The Independence:Aamir-Khan-urges-fans-not-to-boycott-Laal-Singh-Chaddha-Says-It-is-rather-unfortunate

 ଆମିର ଖାନଙ୍କ ନୂଆ ଫିଲ୍ମ ଲାଲ ସିଂହ ଚଡ୍‌ଢା ଖୁବ ଶୀଘ୍ର ରିଲିଜ ହେବା ପୂର୍ବରୁ ଏହି ଫିଲ୍ମକୁ ବୟକଟ୍ କରିବାକୁ ସୋସିଆଲ ମିଡିଆରେ ଆହ୍ୱାନ କରା ଯାଉଛି । ଏହା ଆମିର ଖାନଙ୍କୁ ଚିନ୍ତାରେ ପକାଇ ଦେଇଛିା ସେ ଏହି ଫିଲ୍ମକୁ ବହିଷ୍କାର ନକରିବାକୁ ଲଗାତାର ଅପିଲ କରୁଛନ୍ତି । 

ଆମିର ଖାନଙ୍କୁ ବର୍ତମାନ ବୟକଟ ଭଳି ଅଭିଯାନର ସାମନା କାହିଁକି କରିବାକୁ ପଡୁଛି ? କଣ ବିନା କାରଣରେ ଭାରତର ଲୋକ ମାନେ ତାଙ୍କର ଫିଲ୍ମର ବହିଷ୍କାର କରିବାକୁ ଅଭିଯାନ ଚଳାଉଛନ୍ତି ?ଏହା ପଛରେ କଣ କୌଣସି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଅଛନ୍ତି ? ଏହି ଲେଖାରେ ଆମେ ଏହା ଉପରେ ହିଁ ଆଲୋଚନା କରିବା । ଏଥି ପାଇଁ ଆମକୁ  ଗତ କିଛି ବର୍ଷରେ ଆମିର ଖାନଙ୍କ ଦ୍ୱାରା ଦିଆ ଯାଇଥିବା ବକ୍ତବ୍ୟ, ତାଙ୍କର କାର‌୍ୟ୍ୟ ଶୈଳୀ ଉପରେ ଦୃଷ୍ଟି ପକାଇବାକୁ ପଡିବ । ଏହି ବିନ୍ଦୁ ଗୁଡିକୁ ଯୋଡିବା ଦ୍ୱାରା ଏକ ସ୍ପଷ୍ଟ ଚିତ୍ର ମିଳି ପାରିବ ।

ଆମିର ଖାନଙ୍କ ବିଷୟରେ କୁହା ଯାଇଥାଏ   ଯେ ସେ ଜଣେ ଅତ୍ୟନ୍ତ ଭଲ କଳାକାର । ହିନ୍ଦୁ- ମୁସଲମାନ ଭଳି ପ୍ରସଙ୍ଗ ଠାରୁ ସେ ବହୁ ଉର୍ଧରେ । ବାସ୍ତବରେ ଆମିର ଖାନଙ୍କ ବିଷୟରେ ବହୁଳ ଭାବେ ପ୍ରଚାରିତ ଏହି କଥା  କଣ ସତ୍ୟ ?

କିଛି ବର୍ଷ ତଳେ ଆମିର ଖାନ ଦୂରଦର୍ଶନରେ ସତ୍ୟମେବ ଜୟତେ ନାମରେ ଏକ ଶୋ କରୁଥିଲେ ।  ଏହି ଶୋରେ ସେ ଅନେକ ଏପିସୋଡରେ ଭାରତୀୟ ଅର୍ଥାତ ହିନ୍ଦୁ  ସମାଜରେ ବ୍ୟାପ୍ତ କୁରୀତି ଉପରେ ଚର୍ଚା କରିଥିଲେ । ହେଲେ ଟ୍ରିପଲ ତଲାକ, ହଲାଲା ଓ ଅନ୍ୟ ପ୍ରସଙ୍ଗ  ଉପରେ ଚର୍ଚା କରି ନ ଥିଲେ । ଏହା ଦ୍ୱାରା ଏପରି ସନ୍ଦେହ ଉତ୍ପନ୍ନ ହୋଇଥିଲା ଯେ ତାଙ୍କର ଟାର୍ଗେଟରେ ହିନ୍ଦୁ ଧର୍ମ ଥିଲା ଓ ହିନ୍ଦୁ ଧର୍ମକୁ ଖରାପ ବୋଲି ଦର୍ଶାଇବାକୁ ସେ ଯୋଜନାବଦ୍ଧ ଭାବେ ପ୍ରୟାସ କରିଥିଲେ ।  ନ ହେଲେ ସେ ଇସଲାମରେ ବ୍ୟାପ୍ତ ମଧ୍ୟକାଳୀନ କୁରୀତି ବିଷୟରେ  ମଧ୍ୟ ଚର୍ଚା କରିଥାନ୍ତେ ।

ଫିଲ୍ମ ପିକେରେ  ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ସେ ଯେ ଭଳି ଭାବେ ଏକତରଫା ଭାବେ ହିନ୍ଦୁ ଦେବାଦେବୀଙ୍କ ଉପହାସ କରିଥିଲେ ସେ ସମ୍ପର୍କରେ ଅଧିକ ଆଲୋଚନାର ଆବଶ୍ୟକତା ନାହିାଁ 

ଆମିର ଖାନଙ୍କ ମନରେ ଗୁଜରାତର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଘୃଣା ଭର୍ତି ହୋଇ ରହିଛି । ଏହି ଘୃଣା ଆଜିର ନୁହୋଁ   ଆମିର ମୋଦୀଙ୍କ ବିରୁଦ୍ଧରେ ତାଙ୍କ ଘୃଣାକୁ କେବେ ହେଲେ ଲୁଚାଇ ନାହାନ୍ତି  ଏଇଥି ପାଇଁ ଆମିରଙ୍କୁ ନିଶ୍ଚିତ ଭାବେ ଧନ୍ୟବାଦ ଦେବାକୁ ପଡିବ ।   

୨୦୦୫ ମସିହାରେ ଏନଡିଟିଭିରେ ଶେଖର ଗୁପ୍ତାଙ୍କ ସହିତ ତାଙ୍କର ଏକ ସାକ୍ଷାତକାର ଏବେ ମଧ୍ୟ ସୋସିଆଲ ମିଡିଆରେ ଦେଖା ଯାଇ ପାରେ ।  ସେତେବେଳେ  ସେ ଏହି ସାକ୍ଷାତକାରରେ  ଖୋଲାଖୋଲି ଭାବେ  ୨୦୦୨ ମସିହାରେ ଗୁଜରାତରେ ହୋଇଥିବା ଦଙ୍ଗା ପାଇଁ ସିଧା ସିଧା ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ତାଙ୍କ ଦଳ ବିଜେପିକୁ  ଦାୟୀ କରୁଛନ୍ତି । ବିନା କୌଣସି ତଥ୍ୟ ପ୍ରମାଣରେ, ବିନା କୌଣସି କୋର୍ଟର ଶୁଣାଣୀରେ ଆମିର ଖାନଙ୍କ ପାଇଁ ନରେନ୍ଦ୍ର  ମୋଦୀ ଏହି ଦଙ୍ଗାପାଇଁ ଦାୟୀ ବୋଲି କହୁଛନ୍ତି ।  ସେତେବେଳେ ମୋଦୀଙ୍କ ବିରୁଦ୍ଧରେ କୌଣସି କୋର୍ଟ ବା ଜାଂଚ ଏଜେନ୍ସୀ କୌଣସି ପ୍ରକାର ମନ୍ତବ୍ୟ ଦେଇ ନ ଥିଲେ । ଏହା ସତ୍ୱେ ସେତେବେଳେ ତିସ୍ତା ସିତଲବାଡଙ୍କ ଭଳି ଏନଜିଓ କର୍ମୀଙ୍କ ଏକ ଗୋଷ୍ଠି ମୋଦୀଙ୍କୁ ଦାୟୀ କରୁଥିଲେ । ତିସ୍ତା ସିତଲବାଡଙ୍କ ଏହି ଗୋଷ୍ଠୀରେ ଆମିର ମଧ୍ୟ ରହିଥିଲେ ।  ଆମିରଙ୍କ ଏହି ଅଭିଯୋଗ ପଛରେ କୌଣସି ସତ୍ୟତା ନ ଥିଲା ଓ ତାଙ୍କର ବକ୍ତବ୍ୟ ପଛରେ କେବଳ ଯେ ମୋଦୀ ଘୃଣା ଭର୍ତି ହୋଇ ରହିଥିଲା ତାହା ସ୍ପଷ୍ଟ ହୋଇ ସାରିଛି । ଏବେ ଦୀର୍ଘ ୨୦ ବର୍ଷର ନ୍ୟାୟିକ ଲଢେଇରେ ସୁପ୍ରିମକୋର୍ଟ କିଛି ଦିନ ତଳେ ଗୁରୁତ୍ୱପୂର୍ଣ ରାୟ ଦେଇଥିଲେ ଓ କହିଥିଲେ ଯେ ଗୁଜରାତ ମାମଲାରେ କିଛି ଏନଜିଓ  ଓ କିଛି ଲୋକ ମୋଦିଙ୍କୁ ବଦନାମ କରି ଆସୁୁଥିଲେ । ସୁପ୍ରିମକୋର୍ଟର ଏହି କଡା ଟିପ୍ପଣୀ ପରେ ତିସ୍ତା ଓ ଅନ୍ୟ ମାନଙ୍କୁ ଗିରଫ କରା ଯାଇଛି ଓ ସେମାନେ ଜେଲରେ ଅଛନ୍ତି । ସୁପ୍ରିମକୋର୍ଟର ଏହି ରାୟ ପରେ ତାଙ୍କର ୨୦୦୫ର ଆମିରଙ୍କୁ ସେହି ବକ୍ତବ୍ୟ ପାଇଁ କ୍ଷମା ମାଗି ନେବା ଉଚିତ ଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ସେ ଏପରି କରିବାକୁ ଉଚିତ ମନେ କରି ନାହାନ୍ତି ।  କେବଳ ସେତିକି ନୁହେଁ  ମୋଦୀଙ୍କୁ ଭିସା ପ୍ରଦାନ ନ କରିବାକୁ ଯେଉଁ କିଛି ଭାରତୀୟ ଲୋକ ଆମେରିକା ସରକାରଙ୍କୁ ପତ୍ର ଲେଖିଥିଲେ ସେଥି ମଧ୍ୟରେ ଆମିର ମଧ୍ୟ ଥିଲେ । 

ଆମିରଙ୍କ ମୋଦି ବିରୋଧୀ ଘୃଣା ଏତିକିରେ ଅଟକି ନ ଥିଲା । ୨୦୧୪ ମସିହା ପୂର୍ବରୁ ସେ ଦେଶବାସୀଙ୍କୁ ଅପିଲ କରିଥିଲେ ଯେ ସେମାନେ କୌଣସି ଗୋଟିଏ ପାର୍ଟିକୁ ଭୋଟ ଦେଇ ଶକ୍ତିଶାଳୀ ସରକାର ଗଠନ କରିବା ପରିବର୍ତେ  ଦେଶରେ ମେଂଟ ସରକାର ଗଠନ ପାଇଁ ଭୋଟ ଦିଅନ୍ତୁ । ଦେଶରେ ମେଂଟ ସରକାର ଗଠନ ହେଲେ ସରକାର ସମସ୍ତଙ୍କ କଥା ଶୁଣି କାମ କରିବ ।ଏହି ବକ୍ତବ୍ୟ ଜରିଆରେ ସେ ଲୋକଙ୍କୁ ଅପିଲ କରିଥିଲେ ଯେ ନରେନ୍ଦ୍ ମୋଦି ଓ ବିଜେପିକୁ ସମ୍ପୂର୍ଣ ବହୁମତ ନ ପ୍ରଦାନ କରନ୍ତୁ ।

ଆମିର ଖାନ ଜଣେ ଭାରତୀୟ ନାଗରିକ ଓ  ତାଙ୍କ ରାଜନୈତିକ ମତ ଦେବାର ଅଧିକାର ରହିଛି । ଏହାକୁ କେହି ଅସ୍ୱୀକାର କରି ପାରିବେ ନାହିାଁ  ହେଲେ ଯଦି ସେ ରାଜନୈତିକ ମତ ଦେବେ ଓ ଭାରତ ଓ ହିନ୍ଦୁଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରିବେ ତେବେ ଏହାର ମଧ୍ୟ ପାଶ୍ୱର୍ ପ୍ରତିକ୍ରିୟା ନିଶ୍ଚିତ ହେବ । ଏହାକୁ ଆମିରଙ୍କୁ ବୁଝିବାକୁ ପଡିବ । 

୨୦୧୪ ମସିହାରେ ମୋଦି ସରକାର ଆସିବା  ପର ଠାରୁ କିଛି ଲୋକ ଭାରତରେ ଅସହିଷ୍ଣୁତା ବଢିଛି ବୋଲି ଏକ ଗୋଷ୍ଠୀ ଗୀତ ଗାଇବା ଆରମ୍ଭ କରି ଦେଇଥିଲା । ଆମିର ଖାନ ମଧ୍ୟ ଏଥିରେ ସାମିଲ ହୋଇ ତାଙ୍କ ସ୍ତ୍ରୀଙ୍କୁ ଭାରତରେ ଡର ଲାଗୁଛି ବୋଲି ସାର୍ବଜନୀନ ଭାବେ କହିଥିଲେ । ଏହା ବାସ୍ତବରେ ଭାରତକୁ  ବିଶ୍ୱ ଦରବାରରେ ଖରାପ ବୋଲି ଚିତ୍ରିତ କରିବା ଉଦ୍ଦେଶ୍ୟରେ ଥିଲା । 

ଏବେ ସବୁଠାରୁ ବଡ ଓ ଗୁରୁତ୍ୱପୂର୍ଣ ବିଷୟ  ଯାହା ଆମିର ଖାନଙ୍କୁ ସବୁଠାରୁ ଅଧିକ କାଠଗଡାରେ ଠିଆ କରାଉଛି ।  ୨୦୨୦ ମସିହାରେ ଆମିର ତୁର୍କୀ ଯାଇଥିଲେ ଓ ସେଠାରେ ଇସଲାମୀ ଦୁନିଆର ଖଲିଫା ହେବାର ଦିବା ସ୍ୱପ୍ନ ଦେଖୁଥିବା ରାଷ୍ଟ୍ରପତି ଅର୍ଦଆନଙ୍କର ପତ୍ନୀ ଅମିନଙ୍କୁ ସାକ୍ଷାତ କରି ତାର ଫଟୋ ସାର୍ବଜନୀନ କରିଥିଲେ । ସେତେବେଳେ ମଧ୍ୟ ସେ ବିବାଦରେ ଆସିଥିଲେ । ତୁର୍କୀ ଏକ ଭାରତ ବିରୋଧୀ ଭାବେ ଜଣାଶୁଣା । କାଶ୍ମୀର ପ୍ରସଙ୍ଗରେ ଅନ୍ୟ ମୁସଲିମ ଦେଶ ମାନେ ଏବେ ପାକିସ୍ତାନର ସମର୍ଥନରେ ଖୋଲାଖୋଲି ଭାବେ ବାହାରୁ ନ ଥିବା ବେଳେ ତୁର୍କୀ ସବୁବେଳେ ପାକିସ୍ତାନ ସମର୍ଥନରେ ବାହାରିଛି । ଅନୁଚ୍ଛେଦ ୩୭୦ ହଟିବା ପରେ ମଧ୍ୟ ତୁର୍କୀ ଭାରତ ବିରୋଧରେ ବକ୍ତବ୍ୟ ଦେଇଥିଲା । ତୁର୍କୀ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ବିପୁଳ ଅର୍ଥ ପ୍ରଦାନ କରୁଥିବା ନେଇ ପ୍ରମାଣ ରହିଛି ।  ଭାରତରେ ଦିଲ୍ଲୀରେ ସିଏଏ ବିରୋଧୀ ହିଂସାରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ଏହା ପାଇଁ ଫଣ୍ଡିଂ ତୁର୍କୀରୁ ହୋଇଥିଲା ।  ସରକାରଙ୍କ ଗୁଇନ୍ଦା ରିପୋର୍ଟ ଅନୁସାରେ କାଶ୍ମୀର ଓ କେରଳରେ ମୁସଲମାନ ମାନଙ୍କ ମନରେ ବିଷ ଭରି ଭାରତ ବିରୋଧୀ କରିବାକୁ ଅନେକ ମୁସଲମାନ ସଂଗଠନ କାମ କରୁଛନ୍ତି ଓ ତୁର୍କୀ ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଛି । ପାକିସ୍ତାନ ପରେ ତୁର୍କୀ ସବୁଠାରୁ ବଡ ଭାରତ ବିରୋଧୀ ଆଡ୍ଡାରେ ପରିଣତ ହୋଇଛି । ଏବେ କିଛି ଦିନ ତଳେ ବିହାରରେ ପିଏଫଆଇର ଏକ ଡକୁମେଂଟ ଜବତ ହୋଇଥିଲା ଯେଉଁଥିରେ ଭାରତକୁ ୨୦୪୭ ସୁଦ୍ଧା ଭାରତକୁ ମୁସଲମାନ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ ଏହି କାମରେ ତୁର୍କୀ ସେମାନଙ୍କର ସହଯୋଗ କରିବାକୁ ଯାଉଛି ।  ତେଣୁ ଆଜିର ସ୍ଥିତିରେ ତୁର୍କୀ ଭାରତର ସବୁଠାରୁ ବଡ ଶତ୍ରୁ ଏଥିରେ ସନ୍ଦେହ ନାହିଁ ଏପରି ଏକ  ଦେଶର ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଭେଟି ଆମିର ଖାନ କଣ ବାର୍ତା ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ ତାହା ବୁଝିବା କୌଣସି ଅସମ୍ଭବ କାମ ନୁହେଁ ।

ଆମିର ଭାରତକୁ ଇସଲାମୀ ଦେଶରେ ପରିଣତ କରିବାକୁ  ଷଡଯନ୍ତ୍ର କରୁଥିବା ତୁର୍କୀର ରାଷ୍ଟ୍ରପତିଙ୍କ ସହ ଠିଆ ହୋଇ ପାରିବେ । ଏହା ତାଙ୍କର ଅଧିକାର । ତେବେ ସେହି ସମାନ ଅଧିକାର ଭାରତର ସାଧାରଣ ଲୋକଙ୍କ ମଧ୍ୟ ରହିଛି । ସେମାନେ ମଧ୍ୟ ଆମିରଙ୍କ ଫିଲ୍ମକୁ ବୟକଟ୍ କରି ପାରିବେ । କେବଳ ଆମିରଙ୍କ ଅଧିକାର ଅଛି ଓ ଭାରତର ସାଧାରଣ ଲୋକଙ୍କ ଅଧିକାର ନାହିଁ. ଏପରି କିପରି ହେବ ?  ତେଣୁ ଆମିରଙ୍କୁ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଚିନ୍ତିତ ହେବା ଉଚିତ ନୁହୋଁ

Author Image

Dr Samanwaya

Recent Posts

The Independence:Zameen-Jihad-Tamil-Nadu-Waqf-Board-claims-ownership-of-a-Hindu-majority-village-registrar-asks-villagers-to-obtain-NOC-from-the-board-to-sell-their-own-land

Zameen Jihad: ତାମିଲନାଡୁରେ ଏକ ହିନ୍ଦୁ ବହୁଳ ଗାଁ ଓ ମନ୍ଦିରର ସମ୍ପତିକୁ ନିଜର ବୋଲି ଦାବି କଲା ଓାକଫ ବୋର୍ଡ

The Independence:Dawood-Ibrahim-Return-Mumbai-Gangster

ଫେରୁଛି ଦାଉଦର ଦାଦାଗିରି

The Independence:S-Jaishankar-embarks-South-America-Latin-America

ଲାଟିନ ଆମେରିକାରେ ଜୟଶଙ୍କର

The Independence:INS-Vikrant-Indias-First-Indigenous-Aircraft-Carrier

ବିମାନବାହୀ ଯୁଦ୍ଧପୋତ: ବିରାଟରୁ ବିକ୍ରାନ୍ତ

The Independence:ED-CBI-In-Corruption

ବଢୁଛି ଇଡିର ଶିଢି

The Independence:Britain-Slogan-Get-Out-Pakistani

ବ୍ରିଟେନରେ ‘ଗେଟ୍ ଆଉଟ ପାକିସ୍ଥାନୀ’

The Independence:Modi-Tops-Global-Leader-World-Ranking

ଲୋକପ୍ରିୟ ନେତୃତ୍ୱ ଶୀର୍ଷରେ ମୋଦି

The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

ଆଇଏସଆଇର ଇନଫର୍ମେସନ ଜିହାଦ

The Independence:Odisha-Flood-2022-Mismanagement-Man-made

ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି?

The Independence:Conversion-of-Mizoram-North-East-to-Christianity

ମିଜୋରାମରେ ସଂସ୍କୃତି ସମ୍ପନ୍ନ ଅଧିବାସିମାନଙ୍କୁ କେମିତି କରାଗଲା ଖ୍ରୀଷ୍ଟିଆନ ? ପଢନ୍ତୁ ଜାଣିବେ

The Independence:Boycott-Bollywood-Independence-News-Lal-Singh-Chhaddha

ସଙ୍କଟରେ ବଲିଉଡ

The Independence:Al-Shabbab-militants-in-Africa

ଆଫ୍ରିକାର ଚିନ୍ତା ଅଲ୍‌-ଶବାବ

The Independence:INS-VIKRANT-TO-BE-INDUCTED-IN-INDIAN-NAVY

ଆଇଏନଏସ ବିକ୍ରାନ୍ତ ସାମିଲ ହେବା ଯୋଗୁ ବହୁଗୁଣିତ ହେବ ଭାରତୀୟ ନୌସେନାର କ୍ଷମତା

The Independence:jammu-kashmir-high-court-reopens-2003-nadimarg-hindu-massacre-24-kashmiri-pandits-killed-by-terrorists-in-200

ଜାଣନ୍ତୁ କଣ ଥିଲା 2003ର ନଦୀମର୍ଗ କାଶ୍ମୀରୀ ହିନ୍ଦୁ ନରସଂହାର, ଯେତେବେଳେ 24 ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା

The Independence:Nitish-Kumars-appeasement-reaches-its-peak

ଅଣହିନ୍ଦୁଙ୍କ ପ୍ରବେଶ ମନା ଥିବା ମନ୍ଦିରରେ ନୀତିଶ ତାଙ୍କ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଲେ

The Independence:Village-culture

ଗାଁରେ ଅପସଂସ୍କୃତିର ଅନୁପ୍ରବେଶ

The Independence:Lesson-from-Direct-Action-Day

ଡାଇରେକ୍ଟ ଆକ୍ସନ ଡେ’ ରୁ ଶିକ୍ଷା

The Independence:terror-funding-delhi-mohammad-yaseen-arrested-delhi-jammu-kashmir-terrorists

ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିଲା କପଡା ବ୍ୟବସାୟୀ ମୋହମ୍ମଦ ୟାସିନ, ଦିଲ୍ଲୀରୁ ଧରା ପଡିଲା

The Independence:Conspirators-against-India

ଭାରତ ବିରୋଧୀ ଷଡଯନ୍ତ୍ରକାରୀ

The Independence:Rights-of-Transgenders

ସେମାନଙ୍କର ମଧ୍ୟ ସମାନ ଅଧିକାର

The Independence:Drug-addiction-society-and-development

ନିଶା, ସମାଜ ଏବଂ ବିକାଶ

The Independence:krk-slams-arjun-kapoor-bollywood-film-boycott

‘ଯେଉଁ ଆକ୍ଟରର ଫିଲ୍ମକୁ କୁକୁର ଦେଖିବାକୁ ଯାଏ ନାହିଁ ତାକୁ କିଏ ବା କାହିଁକି କରିବ ବୟକଟ’ ଅର୍ଜୁନ କପୁରଙ୍କୁ କହିଲେ କେଆରକେ

The Independence:the-satanic-verses-salman-rushdie-sales-incresead-similar-happened-in-india-after-ban

ପୁସ୍ତକ ସାଟାନିକ ଭର୍ସେସର ବିକ୍ରୀରେ ଭାରୀ ବୃଦ୍ଧି, ସଲମାନ ରୁସଦୀଙ୍କ ଉପରେ ହୋଇଛି ଆକ୍ରମଣ

The Independence:hristian-principal-refuses-to-salute-the-tricolor-says-we-will-only-salute-our-god

‘ମୁଁ ଖ୍ରୀଷ୍ଟିଆନ, ତେଣୁ ଜାତୀୟ ପତାକାକୁ କରିବି ନାହିଁ ସାଲ୍ୟୁଟ.. ’ :ସ୍ବାଧୀନତା ଦିବସରେ ସରକାରୀ ସ୍କୁଲର ଖ୍ରିଷ୍ଟିଆନ ପ୍ରଧାନ ଶିକ୍ଷିକା କହିଲେ

The Independence:ihar-politics-72-percent-ministers-in-cm-nitish-mahagathbandhan-government-tainted-serious-criminal-cases-registered-against-17-

ସୁଶାସନ ବାବୁ ନୀତିଶଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଭରପୁର ଦାଗୀ ମନ୍ତ୍ରୀ ,ମନ୍ତ୍ରିମଣ୍ଡଳର 72 ପ୍ରତିଶତ ସଦସ୍ୟ ଦାଗୀ