ଆସନ୍ତାକାଲି (ଗୁରୁବାର)ସକାଳ ୮.୨୦ରୁ ୧୧ଟା ୨୮ ମଧ୍ୟରେ ସୂର୍ଯ୍ୟପରାଗ ସଂଗଠିତ ହେବ । ଏଥିପାଇଁ ବୁଧବାର ରାତି ୮ ଟା ୩୦ରୁ ପାକ ନିଷେଧ କରାଯାଇଛି । ସକାଳ ୯ଟା ୪୬ ମିନିଟରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ । ଏହି ସମୟରେ ସୂର୍ଯ୍ୟର ପ୍ରାୟ ୫୫ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ ।
ସୂର୍ଯ୍ୟପରାଗକୁ ଦେଖିବା ପାଇଁ ଭୁବନଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଜୋର୍ତିବିଦ୍ ଙ୍କ ଆକଳନ ଅନୁସାରେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ରାଶି ପାଇଁ ସୂର୍ଯ୍ୟପରାଗ ଅଶୁଭ ହେବ । ତୁଳା, ବିଛା, କୁମ୍ଭ, କର୍କଟ, ସିଂହ, କନ୍ୟା ଏବଂ ତୁଳା ରାଶି ପାଇଁ ଏହା ଶୁଭଙ୍କର ହେବ ।
ଡିସେମ୍ବର ୨୬ ତାରିଖରେ ସୂର୍ଯେ୍ୟାପରାଗ ହେବ ବୋଲି ପୂର୍ବରୁ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲାୟ ସକାଳୁ ସୁର୍ଯେ୍ୟାଦୟ ପରେ ଦକ୍ଷିଣ ଭାରତର ଅଳ୍ପ କେତେକ ଅଂଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯେ୍ୟାପରାଗ ଆଂଶିକ ଦେଖାଯିବ । ଏହି ସୂର୍ଯ୍ୟପରାଗ ବୃତାକାର ହେବ ଏବଂ ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯେ୍ୟାପରାଗ ବୋଲି ସୂଚନା ଦିଆଯାଇଛି ।
ଏଥରର ସୂର୍ଯେ୍ୟାପରାଗ ବିରଳ । ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ । ପରାଗ ସମୟରେ ସୂର୍ଯେ୍ୟଙ୍କୁ ଖାଲି ଆଖିରେ ଦେଖିବା ପାଇଁ ବାରଣ ରହିଛିୟ ଖାଲି ଆଖିରେ ନଦେଖିବା ପାଇଁ ବେଜ୍ଞାନିକମାନେ ବାରଣ କରିଛନ୍ତି ।