ପାକିସ୍ତାନରେ କରୋନା ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ କରୋନା ସଂକ୍ରମଣର ବିପଦ ଦେଖା ଦେଇଛି । ଗତ କିଛି ଦିନ ତଳେ ତାଙ୍କୁ ମୋଟା ଅଙ୍କର ଅର୍ଥର ଚେକ ଦେଇଥିବା ଜଣେ ବ୍ୟକ୍ତିଙ୍କର ନମୁନା କରୋନା ପଜିଟିଭ ଆସିବା ପରେ ତାଙ୍କର କରୋନା ସଂକ୍ରମଣ ହେବାର ଆଶଙ୍କା ବଢିଯାଇଛି ।
ଏହି ଖବର ଜଣା ପଡିବା ପରେ ସମଗ୍ର ପାକିସ୍ତାନରେ ଚହଳ ପଡିଯାଇଛି । ଏହି ଘଟଣା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଡାକ୍ତରଙ୍କ ପରାମର୍ଶ ନେଇ ବୁଲୁଛନ୍ତି । ପାକିସ୍ତାନ ସରକାରର ଅଧିକାରୀ ମାନେ ଚାହୁଁଛନ୍ତି ଯେ ଇମରାନ ନିଜ ଆଡୁ କ୍ବାରେଂଟାଇନରେ ରହନ୍ତୁ ।