ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଛି । ଦେଢ଼ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବାର ସୂଚନା ମିଳିଛି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ପାସପୋର୍ଟ ସରେଣ୍ଡର୍ କରିବାକୁ କୋର୍ଟ ସର୍ତ ରଖିଛନ୍ତି ।
ସୂଚନାଯୋଗ୍ୟ, ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ଗତ ସେପ୍ଟେମ୍ବର ୧୯ ତାରିଖରେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲା । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା । ସିବିଆଇ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ·ର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା ।
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଶୀର୍ବାଦ ଓ କମଳାକାନ୍ତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ୍ ଆବେଦନ ଖାରଜ ହେବା ପରେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।