The Independence:ATS-arrests-Muslim-cleric-Maulana-Kaleem-Siddique-from-Meerut-over-conversions-to-Islam

 ଉତର ପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ ବା ଏଟିଏସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ ଧର୍ମାନ୍ତରୀକରଣ ମାମଲାରେ ମୌଲାନା କଲିମ ସିଦ୍ଦିକୀକୁ ଗିରଫ କରିଛି । ଭାରତର ସବୁଠାରୁ ବଡ ଧର୍ମାନ୍ତରଣ ସିଣ୍ଡିକେଟର (Religious Conversion Syndicate) ରହସ୍ୟୋଦଘାଟନ କରି ଏଟିଏସ ମୌଲାନା ସିଦ୍ଦିକୀକୁ ଉତର ପ୍ରଦେଶର ମେରଠ (Meerut) ଠାରୁ ଗିରଫ କରିଛିା

ଏଟିଏସ (Uttar Pradesh’s Anti-Terrorism Squad) ପକ୍ଷରୁ ସୂଚନା ଦିଆ ଯାଇଛି ଯେ ବେଆଇନ ଧର୍ମାନ୍ତରୀକରଣ ମାମଲାରେ ଗିରଫ ମୌଲାନା ସିଦ୍ଦିକି (Maulana Kaleem Siddique) ମଦ୍ରାସା (Madrasa) ଗୁଡିକୁ ଫଂଡିଂ କରିଥାଏ ଓ ସେ ବିଦେଶରୁ ହବାଲା ଜରିଆରେ ବିପୁଳ ଫଣ୍ଡିଂ ଆଣିଥିବାର ପ୍ରମାଣ ମିଳିଛି । ମୁଜଫରନଗରର ମୂଳ ବାସିନ୍ଦା  ମୌଲାନା ସିଦ୍ଦିକୀ ଦିଲ୍ଲୀରେ ରହି ବିଭିନ୍ନ ପ୍ରକାରର ଶୈକ୍ଷଣିକ, ସାମାଜିକ, ଧାର୍ମିକ ସଂସ୍ଥା ଆଳରେ ବେଆଇନ ଧର୍ମାନ୍ତରଣ କାର୍ଯ୍ୟ କରିଥାଏ ।

ତାର କାମ କରିବାର ଶୈଳୀ ନିଆରା ଥିଲା । ସେ ସାମାଜିକ ସୌହାର୍ଦ କାର୍ଯ୍ୟକ୍ରମ ମାନ ଆୟୋଜିତ କରି ଲୋକ ମାନଙ୍କୁ ଧର୍ମାନ୍ତରିତ କରାଉଥିଲା । .ହିନ୍ଦୁ ମାନଙ୍କୁ ଭ୍ରମିତ କରି ଲୋଭ ଦେଖାଇ ଓ ଡରାଇ ଧର୍ମାନ୍ତରଣ କରିଥିବାର ପ୍ରମାଣ ଜାଂଚ ଏଜେନ୍ସିକୁ ମିଳିଛି । 

 ଧର୍ମାନ୍ତରଣର ଶୀକାର ହେଉଥିବା ଲୋକ ମାନଙ୍କୁ ପୁଣି ଥରେ ସେ ଅନ୍ୟ ହିନ୍ଦୁ ମାନଙ୍କୁ ଧର୍ମାନ୍ତରଣ କରିବା କାମରେ ଲଗାଇ ଦେଇଥାଏ । ବେଆଇନ ଧର୍ମାନ୍ତରୀକରଣ କରି ଜନସଂଖ୍ୟା ବଢାଇବା ଓ ଦେଶରେ ଶରିୟତ ଲାଗୁ (sharia Law) କରିବା ଦିଗରେ ସେ କାମ କରୁଥିଲା ବୋଲି ଏଟିଏସ କହିଛି । ମୌଲାନା ସିଦ୍ଦିକୀ  ବଲିଉଡର ପୂର୍ବତନ ଅଭିନେତ୍ରୀ ସନା ଖାନକୁ (Sana Khan) ସେ ନିକାହ କରାଇଥିଲା ।

ତାର ଖାତାରେ ତିନି କୋଟି ଟଙ୍କାର ଫଣ୍ଡିଂର  ପ୍ରମାଣ ମିଳିଛି ତଥା ଗୋଟିଏ ଥରରେ ବାହାରିନ ଦେଶରୁ ୧.୫ କୋଟି ଟଙ୍କା (Foreign Contribution Regulation Act) ତା ବ୍ୟାଙ୍କ ଖାତାକୁ ଆସିଛି । ଏହି ମାମଲାରେ ଏଟିଏସର ଛଅଟି ଟିମ ଜାଂଚ କାମରେ ଲାଗିଛନ୍ତି । ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଏଟିଏସ ଗତ ଜୁନ ମାସ ୨୦ ତାରିଖ ଦିନ ଏହି ଧର୍ମାନ୍ତରୀକରଣ ସିଣ୍ଡିକେଟ ଚଳାଉଥିବା ଲୋକ ମାନଙ୍କୁ ଗିରଫ କରିଥିଲା ।

ଏହି ସିଣ୍ଡିକେଟର ମୁଖ୍ୟ ବୋଲି କୁହା ଯାଉଥିବା ଉମର ଗୌତମ  ଓ ଅନ୍ୟ ଲୋକ ମାନେ ମୂକ ବଧୀର ପିଲା ମାନଙ୍କୁ ମଧ୍ୟ ଛାଡୁ ନ ଥିବା ଓ ସେମାନଙ୍କର ଧର୍ମାନ୍ତରୀକରଣ କରାଉଥିବା ନେଇ ପ୍ରମାଣ ଏଟିଏସକୁ ମିଳୁଥିଲା । ଏମାନଙ୍କର ସଂସ୍ଥାକୁ ୫୭ କୋଟି ଟଙ୍କା ଫଣ୍ଡିଂ ଆକାରରେ ମିଳିଥିଲା । ମାତ୍ର ତାର ହିସାବ ସେମାନେ ଦେଇ ପାରୁ ନାହାନ୍ତି ।

ଏହି ଗିରଫଦାରୀ ପରେ ରାଜନୀତି ମଧ୍ୟ ଜୋର ଧରିଲାଣି । ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ମାନଙ୍କ ପକ୍ଷରେ ଖୋଲା ଖୋଲି ଭାବେ ବାହାରିଥିବା ଅମାନୁଲ୍ଲା ଖାନ ଓ ବନ୍ଦେ ମାତରମ ଗାଇବାକୁ ବିରୋଧ କରିଥିବା ସମାଜବାଦୀ ପାର୍ଟିର ନେତା ଶଫିକୁର ରହମାନ ବର୍କ ଏହାର ବିରୋଧ କରି ଯୋଗୀ ସରକାର ବିିରୁଦ୍ଧରେ ବର୍ଷିଛନ୍ତି ।

ଅନ୍ୟ ପଟେ ସୋସିଆଲ ମିଡିଆରେ ଲୋକେ ଏହି ଗିରଫଦାରୀକୁ ସ୍ୱାଗତ କରିଛନ୍ତି । ଜଣେ ଲେଖିଛନ୍ତି – ଏହା ଯୋଗୀଜୀଙ୍କ ଉତର ପ୍ରଦେଶ, ଏଠାରେ କେହି ବର୍ତି ପାରିବେ ନାହିାଁ

ଆଜି ବାବାଜୀଙ୍କ ପୋଲିସ  ମୌଲାନା ସିଦ୍ଦିକୀକୁ ଧରିଛି, ଯାହା ସାମନାରେ ଆଙ୍ଗୁଳି ଉଠାଇବା ପାଇଁ ସେକୁଲାର ସରକାର ମାନେ କମ୍ପୁଥିଲେ ।  ଏହି ମୌଲାନା ଧର୍ମାନ୍ତରୀକରଣ ଖେଳର ମାଷ୍ଟର ମାଇଣ୍ଡ ଥିଲା । ୟୁପି ପୋଲିସ ତାକୁ ଉଠାଇ ଆଣିଛି । ଏବେ ତା ଠାରୁ ସତ ବାହାର କରିବ ।

ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ  ଉତର ପ୍ରଦେଶରେ ପାଖାପାଖି ଏକ ହଜାର ଲୋକଙ୍କୁ ଇସଲାମରେ ମତାନ୍ତରିତ କରା ଯାଇଥିବା ନେଇ ସୂଚନା ମିଳିବା ପରେ ଯୋଗୀ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲେ ଓ ଏହାର ଜାଂଚ ପାଇଁ ଏସଆଇଟି ଗଠନ କରିଥିଲେ । ୟୁପି ଏଟିଏସ ଏହି ମାମଲାରେ ଏହା ପୂର୍ବରୁ  ଦଶ ଜଣଙ୍କୁ ଗିରଫ କରି ସାରିଛି ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ