କେରଳରେ ନନ ଧର୍ଷଣ ମାମଲାରେ ଅଭିଯୁକ୍ତ ଜଳନ୍ଧରର ପୂର୍ବତନ ବିଶପ ଫ୍ରାନକୋ ମୁଲକଲକୁ କରୋନା ହୋଇଛି । କେରଳର କୋଟାୟମ ସ୍ଥିତ କୋର୍ଟ ପାଦ୍ରୀ ପାଇଁ ଜାମିନ ବିହୀନ ପରୱାନା ଜାରୀ କରିଥିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ପାଦ୍ରୀ ଫ୍ରାନକୋର ଅବସ୍ଥା ଖରାପ ଥିବା ତାଙ୍କର ଜଣେ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ ଅଭିଯୁକ୍ତ ପାଦ୍ରୀର ଓକିଲ ସୋମବାର ଦିନ କୋଟାୟମ କୋର୍ଟରେ କହିଥିଲେ ଯେ ସେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବାରୁ ବର୍ତମାନ ସଂଗରୋଧରେ ରହିଛନ୍ତି ତେଣୁ କୋର୍ଟ ଆସି ପାରିବେ ନାହିଁ। ସେ ଜଳନ୍ଧରର ଜଣେ ଓକିଲଙ୍କୁ ଭେଟିଥିଲେ । ଉକ୍ତ ଓକିଲ ଜଣଙ୍କ କୋରନା ପଜିଟିଭ ହେବା ପରେ ଏବେ ଅଭିଯୁକ୍ତ ପାଦ୍ରୀର ରିପୋର୍ଟ ମଧ୍ୟ ପଜିଟିଭ ଆସିଥିବା ଜଣା ପଡିଛି ।