ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ବିଷୟରେ ମିଥ୍ୟା ଖବର ପ୍ରସାରଣ କରି ଜାତୀୟ ଗଣମାଧ୍ୟମରେ ନିନ୍ଦିତ ହୋଇଥିବା ବାମବାଦୀ ଲେଖକ ଦେବଦତ ପଟ୍ଟନାୟକ ପୁଣି ନିଜର ହିନ୍ଦୁ ବିରୋଧୀ ମାନସିକତାକୁ ନେଇ ବିଷ ଓଗାଳିଛନ୍ତି । ସେ ନିଜ ଟ୍ୱିଟ ମାଧ୍ୟମରେ ଲୋକମାନଙ୍କୁ ଡରାଇବା ଭଳି କିଛି କଥା ପୋଷ୍ଟ କରିଛନ୍ତି ଯାହା ଦ୍ୱାରା ବର୍ତମାନ ସାରା ଦେଶରେ ଚାଲୁଥିବା ରାମ ମନ୍ଦିରର ନିଧି ସମର୍ପଣ ଅଭିଯାନରେ ଏହା ବାଧା ସୃଷ୍ଟି କରିବ ।
ସେ କହିଛନ୍ତି ଯେ ଯେଉଁମାନେ ଏହି ରାମମନ୍ଦିର ପାଇଁ ଚାନ୍ଦା ଦେବେନାହିଁ ସେମାନଙ୍କୁ ସରକାର ଭବିଷ୍ୟତରେ ହଇରାଣ କରିବେ । ଯାହା ସମ୍ପୃର୍ଣ୍ଣ ମିଥ୍ୟା । ସେ କେବଳ ମୁସଲମାନମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏପରି ଲେଖିଛନ୍ତି ଯାହାଫଳରେ ଏହାକୁ ନେଇ ବିବାଦ ହେବ ।
ବର୍ତମାନ ରାମ ମନ୍ଦିରକୁ ନେଇ ସାରା ଦେଶରେ ଖୁସିର ଏକ ଆଧ୍ୟାତ୍ମିକ ମାହୋଲ ତିଆରି ହୋଇଛି । ସାରା ଦେଶର ଜନତା ଏକ ମନରେ ଲାଗିଛନ୍ତି କିପରି ରାମ ମନ୍ଦିର ତିଆରି ହେବ । ସମସ୍ତ ଧର୍ମ, ଜାତି, ରାଜନୈତିକ ଦଳ, ସମସ୍ତେ ନିଜ ନିଜର ସାଧ୍ୟମତେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଉଛନ୍ତି ।
ହେଲେ ଦେବଦତ ପଟ୍ଟନାୟକଙ୍କ ଭଳି କିଛି ବାମପନ୍ଥି ସେକୁଲାର ବିଚାରଧାରାର ଲେଖକ ମାନଙ୍କର ଆଖିରେ ରାମ ମନ୍ଦିର ନିର୍ମାଣ କଥା ଆଖିରେ ଯାଉନି । ସେଥିପାଇଁ ସେ ଏପରି ଲେଖିଛନ୍ତି ।