ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ଯୁବତୀ ଭାରତୀର ବିବାହ ମଣ୍ଡପରୁ ତାକୁ କିଛି ମୁସଲମାନ ପୋଲିସ ସହ ମିଶି ଅପହରଣ କରିନେବା ଓ ପରେ ଯୁବତୀକୁ ଜୋର ଜବରଦସ୍ତ ମୁସଲମାନ କରିବା ସହ ଶାହରୁଖ ନାମକ ବ୍ୟକ୍ତି ସହ ନିକାହ କରା ଯାଇଥିବା ଘଟଣା ସାମନାକୁ ଆସିଛି । କରାଚୀ ଠାରୁ 215 କିମି ଦୂରରେ ସ୍ଥିତ ମଟିଆରୀ ଜିଲ୍ଲାର ହାଲା ସହରରେ ଏହି ଘଟଣା ଘଟିଛି ।
ଯୁବତୀଙ୍କ ପିତା କିଶୋର ଦାସ କହିଛନ୍ତି ଯେ ତାଙ୍କ ଝିଅର ବିବାହ ମଣ୍ଡପରେ ବିବାହ କାର୍ଯକ୍ରମ ଚାଲିଥିଲା । ସେତେବେଳେ ଶାହରୁଖ ଗୁଲ ନାମକ ଜଣେ ଯୁବକ କିଛି ଲୋକ ଓ ପୋଲିସ ସହ ଆସି ତାଙ୍କ ଝିଅକୁ ଜୋର ଜବରଦସ୍ତି ଅପହରଣ କରି ନେଇଗଲା । ପରେ ତାର ଇସଲାମରେ ଧର୍ମ ପରିବର୍ତନ ଓ ଶାହରୁଖ ଗୁଲ ସହ ବିବାହର କାଗଜପତ୍ର ସୋସିଆଲ ମିଡିଆରେ ଜାରି କରି ଦିଆଗଲା ।
ଏବେ ସୁଦ୍ଧା ଗତ 75 ଦିନ ମଧ୍ୟରେ 53 ଜଣ ହିନ୍ଦୁ ଓ ଶିଖ ଝିଅଙ୍କୁ ଅପରହଣ କରି ଜୋରଜବରସ୍ତି ଉଠା ଯାଇ ଇସଲାମ କୁବୁଲ କରାଯାଇଛି ଓ ମୁସଲମାନ ମାନଙ୍କ ସହ ନିକାହ କରାଇ ଦିଆଯାଇଛି ।