ଦିଲ୍ଲୀ ଓ ପଂଜାବରେ କ୍ଷମତାରେ ଥିବା ଆମ ଆଦମି ପାର୍ଟି ଏବେ ଦେଶରେ ଏକ ଜାତୀୟ ରାଜନୈତିକ ଦଳ ହେବାର ପ୍ରୟାସରେ ଅଛି । ଏହାର ମୁଖ୍ୟ ଅରବିନ୍ଦ କେଜେରିଓାଲ ମଧ୍ୟ ନିଜକୁ ଜଣେ ପ୍ରଧାନମନ୍ତ୍ରୀ ରୁପରେ ଦେଖିବାକୁ ଆରମ୍ଭ କଲେଣି । ହେଲେ ଆମ ଆଦମି ଭଳି ରାଜନୈତିକ ଦଳମାନଙ୍କର ଅଭିବୃଦ୍ଧି ଦେଶର ହିତରେ ନା କ୍ଷତିରେ ଏହା ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି ।
ନିକଟରେ ଦିଲ୍ଲୀରେ ହିନ୍ଦୁମାନଙ୍କର ଧର୍ମାନ୍ତିକରଣ ଖବର ଆସିଥିଲା ଯେଉଁ ସଭାରେ ଆମ ଆଦମି ପାର୍ଟିର ଜଣେ ମନ୍ତ୍ରୀ ନିଜେ ଥିଲେ । ଆପ ଦଳରୁ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ଗୌତମ ଖୋଲା ଖୋଲି ଭାବରେ ବେଆଇନ ଭାବରେ ଲୋକମାନଙ୍କୁ ହିନ୍ଦୁ ଧର୍ମ ଛାଡିବା ପାଇଁ ଆହ୍ୱାନ ଦେଉଥିଲେ ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସେହିଭଳି ପଂଜାବ ନିର୍ବାଚନ ସମୟରେ ଆମ ଆଦମି ପାର୍ଟି ବିଛିନ୍ନବାଦୀ ଆତଙ୍କି ସଙ୍ଗଠନ ଖଲିସ୍ତାନିମାନଙ୍କ ସହିତ ହାତ ମିଳାଇ ଥିବାର ଖବର ଆସିଥିଲା । କାନାଡାରେ ଥିବା ଜଣେ ଖଲିସ୍ତାନି ଖୋଲା ଚିଠି ଲେଖିଥିଲେ ଅରବିନ୍ଦ କେଜେରିଓାଲଙ୍କୁ ଏନେଇ । ସେହିଭଳି ଜାତୀୟ ସୁରକ୍ଷା ପରିଷଦ ମଧ୍ୟ ପଂଜାବରେ ନିର୍ବାଚନ ସମୟରେ ଖଲିସ୍ତାନି ଗତିବିଧି ବଢିଥିବାର ଖବର ଆସିଥିଲା ।
ଏହା ଆଗରୁ ସେହି ଆମ ଆଦମି ପାର୍ଟି ଛାଡିଥିବା କବି କୁମାର ବିଶ୍ୱାସ ମଧ୍ୟ ଅରବିନ୍ଦ କେଜେରିଓାଲଙ୍କ ମାନସିକତା ଦେଶ ବିରୋଧୀ ଓ ହିନ୍ଦୁ ବିରୋଧୀ ବୋଲି କହିଥିଲେ ।
ଦେଖନ୍ତୁ ଏହା ଉପରେ ଏକ ଆଲୋଚନାର ଭିଡିଓ ।