ରାଞ୍ଚିରେ ଲକଡାଉନ ସତ୍ବେ ଇଫତାର ଭୋଜିର ଆୟୋଜନ କରା ଯାଇଛି। ଇଫତାର ପାର୍ଟି ରୋକିବାକୁ ସେଠାରେ ପୋଲିସ ପହଂଚିଥିବା ବେଳେ ପୋଲିସ ଉପରେ ପଥର ମାଡ ହୋଇଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାଞ୍ଚିର ପରେହପାଠ ଅଂଚଳରେ ଅନୱର ଖାନ ନିଜ ଘରେ ଇଫତାର ପାର୍ଟିର ଆୟୋଜନ କରିଥିଲେ । ଏଥିରେ ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରା ଗଲା। ଏହା ସୂଚନା ରାତୁ ପୋଲିସକୁ ମିଳିଲା ପରେ ସେଠାରେ ପୋଲିସକର୍ମୀ ପହଂଚିଥିଲେ । ଏହି ଅବସରରେ ତାଙ୍କ ଉପରେ ପ୍ରବଳ ପଥରମାଡ କରା ଯାଇଥିବା ସୂଚନା ମିଳିଛି ।
ପୋଲିସ ଏଥିରେ ମାମଲା ରୁଜୁ କରି ଆଗକୁ କାର୍ଯାନୁଷ୍ଠାନ ଜାରୀ ରଖିଥିବା ଜଣା ପଡିଛି ।