ସାରା ବିଶ୍ୱରେ ନିଜର କଟ୍ଟର ମାନିସକତା ଓ ଆତଙ୍କି ପାଇଁ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା ଆତଙ୍କି ସଙ୍ଗଠନ ତାଲିବାନ ଏବେ ପୁଣି ବିଷ ଓଗାଳିଛି । ଏଥର ଟାର୍ଗେଟରେ ପୁରା ହିନ୍ଦୁ । ତାଲିବାନର କମାଣ୍ଡର ଅନାଶ ହକାନି ଗତକାଲି ଭାରତ ଉପରେ ଆଗରୁ ଆକ୍ରମଣ କରିଥିବା ଜିହାଦି ମାମୁଦ ଗଜନିର କବର ସ୍ଥାନକୁ ଯାଇଥିଲା ।
ସେଠାରେ ସେ ମାମୁଦ ଗଜନିକୁ (Mahmud Ghazni) ମନେ ପକାଇବା ସହ ନିଜ ଟ୍ୱିଟରରେ ଯାହା ଲେଖିଛି ତାହା ହିନ୍ଦୁମାନଙ୍କ ପାଇଁ ଅପମାନ ସଦୃଶ୍ୟ । ସେ ନିଜ ଟ୍ୱିଟରରେ ଲେଖିଛି, “ମାମୁଦ ଗଜନି ଆମ ପାଇଁ ପ୍ରେରଣା । ସେ ଏସିଆର ଏହି ଅଂଚଳରେ ଆଲ୍ଲାଙ୍କ ଶାସନ ସ୍ଥାପନା କରିଥିଲେ । ଭାରତରେ ଥିବା ସୋମନାଥ ମନ୍ଦିର (Somnath Temple) ଭାଙ୍ଗିବା ସହିତ ମୁର୍ତୀକୁ ବି ଭାଙ୍ଗିଥିଲେ । ଆମ ପାଇଁ ମାମୁଦ ଗଜନି ପ୍ରେରଣା ।”
ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରବଳ ମାତ୍ରାରେ ପ୍ରତିକ୍ରିୟା ଦେଖାଦେଇଛି । ସରକାର ଏହା ଉପରେ ହସ୍ତକ୍ଷେପ କରିବା ନେଇ ଦାବି ମଧ୍ୟ ଉଠିଛି ।