ଅଭିନେତା ଅଜାଜ ଖାନ ଫେସବୁକରେ ଏକ ଭିଡିଓ ଜାରୀ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ଏହି ଭିଡିଓରେ ଆରଏସଏସ ଓ ବଜରଙ୍ଗ ଦଳ ଲୋକ ମାନଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରୁଛନ୍ତି ଏହାଦ୍ୱାରା ଦେଶର ସେକୁଲାର ଢାଂଚା ନଷ୍ଟ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଏସଏସ ଓ ବଜରଙ୍ଗ ଦଳକୁ ଘଂଟ ଘୋଡାଉଛନ୍ତି ।
ଡ୍ରଗ୍ସ ରଖିବା ମାମଲାରେ ମୁମ୍ବାଇ ପୋଲିସ ଦ୍ୱାରା ଆଗରୁ ଗିରଫ ହୋଇ ସାରିଥିବା ଏହି ଆକ୍ଟର ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ କାର୍ଯାନୁଷ୍ଠାନ ନେବାକୁ ଏହି ଭିଡିଓରେ କହିଛନ୍ତି । ତେବେ ସେ ଏହି ଭିଡିଓରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଆପଣ ବୋଲି କହିବା ପରିବର୍ତେ ତୁ ବୋଲି ସମ୍ବୋଧନ କରିବେ ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଆରଏସଏସର ସଦସ୍ୟ ହୋଇଥିବା କାରଣରୁ ଜୟ ଶ୍ରୀରାମ କୁହାଉଥିବା ଲୋକ ମାନଙ୍କୁ ଘଂଟ ଘୋଡାଉଛନ୍ତି ।
ସେ ମୁସଲମାନ ସଂପ୍ରଦାୟକୁ ରାସ୍ତାକୁ ଓହ୍ଲାଇବାକୁ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ତବରେଜ ଆନସାରୀ ହତ୍ୟା ମାମଲାରେ ମୁସଲମାନ ମାନେ ରାସ୍ତାକୁ ନ ଆସିବା ଲଜ୍ଜାଜନକ । ସେ କହିଛନ୍ତି ଯେ ଭାରତରେ ଆଇନଗତ ଭାବେ ଓ ବେଆଇନ ଭାବେ ରହୁଥିବା ମୁସଲମାନ ମାନଙ୍କ ସଂଖ୍ୟା 40 କୋଟି । ସେ ଚେତାବନୀ ଦେଇଛନ୍ତି ଯେ 40 କୋଟି ମୁସଲମାନ ଯଦି ରାସ୍ତାକୁ ଆସିବେ ତେବେ ଦେଶ ଠପ୍ପ ହୋଇଯିବ ।
ସେ ଏହି ଭିଡିଓରେ କହିଛନ୍ତି ଯେ ମୁସଲମାନ ମାନେ ଦିନକ ପାଇଁ କାମ ଛାଡି ରାସ୍ତାକୁ ଆସନ୍ତୁ । ଭାରତକୁ ଦୁଇ ଦିନ ଧରି ବନ୍ଦ କରି ଦିଅନ୍ତୁ ।