ଆମେ ଏବେ ଯେଉଁ ମ୍ୟାନଜମେଂଟ ( Management ) ପାଠ ପଢୁଛେ ପ୍ରାୟତଃ ଏହା ବାହାରୁ ଆସିଛି ବୋଲି କୁହାଯାଉଛି । ଏହି ପାଠରେ ପଢାଯାଉଥିବା ବିଭିନ୍ନ ସିଦ୍ଧାନ୍ତକୁ ବିଦେଶୀ ଲେଖକମାନେ ଲେଖିଛନ୍ତି । କିନ୍ତୁ ପ୍ରାଚୀନ ଭାରତରେ ( Ancient India ) ଯେ ଦିନେ ଆଜିର ମ୍ୟାନଜମେଂଟ ପାଠ ଭଳି ପ୍ରବନ୍ଧନ ପାଠ ପଢାଯାଉଥିଲା ଏକଥା ବହୁତ ଲୋକମାନେ ଜାଣିନାହାନ୍ତି । ଭାରତରେ ଥିବା ସମସ୍ତ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଯେପରିକି ତକ୍ଷଶୀଳା ( Taxsila ), ନାଳନ୍ଦାରେ ( Nalanda ) ପରିଚାଳନା, ଅର୍ଥନୀତି ଏସବୁ ଉପରେ ଶୀକ୍ଷାଦାନ କରାଯାଉଥିଲା ।
ଦେଶର ପ୍ରସିଦ୍ଧ ଆର୍ଥୀକ ବଜାର ନିବେଶକାରୀ ମୋତିଲାଲା ଓସଓାଲ ଓ ଲେଖକ ସନ୍ଦିପ ସିଂଙ୍କ ସହିତ ଏହି ବିଷୟରେ ହୋଇଥିବା ଆଲୋଚନାର ଭିଡିଓ । ଏହି ଭିଡିଓକୁ ଶୁଣିଲେ ଆପଣ ଏବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ ।
ଆଜି ଯେପରି ଭାବରେ ମ୍ୟାନଜମେଂଟର ବିଭିନ୍ନ ଦିଗମାନ ରହିଛି, ଯଥା ମାନବ ସମ୍ବଳ, ରୃଣ, ବିନିଯୋଗ, ବୀମା, ନିଯୁକ୍ତି, ଶ୍ରମ ଆଇନ, ଭାଗିଦାରୀ ବ୍ୟବସାୟ ଏସବୁ ବିଷୟରେ ବିଭିନ୍ନ ନିୟମମାନ ସେତେବେଳେ ବି ଥିଲା । ମନୁଙ୍କ ନୀତିରେ ଶ୍ରମିକଙ୍କ ସୁରକ୍ଷା ପାଇଁ ଆଇନ ବିଷୟରେ ଉଲ୍ଲେଖ୍ୟ ରହିଛି । ସେହିପରି ନାରଦଙ୍କ ବାଣୀରେ କାହାକୁ ନିଯୁକ୍ତି କରାଯିବ, କାହାକୁ ତାଲିମ ଦିଆଯିବ, ତାଲିମ ଦେଲାବେଳେ କଣ ନିୟମ ରହିବ ଏସବୁ ଉଲ୍ଲେଖ୍ୟ ରହିଛି ।