ କରିବା ଆରମ୍ଭ କରିଛନ୍ତି । ଏହାକୁ ପିଏଲଏ ସ୍କାନ ବୋଲି କୁହା ଯାଉଛି । ଭାରତରେ ଯେତେ ଚୀନର କମ୍ପାନୀ କାମ କରୁଛନ୍ତି ବା ଯେଉଁ କମ୍ପାନୀ ଗୁଡିକୁ ଚୀନରୁ ଫଣ୍ଡିଂ ମିଳୁଛି ଏପରି ସବୁ କମ୍ପାନୀ ଏବେ ଭାରତ ସରକାରଙ୍କ ରାଡାରରେ ଅଛନ୍ତି । ଭାରତର ଅର୍ଥନୀତିକୁ ଚୀନରୁ ଦଖଲରୁ ରୋକିବା ପାଇଁ ଏହି କମ୍ପାନୀ ମାନଙ୍କ ଉପରେ ଦୃଷ୍ଟି ଦେବା ଆବଶ୍ୟକ ।
ଏହି ସବୁ ମଧ୍ୟରେ ଚୀନର କମ୍ପାନୀ ମାନଙ୍କ ଦ୍ବାରା ଭାରତରେ କରାଯାଇଥିବା ପୁଂଜି ନିବେଶ ସମ୍ପର୍କରେ ମଧ୍ୟ ସରକାର ଦୃଷ୍ଟି ଦେଉଛନ୍ତି । କାରଣ ଏହି ପୁଂଜି ବିନିଯୋଗ କରିଥିବା ପିଏଲଏ ପରବର୍ତୀ ସମୟରେ ଏହି କମ୍ପାନୀ ମାନଙ୍କ ଦ୍ବାରା ଭାରତର ଅର୍ଥନୀତିକୁ ଦୁର୍ବଳ କରିବାକୁ ଚେଷ୍ଟା କରି ପାରେ ।
ବର୍ତମାନ ଭାରତ ସରକାର ଏଭଳି କମ୍ପାନୀ ମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି । ଭାରତ ସରକାର ଏଭଳି ସାତଟି କମ୍ପାନୀକୁ ଚିହ୍ନଟ କରି ସାରିଛନ୍ତି । ଏହି କମ୍ପାନୀ ମାନଙ୍କ ଜରିଆରେ ଚୀନ ହଜାର ହଜାର କୋଟି ଟଙ୍କା ପୁଂଜି ବିନିଯୋଗ କରିଛି ।