(Pic - Afghanistan Cricket Board Head Office After Taliban Captured)
ପାକିସ୍ତାନ ସହ କେହି କ୍ରିକେଟ ଖେଳିବାକୁ ରାଜି ନ ଥିବା ବେଳେ ତାଲିବାନ କହିଛି ଯେ ତାଙ୍କ ଆଫଗାନିସ୍ତାନ କ୍ରିକେଟ ଟିମ ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ପ୍ରସ୍ତୁତ ଅଛି । ପାକିସ୍ତାନ ତାର ବ୍ୟବସ୍ଥା କରୁ । ପାକିସ୍ତାନ ବର୍ତମାନ କ୍ରିକେଟ ମାମଲାରେ ଖରାପ ସ୍ଥିତିରେ ଗତି କରୁଛି । ଗୋଟିଏ ପରେ ଗୋଟିଏ ଦେଶ ପାକିସ୍ତାନରେ କ୍ରିକେଟ ଖେଳିବାକୁ ମନା କରି ଦେଉଛନ୍ତି ।
ପାକିସ୍ତାନକୁ ଆସି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ (New Zealand) ଟିମ ଖେଲିବାକୁ ମନା କରି ଦେବା ପରେ ଇଂଲଣ୍ଡ କ୍ରିକେଟ ଟିମ (England Cricket Team) ମଧ୍ୟ ପାକିସ୍ତାନ ଗସ୍ତକୁ ବାତିଲ କରି ଦେଇଛି । ନ୍ୟୁଜିଲାଣ୍ଡର ଖେଳିବାକୁ ମନା କରିବା ପରେ ପାକିସ୍ତାନ ଏଥି ପାଇଁ ଭାରତକୁ ଦାୟୀ କରିଛି । ପାକିସ୍ତାନ କହିଛି ଯେ ଭାରତରୁ ଇମେଲ ଯିବା ପରେ ନ୍ୟୁଜିଲାଣ୍ଡ ଖେଳାଳୀ ମାନେ ଗସ୍ତରୁ ଓହରି ଯାଇଥିଲେ ।
ତେବେ ପୂର୍ବତନ କ୍ରିକେଟ ଖେଳାଳୀ ତଥା ପାକିସ୍ତାନର (Pakistan) ପ୍ରଧାନମନ୍ତ୍ରୀ ଇମରାନ ଖାନ (Imran Khan) ନିଜେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତା ହୋଇ ନିଷ୍ପତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ତେବେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତାଙ୍କ କଥା ଶୁଣିଲେ ହେଲେ ଶେଷରେ ତାଙ୍କ ଟିମ ଖେଳିବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ ।
ଆତଙ୍କବାଦର ମୂଳ କେନ୍ଦ୍ର ପାକିସ୍ତାନ ଏବେ କ୍ରିକେଟ ମାମଲାରେ ଏକ ଘରିକିଆ ହୋଇ ଯାଇଥିବା ବେଳେ ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ (Afghanistan Pakistan Cricket Series) ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ଚାହୁଁଛି ।
ଆଫଗାନିସ୍ତାନ କ୍ରିକେଟର ଚେୟାରମ୍ୟାନ (Afghanistan Cricket Board) ଅଜିଜୁଲ୍ଲା ଫାଜଲି (Azizullah Fazil) କହିଛନ୍ତି ଯେ ସେ ପାକିସ୍ତାନ ଯିବେ ଓ ସେଠାରେ ପାକିସ୍ତାନ କ୍ରିକେଟ ବୋର୍ଡ (Pakistan Cricket Board) ସହ ଆଫଗାନିସ୍ତାନ ଟିମର ଗସ୍ତ ନେଇ କଥାବାର୍ତା କରିବେ ।