କରୋନା ଭାଇରସ କାରଣରୁ ସମଗ୍ର ବିଶ୍ୱରେ ସଂକଟ ଦେଖା ଦେଇଥିବା ଓ ଲକ୍ଷଣ ଦେଖା ଗଲେ ତୁରନ୍ତ ପରୀକ୍ଷା କରିବାକୁ କୁହା ଯାଉଥିବା ବେଳେ ପାକିସ୍ତାନରେ ଏହାର ଓଲଟା ଦେଖା ଯାଉଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ତାଙ୍କର ଦେଶବାସୀଙ୍କୁ ହସପିଟାଲକୁ ଆସି ଲାଇନ ନ ଲଗାଇବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ଲୋକ ମାନେ ଘର ରହିବା ଉଚିତ ବୋଲି କହିଛନ୍ତି ।
ଇମରାନ ଖାନ ଦେଶବାସୀଙ୍କୁ ବାର୍ତା ଦେଇ କହିଛନ୍ତି ଯେ କରୋନା ହେଲେ ନିଜ ଘରେ ରହନ୍ତୁ ବାହାରକୁ ବାହାରନ୍ତୁ ନାହିଁ । ଲୋକ ମାନେ ଯେତେବେଳେ ତାଙ୍କୁ ପଚାରିଲେ ତେବେ ଏହାର ଚିକିତ୍ସା କିପରି ହେବ । ସେତେବେଳେ ଇମରାନ କହିଥିଲେ ଯେ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ । କରୋନା ଭାଇରସର ପ୍ରସାରକୁ ରୋକିବା ଅସମ୍ଭବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ 97 ପ୍ରତିଶତ ମାମଲାରେ ଏହି ରୋଗ ଭଲ ହୋଇଯାଉଛି । କିଛି ବୟସ୍କ ଲୋକ ମାନଙ୍କ ପାଇଁ ଏହା ମାରାତ୍ମକ ହୋଇପାରେ ।
ସେ କହିଛନ୍ତି ଅନ୍ୟ ଦେଶ ମାନଙ୍କ ଭଳି ପାକିସ୍ତାନକୁ ସମ୍ପୂର୍ଣଁ ଲକ ଡାଉନ କରିବା ସମ୍ଭବ ନୁହେଁ । କାରଣ ଏହା ଦ୍ବାରା ପାକିସ୍ତାନର ଅର୍ଥନୀତି ଧ୍ବସ୍ତ ହୋଇଯିବ ଓ ଲୋକ ମାନେ ଖାଇବାକୁ ପାଇବେ ନାହିଁ ।
ସେ କହିଛନ୍ତି ଯେ ବେଶୀ ସଂଖ୍ୟାରେ ଲୋକ ମାନେ ହସପିଟାଲକୁ ଆସିଲେ ପାକିସ୍ତାନର ଚିକିତ୍ସା ବ୍ୟବସ୍ଥା ମଧ୍ୟ ଭାଙ୍ଗି ଯିବ ।