କରୋନା ସଂକ୍ରମଣ କାରଣରୁ ସବୁ ଆଡେ ସ୍ଥିତି ଖରାପ ଥିବା ବେଳେ ପାକିସ୍ତାର କରାଚୀ ଠାରେ ହିନ୍ଦୁ ପରିବାର ଉପରେ ଇସଲାମ ସ୍ବୀକାର କରିବାକୁ ଚାପ ପ୍ରୟୋଗ କରାଯାଇଛି । ତେବେ ଉକ୍ତ ପରିବାର ଏହାକୁ ନ ମାନିବାରୁ ତାଙ୍କୁ ଜୀବନରେ ମାରି ଦେବା ଭଳି ଖବର ମିଳିଛି । ଇସଲାମୀ ଧର୍ମ ପ୍ରଚାରକ ଓ ଉକ୍ତ ପରିବାରର ପଡୋସୀ ତାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ କରାଚୀର ପିଆଇଏ କଲୋନୀରେ ବସନ୍ତ କୁମାରଙ୍କ ପରିବାର ରହନ୍ତି । ତେବେ ଉସମାନ ନାମକ ଜଣେ ମୌଲବୀ ଓ ତାଙ୍କ ପଡୋଶୀ ଶାହିଦ ଆସି ସେମାନଙ୍କୁ ଇସଲାମ ସ୍ବୀକାର କରିବାକୁ କହିଥିଲେ । ସେମାନେ ତାଙ୍କୁ କଲମା ପଢିବାକୁ ବାଧ୍ୟ କରିଥିଲେ । ମାତ୍ର ସେମାନେ ତାହା କରିବାକୁ ମନା କରି ଦେବାରୁ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ସେମାନେ ଇସଲାମ ସ୍ବୀକାର ନ କଲେ ସେମାନଙ୍କୁ ଛଡା ଯିବ ନାହିଁ ବୋଲି ଧମକ ଦେଇଥିଲେ ।