ଲକ୍ଷ୍ନୌ, 21 ଜାନୁଆରୀ - ଭାରତୀୟ ଜନନା ପାର୍ଟିର ସଦସ୍ୟତା ଗ୍ରହଣ କରିବା ପରେ ଅପର୍ଣା ଯାଦବ ଲକ୍ଷ୍ନୌ ପହଂଚିଛନ୍ତି । ସେ ସେଠାରେ ପହଂଚିବା ପରେ ତାଙ୍କର ସସୁର ତଥା ସମାଜବାଦୀ ପାର୍ଟିର ମୁଖ୍ୟ ସଂରକ୍ଷକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ଭେଟି ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ବୁଧବାର ଦିନ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପୃଷ୍ଠପୋଷକ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ , ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂ, ରାଜ୍ୟ ଉପ ସଭାପତି ଦିନଶଙ୍କର ସିଂଙ୍କ ଉପସ୍ଥିତିରେ ଅପର୍ଣ୍ଣା ଯାଦବ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।
ଅପର୍ଣା ମୁଲାୟମ ସିଂଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁତ୍ର ପ୍ରତୀକ ଯାଦବଙ୍କ ପତ୍ନୀ। ସେ ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟ୍ ରେ ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ନୀତି ଓ ଆଦର୍ଶ ଦ୍ୱାରା ପ୍ରଭାବିତ ହେବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଅପର୍ଣା କହିଥିଲେ ।