ଭୁବନେଶ୍ୱର - ଦଳିତ ବିରୋଧୀ ଆଭିମୁଖ୍ୟ ନେଇ ପରିଚିତ ଥିବା ତଥାକଥିତ ସାମ୍ବାଦିକ ଓ ନିଜକୁ ସ୍ତମ୍ଭକାର ମାନଙ୍କର ମସିହା ବୋଲାଉଥିବା ଓ ସୋସିଆଲ ମିଡିଆରେ ଅକଥା କହି ଚର୍ଚାରେ ରହିବାକୁ ଚେଷ୍ଟା କରୁଥିବା କେଦାର ମିଶ୍ର ପୁଣି ଥରେ ଦଳିତ ବିରୋଧୀ ବିଷ ଓଗାଳିଛନ୍ତି । ଘଟଣାଟା ଏହି ଯେ କିଛି ଦିନ ତଳେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କୃଷି ବିଲ ସପକ୍ଷରେ ଏକ ଆଲେଖ୍ୟ ଦୈନିକ ସମ୍ବାଦ ଖବରକାଗଜରେ ଲେଖିଥିଲେ । ଯାହା କେଦାର ମିଶ୍ରଙ୍କ ଆଖିରେ ଯାଇ ନ ଥିଲା । ସେ କିପରି ସ୍ତମ୍ଭ ଲେଖି ପାରିବେ ସେ ନେଇ ସେ ଆପତ୍ତି ଉଠାଇଠଛନ୍ତି ।

ସେ ପୂର୍ବରୁ ସନ୍ଥ କବି ଭୀମଭୋଇଙ୍କ ଚରିତ୍ର ସଂହାର କରିଥିଲେ । ସେହିପରି ସିଏଜି ଗିରୀଶ ମୁର୍ମୁଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏବେ ପ୍ରଦୀପ୍ତ ନାଏକଙ୍କର ଲେଖିବାର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା କେଦାର ମିଶ୍ରଙ୍କ ଦଳିତ ବିରୋଧୀ କୁତ୍ସିତ ମାନସିକତାକୁ ପ୍ରତିଫଳିତ କରୁଛି । ଦଳିତ ମାନେ ଲେଖା ଲେଖି ପାରିବେ ନାହିଁ, ସେମାନେ ବଡ ପଦରେ ବସି ପାରିବେ ନାହିଁ, ଯଦି ଲେଖିଲେ ବା ବସିଲେ ତାହା ହେଲେ କେଦାର ମିଶ୍ରଙ୍କ ପରି କିଛି ବାମବାଦୀ ବୁଦ୍ଧିଜୀବୀ ମାନଙ୍କୁ ଏହା ଗ୍ରହଣୀୟ ହେଉ ନାହିଁ ।
କେଦାର ମିଶ୍ର ତାଙ୍କର ଫେସବୁକରେ କଣ ଲେଖିଛନ୍ତି ଦେଖନ୍ତୁ --

ତାଙ୍କ ଲେଖାର ଭାବରୁ ଯାହା ବୁଝା ପଡୁଛି ଯେ ଓ଼ଡିଶାର କେଉଁ ଖବର କାଗଜରେ କଣ ଛପିବ ଓ କାହାର ଲେଖା ଛପିବ ଏ ସମ୍ପର୍କରେ କେଦାର ବାବୁ ନିଷ୍ପତି ନେବେ । ଯେପରିକି ପୂର୍ବରୁ ଉଲ୍ଲେଖ କରା ଯାଇଛି ଯେ ଗିରୀଶ ମୁର୍ମୁ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ ନିଯୁକ୍ତି ପାଇବା ପରେ କେଦାର ବାବୁ ବିଷେଦଗାର କରିଥିଲେ । କେବଳ ଜନଜାତି ସମାଜ ନୁହେଁ ବଂର ସାରା ଓଡିଶା ପାଇଁ ଗର୍ବ ହେଉଛନ୍ତି ମୟୁରଭଂଜର ଓଡିଆ ପୁଅ ଗିରିଶ ମୁର୍ମୁ । ଜଣେ ଦକ୍ଷ ପ୍ରଶାସକ, ଜଣେ ସ୍ୱଛ ପ୍ରଶାସନିକ ଅଧୀକାରି ଭାବେ ତାଙ୍କର ସୁନାମ ସାରା ଦେଶରେ ଅଛି । ସେଥିପାଇଁ ତ ତାଙ୍କୁ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ପରେ ଜାମ୍ମୁ କାଶ୍ମୀରର ମୁଖ୍ୟ ପ୍ରଶାସକ ଭାବେ ଗୁରୁ ଦାୟୀତ୍ୱ ଦିଆଯାଇଥିଲା । ସେ ହୋଇଥିଲେ ସେଠିକାର ପ୍ରଥମ ଲେଫ୍ଟନାଂଟ ଗଭର୍ଣ୍ଣର । ଖାଲି ସେିତିକି ନୁହେଁ ସେ ଏବେ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି । ସେହି ପଦବିରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ଓଡିଶା ପାଇଁ ଏହା ଅତ୍ୟନ୍ତ ଗର୍ବର କଥା । ତେବେ କେଦାରବାବୁଙ୍କ ଭଳି ସାମ୍ବାଦିକ ଏତେ ଦଳିତ ବିରୋଧି ଯେ ଜଣେ ଆଦିବାସି ଯିଏ ପୁରା ଗରିବ ପରିବାରରୁ ଉଠି ଦେଶର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଭଳି ପଦରେ ନିଯୁକ୍ତି ପାଇଲେ ତାଙ୍କୁ ସେ ସହି ପାରି ନ ଥିଲେ ।
ପୂର୍ବରୁ ସେହି ସାମ୍ବାଦିକ ଜଣକ ଓଡିଶାର ଆଉ ଜଣେ ମହାନ ଯୁଗପୁରୁଷ ଭୀମ ଭୋଇଙ୍କ ବିରୋଧରେ ତୁଛା ଡାହା ମିଛ କଥା ଗୁଡିଏ ଲେଖି ବିବାଦକୁ ଆସିଥିଲେ । ଭୀମ ଭୋଇଙ୍କ ଭଳି ଜଣେ ସନ୍ଥ ଯିଏ ଏକ ଗରିବ କନ୍ଧ ଦଳିତ ପରିବାରରେ ଜନ୍ମ ହୋଇଥିଲେ, ପିଲାବେଳେ ତାଙ୍କ ବାପାଙ୍କୁ ହରାଇଥିଲେ, ଜନ୍ମରୁ ପୁଣି ଅନ୍ଧ ଥିଲେ, ତାଙ୍କ ବିରୋଧରେ ବି ଅପପ୍ରଚାର କରିବାକୁ ପଛାଇ ନଥିଲେ ଏହି ସାମ୍ବାଦିକ । ଅପପ୍ରଚାରର ମାତ୍ରା ଓ ଶବ୍ଦ ଏତେ ମାରାତ୍ମକ ଯେ ଏହାକୁ ପ୍ରତିବାଦ ନକଲେ ନିଜକୁ ଧିକ୍କାର ଲାଗିବ । ଘଟଣା ଟି ହେଉଛି ଏପରି । ଜର୍ମାନୀର ହିଡେଲବର୍ଗ ବିଶ୍ୱବିଦ୍ୟାଳୟ ଭୀମଭୋଇଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି । ସେହି ପୁସ୍ତକରେ ଏକ ଲେଖା ଅଛି ଯାହାର ଆଲେଖ୍ୟ ହେଉଛି “ଭୀମଭୋଇ ଆଣ୍ଡ ହିଜ ଫିମେଲ କନସର୍ଟ” । ସେହି ଲେଖାଟିକୁ ଜଣେ ଓଡିଆ ଲେଖକ ଲେଖିଛନ୍ତି । ସେହି ଲେଖାର ସାରାଂଶ ବା ଯାହାକୁ କନକ୍ଲୁଜନ ବୋଲି କୁହାଯାଉଛି ସେଥିରେ ଲେଖାଯାଇଛି ଯେ ଭୀମଭୋଇଙ୍କର ଅନେକ ମହିଳାଙ୍କ ସହିତ ଶାରୀରିକ ସର୍ମ୍ପକ ଥିଲା । ସେ ତାଙ୍କ ଯୁବାବସ୍ଥାରେ ଜଣେ ଲେଡି କିଲର ଥିଲେ । ଭାରତୀୟ ସମାଜରେ ସନ୍ଥମାନଙ୍କର ଯେଉଁ ବ୍ୱକ୍ତିତ୍ୱ (ଇମେଜ) ଅଛି ସେପରି ବ୍ୱକ୍ତିତ୍ୱ ଭୀମ ଭୋଇଙ୍କର ନାହିଁ । ଏଭଳି ଅତ୍ୟନ୍ତ ଆପତିଜନକ କଥା ଲେଖାଯାଇଛି ସେହି ଲେଖାରେ । ଭାବନ୍ତୁ ଯିଏ ଜନ୍ମରୁ ଅନ୍ଧ, ଯାହାର ଜନ୍ମ ଗୋଟିଏ ଗରିବ କନ୍ଧ ପରିବାରରେ, ଯିଏ ସାରା ଜିବନ ବିତାଇଦେଲେ ସମାଜର ନିଷ୍ପେସିତ, ଦଳିତ ବର୍ଗର ପୁନର ଉତ୍ଥାନ ପାଇଁ ସେ ପୁଣି ଏପରି ଚରିତ୍ରର ଅଧିକାରି ଥିଲେ । ସେ ଜଣେ ଲେଡି କିଲର ଥିଲେ, ତାଙ୍କର ଅନେକ ମହିଳାଙ୍କ ସହିତ ଶାରିରିକ ସର୍ମ୍ପକ ଥିଲା ଏହା କଣ ବିଶ୍ୱାସଯୋଗ୍ୟ । ଏହା ହେଉଛି ସମଗ୍ର ଦଳିତ ସମାଜର ଅପମାନ, ସମଗ୍ର ଭାରତୀୟ ସଂସ୍କୃତି, ସନ୍ଥ ସମାଜର ଅପମାନ । ଜଣେ ଦଳିତ ବିରୋଧୀ, ସାଧୁ ସନ୍ଥ ବିରୋଧୀ ମାନସିକତାର ଲୋକ ହିଁ ଏପରି ଲେଖା ଲେଖିପାରନ୍ତି । ବୈଦଶିକ ଶକ୍ତି ବିଶେଷ ଭାବେ ଯେଉଁମାନେ ଭାରତରେ ଧର୍ମାନ୍ତିକରଣ କରିବା ପାଇଁ ଚାହାନ୍ତି ସେମାନଙ୍କର ସ୍ୱାର୍ଥ୍ୟ ହାସଲ କରିବା ପାଇଁ ଏମାନଙ୍କର କଲମ କେଉଁ ସ୍ତରକୁ ବି ଖସିଯାଇପାରେ ।