The Independence:Allahabad-High-Court

 ଉତର ପ୍ରଦେଶର ଇଲାହାବାଦ ହାଇକୋର୍ଟ ଗୋ ହତ୍ୟା ସମ୍ପର୍କିତ ଏକ ମାମଲାର ଶୁଣାଣୀ କରି ଗୁରୁତ୍ୱପୂର୍ଣ ମନ୍ତବ୍ୟ ଦେଇଛନ୍ତି । ଏହା ଦ୍ୱାରା ଗୋରକ୍ଷା ପ୍ରଶ୍ନ ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି । ଆସନ୍ତୁ ଏବେ ଦୃଷ୍ଟି ପକାଇବା ଇଲାହାବାଦ ହାଇକୋର୍ଟ ( Allahabad High Court ) ଏହି ମାମଲାରେ କଣ ଗୁରୁତ୍ୱପୂର୍ଣ କଥା କହିଛନ୍ତି । ଏ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ  ବିନ୍ଦୁ ହେଲା ଯେ ଗାଈ ହେଉଛି ଭାରତର ସଂସ୍କୃତିର ଅଂଶବିଶେଷ । କୌଣସି ରାଷ୍ଟ୍ରର ସଂସ୍କୃତି ଓ ଆସ୍ଥା ଉପରେ ଯଦି ଆକ୍ରମଣ କରାଯାଏ ତେବେ ସେହି ରାଷ୍ଟ୍ର ଦୁର୍ବଳ ହୋଇଯାଇଥାଏ । ଗୋରକ୍ଷା ହିନ୍ଦୁ ମାନଙ୍କର ମୌଳିକ ଅଧିକାର ( Fundamental Rights of Hindus ) ହେବା ଉଚିତ । ତେଣୁ ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷଣା ( Cow As National Animal ) କରାଯିବା ଆବଶ୍ୟକ । 

ବାସ୍ତବରେ ଦେଖିବାକୁ  ଗଲେ  ଗାଈ  ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଧାର । ଗାଈ ଭାରତୀୟ ରାଷ୍ଟ୍ର ଓ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଗାଈକୁ ଭାରତରେ ଗୋମାତା କୁହା ଯାଏ, କାମଧେନୁ କୁହା ଯାଏ । କୁହା ଯାଏ ଯେ ଗୋ ମାତା ଠାରେ ୩୩  କୋଟି ଦେବୀ ଦେବତା ନିବାସ କରନ୍ତି । ତେଣୁ ଗୋ ମାତା ଏଠାରେ ପୂଜ୍ୟ ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଭାରତ ଭଳି ଦେଶରେ ନିରନ୍ତର ଗୋ ଚାଲାଣ ଓ ଗୋ ହତ୍ୟା ( Cow Trafficking & Cow Slaughtering ) ଚାଲିଛି । ଏହାକୁ ରୋକିବା ପାଇଁ କାହାର ଇଚ୍ଛା ଶକ୍ତି ଥିଲା ଭଳି ଲାଗୁ ନାହିଁ । ପ୍ରତିଦିନ ଟ୍ରକ ଯୋଗେ ଗୋ ଚାଳାଣ ହେଉଥିବାର ଖବର ଆସୁଛି । ଇଲାହାବାଦ ହାଇକୋର୍ଟ ଏହି ମାମଲାରେ ଆହୁରି କିଛି ଗୁରୁତ୍ୱପୂର୍ଣ ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଗୋମାଂସ ଖାଇବା ଲୋକଙ୍କୁ ହିଁ ମୌଳିକ ଅଧିକାର ମିଳି ନାହିଁ ବରଂ ଗାଈକୁ ପୂଜା କରୁଥିବା ଓ ଯାହାଙ୍କର ଜୀବିକା ଗାଈ ଉପରେ ଆଧାରିତ ସେମାନଙ୍କୁ ମଧ୍ୟ ଏକ ସାର୍ଥକ ଓ ଅର୍ଥପୂର୍ଣ ଜୀବନ ଜୀଇଁବାର ପୂରା ଅଧିକାର ରହିଛି ।  ଜୀବନର ଅଧିକାର ସବୁଠାରୁ ଉର୍ଧରେ ଓ କାହାକୁ ହତ୍ୟା କରିବାର ଅଧିକାର ଓ ଗୋ ମାଂସ ଖାଇବାର ଅଧିକାରକୁ ଏହା ଉପରେ ରଖା ଯାଇ ପାରିବ ନାହିଁ । ଗାଇ ଯେତେବେଳେ ବୃଦ୍ଧ ହୋଇଯାଇଥାଏ ଓ ବେମାର ପଡିଥାଏ ସେତେବେଳେ ମଧ୍ୟ ଗାଈ ଉପଯୋଗୀ ହୋଇଥାଏ ।  ଗାଈର ଗୋବରରେ ସାର ତିଆରି କରିବା ଓ ଗୋମୁତ୍ରକୁ ଔଷଧ ନିର୍ମାଣରେ ପ୍ରୟୋଗ କରାଯାଇଥାଏ । ଗାଈ ବୁଢୀ ହେଉ ବା ବେମାର ପଡୁ ତାକୁ ମା ରୂପେ ପୂଜା କରାଯାଇଥାଏ ।

ଇଲାହାବାଦ ହାଇକୋର୍ଟ ( Justice Shekhar Kumar Yadav ) ଆହୁରି କହିଛନ୍ତି ଯେ  କେବଳ ହିନ୍ଦୁ ହିଁ ନୁହନ୍ତି ଅନେକ ମୁସଲାମନ ଶାସକ ମାନେ ମଧ୍ୟ ଗାଈକୁ ଜୀବନର ଗୁରୁତ୍ୱପୂର୍ଣ ଅଂଶ ବୋଲି ମନେ କରୁଥିଲେ । ଅନେକ ମୁସଲମାନ ଶାସକ ମାନେ ଇସଲାମୀ ପର୍ବ ମାନଙ୍କରେ ଗୋହତ୍ୟା ଉପରେ ରୋକ ଲଗାଇଥିଲେ ।  ଗୋମାତାର ଗୁରୁତ୍ୱ ଓ ଆସ୍ଥାକୁ ଆଖି ଆଗରେ ରଖି ଦେଖି ସୁପ୍ରିମକୋର୍ଟ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ ରାୟ ଦେଇ ସାରିଛନ୍ତି ।

ଗୋ ରକ୍ଷାର କାମ କେବଳ ଗୋଟିଏ ଧର୍ମର ନୁହେଁ, ଗାଈକୁ କେବଳ ଧାର୍ମିକ ଆଧାରରେ ଦେଖା ଯିବା ଉଚିତ ନୁହେଁ । ଗାଈ ଭାରତର ସଂସ୍କୃତି ଓ ସଂସ୍କୃତିର ରକ୍ଷା କରିବାର ଦାୟିତ୍ୱ ଦେଶର ପ୍ରତ୍ୟେକ ନାଗରିକର ।  ଏପରି ଶହ ଶହ ଉଦାହରଣ ଆମ ନିକଟରେ ରହିଛି ଯେ ଯେତେବେଳେ ଆମେ ଆମର ସଂସ୍କୃତିକୁ ଭୁଲି ଯାଇଛେ, ବିଦେଶୀ ମାନେ ଆମ ଉପରେ ଆକ୍ରମଣ କରିଛନ୍ତି ଓ ଆମେ ପରାଜିତ ହୋଇଛେ । ଯଦି ଏବେ ମଧ୍ୟ ଆମେ ଜାଗ୍ରତ ନ ହେବା ତେବେ ଆମେ ଭୁଲିବା ଉଚିତ ନୁହେଁ ଯେ ତାଲିବାନ କିପରି ଏବେ ଆଫଗାନିସ୍ତାନ ଉପରେ ଅଧିକାର କରି ନେଇଛି ।

ଏହି ମାମଲାରେ ଇଲାହାବାଦ ହାଇକୋର୍ଟ ଦ୍ରଷ୍ଟା ତଥା ଆର‌୍ୟ୍ୟ ସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ( Swami Dayananda Saraswati ) କଥାକୁ ମଧ୍ୟ ଉଦ୍ଧୃତ କରିଛନ୍ତି ।  କୋର୍ଟ କହିଛନ୍ତି - ଗୋଟିଏ ଗାଈ ନିଜର ଜୀବନ କାଳରେ ୪ ଲକ୍ଷ ୧୦ ହଜାର ୪୪୦ ଜଣଙ୍କର ଗୋଟିଏ ଥରର ଭୋଜନ ଯୋଗାଇଥାଏ ହେଲେ ତାର ମାଂସରେ କେବଳ ୮୦ ଜଣଙ୍କର ଭୋଜନ ହୋଇ ଥାଏ । କୋର୍ଟ ଆହୁରି କହିଛନ୍ତି ଯେ ଗାଈର ମହିମା ବେଦ ଓ ପୁରାଣରେ ଉଲ୍ଲେଖ ରହିଛି । ଜଣେ ମୁସଲମାନ କବି ରସ ଖାନ କହିଥିଲେ ଯେ ଯଦି ମୋତେ ଭଗବାନ ଜନ୍ମ ଦେବେ ତେବେ ନନ୍ଦର ଗାଈ ମାନଙ୍କ ମଧ୍ୟରେ ଜନ୍ମ ଦିଅନ୍ତୁ ।

ଇଲାହାବାଦ କୋର୍ଟ ଆହୁରି କହିଛନ୍ତି ଯେ ଗାଈର ଚର୍ବିକୁ ନେଇ ମଙ୍ଗଲ ପାଣ୍ଡେ ବିପ୍ଲବ ( Sepoy Mutiny ) କରିଥିଲେ । ସମ୍ବିଧାନରେ ମଧ୍ୟ ଗୋ ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ମହାରାଜା ରଣଜୀତ ସିଂହଙ୍କ ଶାସନକାଳରେ ଗୋହତ୍ୟା କରୁଥିବା ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାର ବ୍ୟବସ୍ଥା ଥିଲା । ଇଲାହାବାଦ ହାଇକୋର୍ଟ କିଛି ନୂଆ କହି ନାହାନ୍ତି । ହାଇକୋର୍ଟ ଯାହା କହିଛନ୍ତି ତାହା ଗାନ୍ଧୀଜୀଙ୍କ ପରି ଭାରତର ମନିଷୀ ମାନେ ବାରମ୍ବାର କହି ଆସିଛନ୍ତି । ଗାଈକୁ ସରଳ ନିର୍ଦୋଷତାର ପ୍ରତୀକ ବୋଲି ମହାତ୍ମା ଗାନ୍ଧୀ ( Mahatma Gandhi ) କହିଥିଲେ । ସେ କହୁଥିଲେ୍ ଘାସ ଖାଇ ଅମୃତସମ ଦୁଗ୍ଧ ପ୍ରଦାନ କରୁଥିବା ଗାଇ ବାସ୍ତବରେ ପ୍ରଭୁଙ୍କ ସର୍ବୋତ୍କୃଷ୍ଟ ସୃଷ୍ଟି । ଗାନ୍ଧୀଜୀ କହନ୍ତି - ଗାଈ କରୁଣାର କାବ୍ୟ ଅଟେ । ଏହି ସୌମ୍ୟ ପଶୁ କରୁଣାର ମୂର୍ତମନ୍ତ ପ୍ରତୀକ ଅଟେ । ସେ କୋଟି କୋଟି ଭାରତୀୟ ମାନଙ୍କର ମା । ଗୋ ରକ୍ଷାର ଅର୍ଥ ହେଲା ଇଶ୍ୱରଙ୍କର ମୂକ ସୃଷ୍ଟିର ରକ୍ଷା । ପ୍ରାଚୀନ ଋଷି ମାନେ ସେ ଯେ ବି ହୁଅନ୍ତୁ ନା କାହିଁକି ଆରମ୍ଭ ଗାଈ ଠାରୁ ହିଁ କରିଛନ୍ତି ।

ମହାତ୍ମା ଗାନ୍ଧୀ ଗୋ ରକ୍ଷାକୁ ହିନ୍ଦୁ ଧର୍ମର କେନ୍ଦ୍ରୀୟ ତତ୍ୱ ବୋଲି ମନେ କରୁଥିଲେ । ଗାଈର ମହାତ୍ମ ବିଷୟରେ ଗାନ୍ଧୀ କୁହନ୍ତି –“ ହିନ୍ଦୁ ଧର୍ମର କେନ୍ଦ୍ରୀୟ ତତ୍ୱ ଗୋରକ୍ଷା ଅଟେ । ମୁଁ ଗୋ ରକ୍ଷାକୁ ମାନବ ବିକାଶର ସବୁଠାରୁ ଅଦ୍ଭୁତ ଘଟଣା ବୋଲି ମନେ କରେ । ମୋ ଦୃଷ୍ଟିରେ ଗାଈର ଅର୍ଥ ସମ୍ପୂର୍ଣ ଅବମାନବୀୟ ଜଗତ ଅଟେ । ଗାଈ ମାଧ୍ୟମରେ ମନୁଷ୍ୟ ସମସ୍ତ ଜୀବ ଜଗତ ସହ ନିଜର ତାଦାତ୍ମ୍ୟ ସ୍ଥାପିତ କରିଥାଏ । ଗାଈକୁ ଦେବାତ୍ୱରୋପଣ ପାଇଁ କାହିଁକି ବଛାଗଲା, ଏହାର କାରଣ ସୁସ୍ପଷ୍ଟ ଅଟେ । ଭାରତରେ ଗାଈ ମନୁଷ୍ୟର ସବୁଠାରୁ ଶ୍ରେଷ୍ଠ ସହଯୋଗୀ । ତାକୁ କାମଧେନୁ କୁହାଯାଇଛି । ସେ କେବଳ କ୍ଷୀର ହିଁ ଦେଉ ନ ଥିଲା ବରଂ ତା କାରଣରୁ କୃଷି ସମ୍ଭବ ହୋଇ ପାରିଥିଲା ।

ମହାତ୍ମା ଗାନ୍ଧୀ ଗୋ ମାତାକୁ ନିଜର ଜନ୍ମଦାତ୍ରୀ ମାଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ମନେ କରୁଥିଲେ । ସେ କହୁଥିଲେ ଯେ ଯଦି ନିସ୍ୱାର୍ଥପର ସେବାର ଉଦାହରଣ ପୃଥିବୀ ପୃଷ୍ଠରେ ଦେଖିବାକୁ ମିଳେ ତେବେ ତାହା ଗୋ ମାତା ଠାରେ ଦେଖିବାକୁ ମିଳେ । କେବଳ ଗାନ୍ଧୀଜୀ ନୁହନ୍ତି ଦେଶର ଅନେକ ମହାପୁରୁଷ ଗୋ ରକ୍ଷାକୁ ନିଜର ପରମ କର୍ତବ୍ୟ ବୋଲି ମନେ କରିଛନ୍ତି । 

ଭାରତରେ ଗୋ ମାତା ରକ୍ଷା କରିବା ପାଇଁ ନିଜର ସର୍ବସ୍ୱ ବଳିଦାନ କରିବାର ଲମ୍ବା ପରମ୍ପରା ରହିଛି । ମହାରାଜା ଦିଲ୍ଲୀପ ନନ୍ଦିନୀ ଗାଈକୁ ରକ୍ଷା କରିବା ପାଇଁ ନିଜକୁ ବଳିଦାନ ଦେବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । ଗୋ ହତ୍ୟା ରୋକିବା ପାଇଁ ଦେଶରେ ଅନେକ ବଡ ବଡ ଆନ୍ଦୋଳନ ହୋଇଛି । ଇଂରେଜ ମାନଙ୍କ ବିରୁଦ୍ଧରେ ଶିଖ ମାନଙ୍କ ପକ୍ଷରୁ ଯେଉଁ କୁକା ବିଦ୍ରୋହ ( Kuka Rebelion ) ହୋଇଥିଲା ତାହା ଗୋ ରକ୍ଷା ପାଇଁ ଥିଲା । ଇତିହାସରେ ଏହି କୁକା ବିଦ୍ରୋହ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଯେତେବେଳେ ଗୋମାତାର ରକ୍ଷା ପାଇଁ ଶହ ଶହ ଲୋକ ନିଜର ପ୍ରାଣବଳୀ ଦେଇଥିଲେ ।

ମହର୍ଷୀ ଦୟାନନ୍ଦଙ୍କ ( Maharsi Dayananda ) ଠାରୁ ଅନ୍ୟ ମହାପୁରୁଷ ମାନେ ଏହା ଭାରତୀୟ ସଭ୍ୟତା, ସଂସ୍କୃତି ଓ ଅର୍ଥନୀତି ପାଇଁ କେତେ ଗୁରୁତ୍ୱପୂର୍ଣ । ସ୍ୱାଧୀନ ଭାରତରେ ମଧ୍ୟ ଏହାକୁ ନେଇ ଅନେକ ଆନ୍ଦୋଳନ ହୋଉଛି । କରପାତ୍ରୀଜୀ ମହାରାଜଙ୍କ ନେତୃତ୍ୱରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ଶହ ଶହ ସାଧୁ ସନ୍ଥ ଓ ସାଧାରଣ ଲୋ ପୋଲିସ ଗୁଳିର ଶୀକାର ହୋଇ ପ୍ରାଣବଳୀ ଦେଇଥିଲେ । 

ପ୍ରତ୍ୟେକ ଭାରତବାସୀଙ୍କ ମନର କଥା ଇଲାହାବାଦ ହାଇକୋର୍ଟ କହିଛନ୍ତି ।  ଇଲାହାବାଦ ହାଇକୋର୍ଟ ଏକ ଏପରି ପ୍ରଶ୍ନ ଉଠାଇଛନ୍ତି ଯାହା ଭାରତ, ଭାରତୀୟତା, ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ଅର୍ଥନୀତି ସହ ଜଡିତ । ଏହି ଗୁରୁତ୍ୱପୂର୍ଣ ପ୍ରଶ୍ନ ଉଠାଇଥିବାରୁ ଇଲାହାବାଦ ହାଇକୋର୍ଟ ଧନ୍ୟବାଦର ପାତ୍ର । ତେଣୁ ତାଙ୍କର ଏହି ମନ୍ତବ୍ୟକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବା ଓ ଏହା ଉପରେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାର ସମୟ ଆସିଛି ।

ଏହି ଭଳି ଖବର ପଢିବା ପାଇଁ ଆମକୁ ଫଲୋ କରନ୍ତୁ 

ଟ୍ୱିଟର – https://twitter.com/TheIndependenc4

ଫେସବୁକ - https://facebook.com/theindependence.in

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ