ପାକିସ୍ତାନର ସିନ୍ଧ ପ୍ରଦେଶରେ 95 ପ୍ରତିଶତ ହିନ୍ଦୁ ମନ୍ଦିରକୁ ପୂର୍ବରୁ ଭଙ୍ଗା ଯାଇ ସାରିଥିବା ବେଳେ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଛି । ସିନ୍ଧ ପ୍ରଦେଶର ଥାରପକର ଜିଲ୍ଲାର ଚାଚରୋ ଅଂଚଳରେ ଇସଲାମୀ କଟ୍ଟରପନ୍ଥୀ ମାନେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି । ସେମାନେ ମୂର୍ତି କ୍ଷତିଗ୍ରସ୍ତ କରିବା ସହ ମାଙ୍କ ମୂର୍ତିକୁ ଭାଙ୍ଗି ଦେଇଛନ୍ତି ।
ପାକିସ୍ତାନର ସାମ୍ବାଦିକ ନାୟଲା ଇନାୟତ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଫଟୋକୁ ଶେୟାର କରି ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି ଯେ ସିନ୍ଧରେ ଆଉ ଏକ ମନ୍ଦିରକୁ ଭଙ୍ଗାରୁଜା କରାଯାଇଛି । ମା ଭାତିଆନୀ ମନ୍ଦିରର ପବିତ୍ର ମୂର୍ତି ଓ ଗ୍ରନ୍ଥକୁ କ୍ଷତିଗ୍ରସ୍ତ କରିଛନ୍ତି । ଏହି ଫଟୋରେ ଦେଖା ଯାଉଛି ଇସଲାମୀ କଟ୍ଟରପନ୍ଥୀ ମାନେ ମାଙ୍କ ମୂର୍ତିରେ କାଳୀ ବୋଳି ଦେଇଛନ୍ତି ।