କେରଳର ଏକ ମାତ୍ର ରାଷ୍ଟ୍ରବାଦୀ ଚାନେଲ ଜନମ ଟିଭିକୁ ଧମକ ମିଳିଛି । ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସଆଇଏସ) ଧମକ ଦେଇଛି ଯେ ଏହି ଚାନେଲରେ କାମ କରୁଥିବା ଲୋକ ମାନେ ଇସଲାମ ଆପଣାନ୍ତୁ ନ ହେଲେ ସେମାନଙ୍କୁ ହତ୍ୟା କରା ଯିବ।
ଆତଙ୍କବାଦୀ ସଂଗଠନ ଇନଷ୍ଟାଗ୍ରାମରେ ପଠାଇଥିବା ଏକ ମ୍ୟାସେଜରେ କହିଛି ଯେ ମୁଜାହିଦିନର ବାର୍ତା ଜନମ ଟିଭିକୁ, ତୁମକୁ ଆମେ ଇସଲାମ ଆପଣାଇବାକୁ ନିମନ୍ତ୍ରଣ କରୁଛୁ, ନ ହେଲେ ଦୁନିଆକୁ ଅଲବିଦା କହିବା ଏ ଆଲ୍ଲାହର କ୍ରୋଧ ଓ ଦଣ୍ଡକୁ ଭୋଗିବାକୁ ପ୍ରସ୍ତୁତ ରୁହ ।
ଏହା ପରେ ରାଜ୍ୟର ପୋଲିସ କମିଶନର ଲୋକନାଥ ବେହେରା ଜନମ ଟିଭିର ମୁଖ୍ୟାଳୟରେ ସୁରକ୍ଷା ବଢାଇବାକୁ ନିର୍ଦେଶ ଦେଇଥିବା ଜଣା ପଡିଛି ।