ଉତ୍ତର ପ୍ରଦେଶର ଅଲିଗଡ ମୁସଲିମ ୟୁନିଭର୍ସିଟିର ହିନ୍ଦୁ ଛାତ୍ରୀଙ୍କୁ ହିଜାବ ପିନ୍ଧାଇ କଥା କହୁଥିବା ଦାନିଶ ରହବର ବିରୁଦ୍ଧରେ ସଂପୃକ୍ତ ଛାତ୍ରୀ ଜଣଙ୍କ ଥାନାରେ ଏତାଲା ଦେଇଛନ୍ତି । ଏହା ପରେ ଦାନିଶ ଏବେ କ୍ଷମା ମାଗିବା ଆରମ୍ଭ କରିଛି ।
ଉଲ୍ଲେଖନୀୟ ଯେ ଏହି ହିନ୍ଦୁ ଛାତ୍ରୀଙ୍କୁ ଉକ୍ତ ଛାତ୍ର ଦାନିଶ ଲଗାତାର ଭାବେ ମାନସିକ ଭାବେ ନିର୍ଯାତନା ଦେବା ସହ ତାକୁ ହିଜାବ ପିନ୍ଧାଇବ ବୋଲି କହୁଥିଲା । ସଂପୃକ୍ତ ଛାତ୍ରୀ ଜଣଙ୍କ ଏ ସମ୍ପର୍କରେ ଥାନାରେ ଲିଖିତ ଭାବେ ମାମଲା ରୁଜୁ କରିବା ପରେ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରି ପାରିଛି । ଅପର ପକ୍ଷରେ ମହିଳା କମିଶନ ମଧ୍ୟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ଏ ସବୁ ଘଟଣା ଘଟିବା ପରେ ଦାନିଶ ଏହି ମାମଲାରେ କ୍ଷମା ମାଗିବା ଆରମ୍ଭ କରିଛି ।