ଚେନ୍ନାଇର ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ ଏକ ଜଣାଶୁଣା ସାମ୍ବାଦିକତା ଶୀକ୍ଷାନୁଷ୍ଠାନ । ହେଲେ ବିଭିନ୍ନ ସମୟରେ ସେଠାରେ ପାଠ ପଢାଉଥିବା ଶିକ୍ଷାବିତମାନଙ୍କର ନିଜସ୍ୱ ବିଚାର ପାଇଁ ସେହି ଶୀକ୍ଷାନୁଷ୍ଠାନ ବିବାଦରେ ଆସିଥାଏ ।
ଏବେ ନିକଟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ହତ୍ୟାକାରି ଏ ଜି ପେରାରିଭିଲନଙ୍କୁ ସେହି ଶୀକ୍ଷାନୁଷ୍ଠାନ ଏକ ସେମିନାରର ଅତିଥି ଭାବରେ ଡାକିଛି । ଯାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ତିବ୍ର ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।
ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ ହେଉଛି ଦି ହିନ୍ଦୁ ଖବର କାଗଜ ସହିତ ଜଡିତ ଏକ ଶୀକ୍ଷାନୁଷ୍ଠାନ ଯାହା ସାମ୍ବାଦିକତା ଶୀକ୍ଷା ଦାନ ଯୋଗାଇ ଦେବା ସହିତ ସେହି ସର୍ମ୍ପକିତ ତାଲିମ ମଧ୍ୟ ପ୍ରଦାନ କରିଥାଏ ।